interesting facts about indian railways: ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲୋକ କରିଥାନ୍ତି। କୌଣସି ଦୂରସ୍ଥାନକୁ ଯାତ୍ରା କରିବା ପାଇଁ ଲୋକଙ୍କ ଲାଗି ପ୍ରଥମ ପସନ୍ଦ ହେଉଛି ରେଳ ପରିବହନ। ଦେଶରେ ଯାତ୍ରୀ ପରିବହନ ପାଇଁ ରେଳବାଇ ହେଉଛି ସର୍ବୋତ୍ତମ ମାଧ୍ୟମ। ଆପଣ ମଧ୍ୟ ନିଶ୍ଚୟେ ଟ୍ରେନ ଯୋଗେ ଯାତ୍ରା କରିଥିବେ।


COMMERCIAL BREAK
SCROLL TO CONTINUE READING

 


ରେଳଯାତ୍ରା କରିବା ବେଳେ ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ସମସ୍ତ ଟ୍ରେନ୍ କୋଚ୍ ଉପରେ ଛୋଟ ଛୋଟ ଢାଙ୍କୁଣୀ ରହିଥାଏ। ଯାହା ଦେଖିବାକୁ ଗୋଲାକାର। ଏହା ଦେଖିବା ପରେ ଆପଣଙ୍କ ମନକୁ ନିଶ୍ଚିତ ଭାବରେ ପ୍ରଶ୍ନ ଆସିଥିବ ଯେ ସମସ୍ତ ଟ୍ରେନ୍ କୋଚ ଉପରେ ଏପରି ଢାଙ୍କୁଣୀ କାହିଁକି ସ୍ଥାପିତ କରାଯାଇଥାଏ? ଏହାର କାର୍ଯ୍ୟ କ’ଣ? ରେଳବାଇ ଦ୍ୱାରା ଏହି ତାଙ୍କୁଣୀ କାହିଁକି ଟ୍ରେନ ଛାତରେ ସ୍ଥାପନ କରାଯାଇଥାଏ?  ଏବେ ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଇ ଦେଉଛୁ ଯେରେଳବାଇ କାହିଁକି ଟ୍ରେନ ଛାତରେ ଏପରି ଗୋଲକାର ଢାଙ୍କୁଣୀ ଲଗାଇଥାଏ।


ଟ୍ରେନ୍ କୋଚ ଛାତରେ ଲାଗିଥିବା ଏହି ଗୋଲକାର ଢାଙ୍କୁଣୀକୁ ରୁଫ୍ ଭେଣ୍ଟିଲେଟର କୁହାଯାଏ। କୋଚ ମଧ୍ୟରୁ ଉତ୍ତାପ ବାହାର କରିବା ପାଇଁ ଟ୍ରେନ ଛାତ ଉପରେ ଏହି ସ୍ୱତନ୍ତ୍ର ପ୍ଲେଟ କିମ୍ବା ରାଉଣ୍ଡ କ୍ୟାପ୍ ଲଗାଯାଇଥାଏ। କାରଣ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନ ଯୋଗେ ଯାତ୍ରା କରନ୍ତି। ଆପଣ ନିଶ୍ଚୟ ଦେଖିଥିବେ ଯେ କୋଚ ଭିତର ଭାଗରେ ଏକ ଜାଲ ରହିଛି। 


