Indian Railway: ଏଣିକି ରିଜର୍ଭ କୋଚ ହୋଇଯିବ ଜେନେରାଲ ବଗି! ରେଳବାଇ ନେଲା ବଡ଼ ନିଷ୍ପତ୍ତି
Indian Railway Big Decision: ଅଣ ସଂରକ୍ଷିତ କୋଚ ମଧ୍ୟରେ ହେଉଥିବା ଯାତ୍ରୀ ଭିଡ଼କୁ ହ୍ରାସ କରିବା ପାଇଁ ରେଳବାଇ ପକ୍ଷରୁ ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
Railways Ministry India: ଏଣିକି ରିଜର୍ଭ କୋଚ ହେବ ଜେନେରାଲ ବଗି। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ରେଳ ମନ୍ତ୍ରଣାଳୟ ଏପରି ଟ୍ରେନ ଚିହ୍ନଟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯାହାର ରିଜର୍ଭ ସ୍ଲିପର କୋଚ ଯୋଗେ କମ୍ ଯାତ୍ରୀ ଯାତ୍ରା କରୁଛନ୍ତି। ଯାହା ଦ୍ୱାରା ଏପରି କୋଚ ଅଣ ସଂରକ୍ଷିତ କୋଚ ଭାବରେ ପରିଣତ କରାଯାଇ ପାରିବ। ପରେ ସେହି କୋଚ ସାଧାରଣ କୋଚ ଭାବେରେ ବଦଳା ଯାଇପାରିବ। ଯାହା ସାଧାରଣ କୋଚ ମଧ୍ୟରେ ହେଉଥିବା ଭିଡ଼କୁ ହ୍ରାସ କରାଯାଇ ପାରିବ।
ଜାତୀୟ ଗଣମାଧ୍ୟମ "ହିନ୍ଦୁସ୍ତାନ ଟାଇମ୍ସ" ଖବର ଅନୁଯାୟୀ ଗତ ୨୧ ଅଗଷ୍ଟରେ ଏକ ଆଭ୍ୟନ୍ତରୀଣ ଯୋଗାଯୋଗ କରାଯାଇଥିଲା। ଯାହା ଅନୁଯାୟୀ ରେଲୱେ ବୋର୍ଡ (Railway Board) ଜେନେରାଲ୍ ସ୍ଲିପର୍ କ୍ଲାସ୍ କୋଚ୍ (General Sleeper Class Coach) ଅଣ ସଂରକ୍ଷିତ କୋଚ (Unreserved Coach) ରୂପରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଛି। ବିଶେଷକରି ସେହି ଟ୍ରେନ୍ ଯେଉଁଥିରେ ଦିନ ସମୟରେ ବହୁତ କମ୍ ସିଟ୍ କିମ୍ବା ଚାହିଦା ବହୁତ କମ୍ ରହୁଛି।
ଆଭ୍ୟନ୍ତରୀଣ ଯୋଗାଯୋଗରେ କ’ଣ କୁହାଯାଇଥିଲା?
ଆଭ୍ୟନ୍ତରୀଣ ଯୋଗାଯୋଗରେ କୁହାଯାଇଛି ଯେ, ଏହି ନିର୍ଦ୍ଦେଶ ଦିଆଯାଇଛି ଯେ ସେହି ଟ୍ରେନ୍ କିମ୍ବା ବିଭାଗକୁ ଚିହ୍ନଟ କରାଯାଉ ଯେଉଁଠାରେ ସିଟ୍ ଦଖଲ ବହୁତ କମ୍ ରହୁଛି। ଦୟାକରି ସେହି ଟ୍ରେନ ଚିହ୍ନଟ କରାଯାଉ ଯେଉଁଠି ରିଜର୍ଭ ସ୍ଲିପର କ୍ଲାସ (Reserved Sleeper Class), ଅନ ରିଜର୍ଭ ସ୍ଲିପର କ୍ଲାସ (Unreserved Sleeper Class) ଭାବରେ ରୂପାନ୍ତର କରିବାକୁ ପରାମର୍ଶ ଦିଆ ଯାଇପାରିବ। ଯାହା ଦ୍ୱାରା ରେଳବାଇ ଅତିରିକ୍ତ ରାଜସ୍ୱ ସଂଗ୍ରହ କରିପାରିବ। ଯାହାର ଲାଭ ସ୍ଥାନୀୟ କିମ୍ବା ଦୈନିକ ଯାତ୍ରୀଙ୍କୁ ମିଳିପାରିବ। ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଜଣେ ରେଳବାଇ ଅଧିକାରୀ କହିଛନ୍ତି ଯେ ଅଣ ସଂରକ୍ଷତି ବଗି ମଧ୍ୟରେ ଭିଡ଼ (Crowding in Unreserved Coach) ହେବାର ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। କାରଣ ଟ୍ରେନ୍ ଛାଡିବା ପର୍ଯ୍ୟନ୍ତ ସାଧାରଣ ବଗି ଯାତ୍ରୀଙ୍କୁ ଟିକେଟ୍ ଦିଆଯାଇଥାଏ। ଟିକେଟ ଯାତ୍ରୀଙ୍କୁ ସେ ପର୍ଯ୍ୟନ୍ତ ଦିଆଯାଇଥାଏ ଯେ ପର୍ଯ୍ୟନ୍ତ ଟ୍ରେନ ଷ୍ଟେସନ ଛାଡ଼ି ନଥାଏ। ଏହି ଟ୍ରେନ ଯେଉଁ ମାର୍ଗରେ ଚଳାଚଳ କରିଥାଏ ସେଠାରେ ଟ୍ରେନ ସେହି ଷ୍ଟେସନ ବିନା କୌଣସି ସମୟ ଅବଧି ପର୍ଯ୍ୟନ୍ତ ଅଟକି ରହିଥାଏ। ଯେଉଁଠାରେ ଏହାର ରହଣୀସ୍ଥଳ ରହିଛି।
କେଉଁ କୋଚ ମଧ୍ୟରେ କେତେ ସିଟ୍?
ପ୍ରଥମ ଶ୍ରେଣୀ ଏସି କୋଚ (First Class AC Coach) ମଧ୍ୟରେ ୧୮-୨୪ ବର୍ଥ ରହିପାରେ। ଯାହା ପାରମ୍ପାରିକ ଆଇସିଏଫ୍ କିମ୍ବା ନୂତନ ଏଲଏଚବି କୋଚ୍ (ICF or LHB Coach) ଉପରେ ନିର୍ଭର କରିଥାଏ। ସେହିପରି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍ (Second Class AC Coach) ମଧ୍ୟରେ ୪୮-୫୪ ବର୍ଥ ରହିପାରେ ଏବଂ ତୃତୀୟ ଶ୍ରେଣୀ ଏସି କୋଚ (Third Class AC Coach) ମଧ୍ୟରେ ୬୪-୭୨ ବର୍ଥ ରହିପାରେ। ଅନ୍ୟପଟେ ସ୍ଲିପର କୋଚ ମଧ୍ୟରେ ୭୨-୮୦ ବର୍ଥ ରହିପାରେ। ଯେତେବେଳେ ଏକ ଅଣ ସଂରକ୍ଷିତ କୋଚ୍ ମଧ୍ୟରେ ୯୦ ଜଣ ଯାତ୍ରୀ ରହିପାରିବେ। ହେଲେ ସାଧାରଣତଃ ଏଭଳି କୋଚ ମଧ୍ୟରେ ୧୮୦ ଜଣରୁ ଅଧିକ ଯାତ୍ରୀ ରହିଥିବାର ଦେଖିବାକୁ ମିଳେ।
ହେଲେ ଜେନେରାଲ କୋଚ ମଧ୍ୟରେ ଅତ୍ୟଧିକ ଭିଡ ହେବା ପଛରେ ରହିଥିବା ରେଳବାଇ ବର୍ଷ ବର୍ଷ ଧରି ଏପରି ଧରଣର କୋଚ ସଂଖ୍ୟା ହ୍ରାସ କରିଆସୁଛି ଯାହା ବଦଳରେ ତୃତୀୟ ଶ୍ରେଣୀ ଏସି କୋଚ ରଖାଯାଇ ପାରିବ। କାରଣ ଏସି କୋଚ ପାଇଁ ରେଳବାଇ ଅଧିକ ଲାଭଦାୟକ ହୋଇଥାଏ। କୋରୋନା ମହାମାରୀ ପରେ ରେଳବାଇ ସାଧାରଣ ଏକ୍ସପ୍ରେସ, ନନ୍ ରିଜର୍ଭ ଜେନେରାଲ କୋଚ୍ ରହିଥିବା ଟ୍ରେନ୍ (Non Reserve General Coach Train) ଚଳାଇବା ବନ୍ଦ କରିଦେଲା। କାରଣ ଏଭଳି ଟ୍ରେନ କାରଣରୁ ରାଜସ୍ୱ (Indian Railway Revenue) ହ୍ରାସ ପାଉଥିବା ରେଳବାଇ ଅନୁଭବ କରୁଥିଲା।