MEMU Train Cancellation: ୪ ଦିନ ପାଇଁ ବନ୍ଦ ରହିବ ମେମୁ ଟ୍ରେନ ଚଳାଚଳ, ଜାଣନ୍ତୁ କାରଣ
MEMU Train Cancellation News: ସେପ୍ଟମ୍ବର ୧୯ ତାରିଖରୁ ୨୩ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଏବଂ ପଲାସା ଅଭିମୁଖେ ଚଳାଚଳ କରୁଥିବା ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି l
MEMU Train Cancellation Odisha: ମେମୁ ଟ୍ରେନ ଚଳାଚଳ ବିଷୟରେ ଆସିଛି ଏକ ବଡ ଖବର। ସେପ୍ଟମ୍ବର ୧୯ ତାରିଖ ଠାରୁ ୨୩ ପର୍ଯ୍ୟନ୍ତ ମେମୁ ଟ୍ରେନ ଚଳାଚଳ ବନ୍ଦ ରହୁଥିବାର ସୂଚନା ମିଳିଛି। ଯେଉଁ ମେମୁ ଟ୍ରେନ ଚଳାଚଳ ବନ୍ଦ ହେବାକୁ ଯାଉଛି ତାହା ମଧ୍ୟରେ ରହିଛି ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ଭୁବନେଶ୍ୱର-ପଲାସା-ଭୁବନେଶ୍ୱର, ପଲାସା-ଭୁବନେଶ୍ୱର-ପଲାସା ଟ୍ରେନ।
ଟ୍ରେନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା
୦୮୪୪୧/୦୮୪୪୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ ଉଭୟ ପାର୍ଶ୍ୱରୁ ସେପ୍ଟେମ୍ବର ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ।
୦୮୪୪୩ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ମେମୁ ଭୁବନେଶ୍ୱର ଠାରୁ ସେପ୍ଟେମ୍ବର ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ।
୦୮୪୪୪ ପଲାସା-ଭୁବନେଶ୍ୱର-ପଲାସା ମେମୁ ପଲାସା ଠାରୁ ସେପ୍ଟେମ୍ବର ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ।
ଜରୁରୀକାଳୀନ ମରାମତି ପାଇଁ ୧୯ ତାରିଖରୁ ୨୩ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଏବଂ ପଲାସା ଅଭିମୁଖେ ଚଳାଚଳ କରୁଥିବା ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଅଛି l
ଆସନ୍ତାକାଲି ଚଳାଚଳ ବାତିଲ ହେଉଥିବା ମେମୁ ଟ୍ରେନ ହେଉଛି
୦୮୪୪୧/୦୮୪୪୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ (08441/08442 Bhubaneswar-Brahmapur-Bhubaneswar MEMU)
୦୮୪୪୩ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ମେମୁ ଟ୍ରେନ (08443 Bhubaneswar-Palasa MEMU)
୦୮୪୪୪ ପଲାସା-ଭୁବନେଶ୍ୱର-ପଲାସା ମେମୁ ଟ୍ରେନ (08444 Palasa-Bhubaneswar MEMU)