ରୁଫ୍ ଭେଣ୍ଟିଲେଟର ବିନା ରେଳଯାତ୍ରା କରିବା ବହୁତ କଷ୍ଟସାଧ୍ୟ 
ଯେତେବେଳେ ଟ୍ରେନ କୋଚ ମଧ୍ୟରେ ରେଳଯାତ୍ରୀଙ୍କ ସଂଖ୍ୟା ବଢିଯାଏ ସେତେବେଳେ ଟ୍ରେନ ଡବାରେ ଉତ୍ତାପ ଅଧିକ ହୋଇଯାଏ। ଏହି ଉତ୍ତାପ ଏବଂ ଶ୍ୱାସକ୍ରିୟା କାରଣରୁ ସୃଷ୍ଟି ହୋଇଥିବା ବାଷ୍ପକୁ ବାହାର କରିବା ପାଇଁ ଟ୍ରେନ କୋଚ ଠାରେ ଏପରି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯଦି ଟ୍ରେନ ଛାତରେ ରୁଫ୍ ଭେଣ୍ଟିଲେଟର ଲଗା ନ ଯାଏ, ତାହେଲେ ଟ୍ରେନ ଯୋଗେ ଯାତ୍ରା କରିବା ଯାତ୍ରୀଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇଯିବ। ଲୋକଙ୍କୁ ଅତ୍ୟଧିକ ଗରମ  ଏବଂ ଉତ୍ତାପ ପ୍ରଭାବରୁ ରକ୍ଷା କରିବା ପାଇଁ ଟ୍ରେନ୍ କୋଚ ଛାତରେ ଲଗା ଯାଥିବା ଗୋଲକାର ଢାଙ୍କୁଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।


କିପରି କାମ କରିଥାଏ ଟ୍ରେନ କୋଚ ରୁଫ୍ ଭେଣ୍ଟିଲେଟର
ଟ୍ରେନ ଯୋଗ ଯାତ୍ରା କରିବା ସମୟରେ, ଆପଣ ନିଶ୍ଚୟ ଦେଖିଥିବେ ଯେ ଟ୍ରେନ୍ ଛାତର ଭିତର ଭାଗରେ ଏକ ଜାଲ ରହିଥାଏ। କେତେକ କୋଚ ମଧ୍ୟରେ ଜାଲ ବଦଳରେ ଗୋଲାକାର ଛିଦ୍ର ହୋଇଥାଏ। ଏହି ଜାଲ୍ ଟ୍ରେନ୍ ଉପରେ ରହିଥିବା ପ୍ଲେଟ ସହିତ ସଂଯୁକ୍ତ। ଟ୍ରେନ୍ ଭିତରେ ରହିଥିବା ବାୟୁ କିମ୍ବା ଉତ୍ତାପ ସେମାନଙ୍କ ଦେଇ ଯାଇଥାଏ। କାରଣ ଗରମ ପବନ ସର୍ବଦା ଉପରକୁ ଉଠିଥାଏ। ଏହି ଗରମ ପବନ କୋଚ ଭିତରେ ଲଗାଯାଇଥିବା ଜାଲି କିମ୍ବା ଟ୍ରେନ ଛାତରେ ରହିଥିବା ଛିଦ୍ର ସହାୟତାରେ ରୁଫ୍ ଭେଣ୍ଟିଲେଟର ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ। 


ଏହି କାରଣରୁ ରୁଫ ଭେଣ୍ଟିଲେଟର ଠାରେ ବ୍ୟବହାର କରାଯାଏ ପ୍ଲେଟ 
ରୁଫ ଭେଣ୍ଟିଲେଟର ଉପରେ ଏକ ଗୋଲାକାର କିମ୍ବା ଅନ୍ୟ କୌଣସି ଆକୃତିର ପ୍ଲେଟ୍ ରଖାଯାଏ। ଯାହା ଦୂରରୁ ଟ୍ରେନ ଛାତ ଉପରେ ଏକ ଗୋଲାକାର ଢାଙ୍କୁଣୀ ଭଳି ଦେଖାଯାଏ। ଏହି ପ୍ଲେଟ୍ ଛାତରେ ଏଥିପାଇଁ ଲଗାଯାଇଥାଏ, ଯାହା ଦ୍ୱାରା କୋଚ୍ ଭିତରେ ରହିଥିବା ଗରମ ପବନ ରୁଫ ଭେଣ୍ଟିଲେଟର ଦେଇ ବାହାରକୁ ବାହାରି ଯିବ ଏବଂ ବର୍ଷା ହେଲେ ପାଣି ଯେପରି କୋଚ୍ ଭିତରକୁ ଆସିବ ନାହିଁ।