Amrit Bharat Express: ଡିସେମ୍ବର ୩୦ ତାରିଖ ଶନିବାର ଭାରତୀୟ ରେଳବାଇ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଧାମ ରେଳ ଷ୍ଟେସନ ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ ସମେତ, ୬ ନୂତନ ବନ୍ଦେ ଭାରତ ଟ୍ରେନ ଏବଂ ଅନ୍ୟ ୨ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।


COMMERCIAL BREAK
SCROLL TO CONTINUE READING

ଡିସେମ୍ବର ୩୦ ତାରିଖରେ ଉଦଘାଟନ ଅବସରରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ମାଲଦା ଟାଉନ ଠାରୁ ଛାଡି ୨୦୨୪ ଜାନୁୟାରୀ ୧ ତାରିଖ ରାତ୍ରି ୦୮:୦୦ ଘଟିକା ସମୟରେ ବେଙ୍ଗାଲୁରୁ ଠାରେ ପହଞ୍ଚିବ। ପୂର୍ବତଟ ରେଳବାଇ ପରିସୀମା ମଧ୍ୟରେ ଏହି ଟ୍ରେନ ୨୦୨୩ ଡିସେମ୍ବର ୩୦ ତାରିଖରେ ଭଦ୍ରକ ରେଳ ଷ୍ଟେସନ ଠାରେ ରାତ୍ରି ୦୯ ଘଣ୍ଟା ୫୮ ମିନିଟ ସମୟରେ ପହଞ୍ଚିବ ଏବଂ ରାତ୍ରି ୧୦ ଘଟିକା ସମୟରେ କଟକ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ରାତ୍ରି ୧୦ ଘଣ୍ଟା ୫୦ ମିନିଟ ସମୟରେ କଟକ ଠାରେ ପହଞ୍ଚିବ ଏବଂ ୩୧ ଡିସେମ୍ବର ୨୦୨୩ ସକାଳ ୭ ଘଟିକା ସମୟରେ ଭୁବନେଶ୍ୱର ଯାତ୍ରା କରିବ। ୨୦୨୩  ଡିସେମ୍ବର ୩୧ ତାରିଖରେ ଏହି ଟ୍ରେନ୍ ଭୁବନେଶ୍ୱର ଠାରୁ ସକାଳ ୭ ଘଣ୍ଟା ୪୦ ମିନିଟ ସମୟରେ, ଖୋର୍ଦ୍ଧା ରୋଡ୍ ଠାରୁ ପୂର୍ବାହ୍ନ ୮ ଘଣ୍ଟା ୨୦ ମିନିଟ ସମୟରେ ଏବଂ ବ୍ରହ୍ମପୁର ଠାରୁ ପୂର୍ବାହ୍ନ ୯ ଘଣ୍ଟା ୫୫ ମିନିଟ ସମୟରେ ଛାଡି ବିଶାଖାପଟ୍ଟନମ୍ ଅଭିମୁଖେ ଯାତ୍ରା କରିବ। ଏହା ଶ୍ରୀକାକୁଲମ ଠାରୁ ପୂର୍ବାହ୍ନ ୧୧ ଘଣ୍ଟା ୫ ମିନିଟ, ବିଜୟନଗରମ ଠାରୁ ପୂର୍ବାହ୍ନ ୧୧ ଘଣ୍ଟା ୫୦ ମିନିଟ୍ ଏବଂ ବିଶାଖାପାଟନମ୍ ଠାରୁ ଅପରାହ୍ନ ୧ ଘଣ୍ଟା ୫୦ ମିନିଟ ସମୟରେ ଛାଡ଼ି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ।


ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟନମ ଷ୍ଟେସନ ଠାରେ ଜନ ପ୍ରତିନିଧି ଯଥା ସାଂସଦ ଏବଂ ବିଧାୟକ ଏହି ଟ୍ରେନ୍କୁ ପତାକା ଦେଖାଇ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍। ଯାହା ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ ଏଲଏଚବି କୋଚ ଦ୍ୱାରା ଚଳାଚଳ କରିବ। ଯାହାକି ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଞ୍ଜିନ ସହିତ ଚଳାଚଳ କରିବ। ଏହା ରେଳ ଯାତ୍ରୀଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ରାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇଦେବ।


ଏହି ଟ୍ରେନ୍ ପାଇଁ ନିୟମିତ ସେବା ମାଲଦା ଟାଉନ୍ ଠାରୁ ୨୦୨୪ ଜାନୁଆରୀ ୭ ଏବଂ SMVT ବେଙ୍ଗାଲୁ ଠାରୁ ୨୦୨୪ ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବ। ଏହି ଟ୍ରେନ୍ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୮ ଘଣ୍ଟା ୫୦ ମିନିଟ ସମୟରେ ମାଲଦା ଟାଉନ୍ ଛାଡ଼ି ମଙ୍ଗଳବାର ଭୋର ୩ ଘଟିକା ସମୟରେ ବେଙ୍ଗାଲୁରୁ ଠାରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ବେଙ୍ଗାଲୁରୁ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୧ ଘଣ୍ଟା ୫୦ ମିନିଟ ସମୟରେ ଛାଡି ଗୁରୁବାର ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ମାଲଦା ଟାଉନ ଠାରେ ପହଞ୍ଚିବ। ଏହି ଟ୍ରେନ ଓଡ଼ିଶାରେ ଜଳେଶ୍ୱର, ବାଲେଶ୍ୱର, ସୋରୋ, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ଏବଂ ଆନ୍ଧ୍ର ପ୍ରଦେଶରେ ପୂର୍ବତଟ ରେଳପଥ ମଧ୍ୟରେ ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟନମ ଷ୍ଟେସନ ଠାରେ ରହଣି କରିବ।