IMD Rain Forecast Odisha: ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ଚିହ୍ନଟ ହୋଇଛି। ହେଲେ ବର୍ତ୍ତମାନ ସମ୍ପୃକ୍ତ ଚକ୍ରବାତ କ୍ଷେତ୍ର ବର୍ତ୍ତମାନ ଦକ୍ଷିଣ-ପୂର୍ବ ବିଦର୍ଭ ଏବଂ ଦକ୍ଷିଣ ଛତିଶଗଡ ଅଞ୍ଚଳରେ ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଜୁଲାଇରେ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଅଞ୍ଚଳର ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଭାରତୀୟ ପାଣିପାଗ ବିଭାଗ (India Meteorological Department) ଜୁଲାଇ ୨୩ ତାରିଖ ରବିବାର ପ୍ରବଳ ବର୍ଷା ହେବା ନେଇ ୭ ରାଜ୍ୟ ପାଇଁ "ରେଡ୍ ଆଲର୍ଟ" (Red Alert) ଅର୍ଥାତ ପଦକ୍ଷେପ ନିଅ ଏବଂ "ଅରେଞ୍ଜ ଆଲର୍ଟ" (Orange Alert) ଅର୍ଥାତ ପ୍ରସ୍ତୁତ ରହିବା ନେଇ ସତର୍କତା ଜାରି କରିଛି। ଗୁଜୁରାଟ ଏବଂ ମହାରାଷ୍ଟ୍ରର (Gujarat and Maharashtra) କିଛି ଅଂଶରେ ରେଡ ଆଲର୍ଟ ଜାରି କରାଯାଇଛି। ଯେଉଁଠାରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ରାଜ୍ୟ ଦ୍ୱୟରେ ୨୦୦ ମିଲିମିଟର କିମ୍ବା ଏହା  ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ମଧ୍ୟପ୍ରଦେଶ (Mdhya Pradesh), କର୍ଣ୍ଣାଟକ (Karnataka), ଓଡିଶା (Odisha), ଗୋଆ (Goa) ଏବଂ କେରଳ (Kerala) ଆଦି ରାଜ୍ୟର କିଛି ଅଞ୍ଚଳ ଲାଗି "ଅରେଞ୍ଜ ଆଲର୍ଟ" ଜାରି କରାଯାଇଛି।



ଶନିବାର କରାଯାଇଥିବା ପାଣିପାଗ ପୂର୍ବାନୁମାନ (Yellow Waring Issued for Heavy Rainfall in Odisha)


  • ୟଲୋ ୱାର୍ଣ୍ଣିଂ: ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ, ସମ୍ବଲପୁର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

  • ୟଲୋ ୱାର୍ଣ୍ଣିଂ: ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୁଆପଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

  • ୟଲୋ ୱାର୍ଣ୍ଣିଂ: ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

  • ୟଲୋ ୱାର୍ଣ୍ଣିଂ: ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନୁଆପଡା, ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।