Why Train Move Fast in Night instead of Day: ଭାରତୀୟ ରେଳବାଇ ହେଉଛି ଦେଶର ଜୀବନ ରେଖା। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦୈନିକ କୋଟି କୋଟି ଭାରତୀୟ ରେଳ ଯାତ୍ରା କରିଥାନ୍ତି। ଭାରତୀୟ ରେଳବାଇ ପକ୍ଷରୁ ମେଲ, ଏକ୍ସପ୍ରେସ, ଶତାବ୍ଦୀ, ଦୂରୋନ୍ତୋ, ରାଜଧାନୀ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ସହିତ ବିଭିନ୍ନ ଟ୍ରେନ ଚଳାଚଳ କରିଥାଏ। ଗତି ଏବଂ ସୁବିଧା ଦୃଷ୍ଟିରୁ ଏହି ଟ୍ରେନ ପରସ୍ପର ଠାରୁ ଭିନ୍ନ ହୋଇଥାନ୍ତି। ହେଲେ ଏହି ସବୁ ଟ୍ରେନ ସହ ଗୋଟିଏ କଥା ସାଧାରଣ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ତାହା ହେଉଛି ଦିନ ଅପେକ୍ଷା ରାତି ସମୟରେ ଟ୍ରେନ ଦ୍ରୁତ ବେଗରେ ଗତି କରିଥାଏ। ଦିନ ବେଳା ଯେତେବେଳେ ଟ୍ରେନ୍ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥାଏ, ସେତେବେଳେ ଯାତ୍ରୀ କହିଥାନ୍ତି ଯେ ଟ୍ରେନ୍ ଧୀରେ ଧୀରେ ଚାଲୁଛି। ହେଲେ ରାତିରେ ଏଭଳି ପରିସ୍ଥିତି କ୍ୱଚିତ୍ ଆସିଥାଏ। ଅର୍ଥାତ ଦିନ ସମୟ ତୁଳନାରେ ଟ୍ରେନ ଦ୍ରୁତ ବେଗରେ ଗତି କରିଥାଏ। ଅନେକ ଯାତ୍ରୀଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଦିନ-ରାତି ସହିତ ଟ୍ରେନ ବେଗର କ'ଣ ସମ୍ପର୍କ ରହିଛି? ଦିନ ବେଳା ଟିକେ ମନ୍ଥର ଏବଂ ରାତି ବେଳା ଟ୍ରେନ୍ କାହିଁକି ଦ୍ରୁତ ବେଗରେ ଯାତ୍ରା କରିଥାଏ?


ରାତିରେ ଟ୍ରେନ ଦ୍ରୁତ ବେଗରେ ଗତି କରିବା ପଛରେ ଅନେକ କାରଣସ ରହିଛି। ହେଲେ ତଥାପି ଏହା ପଛରେ କୌଣସି ବୈଷୟିକ ରହସ୍ୟ ଲୁଚି ରହିନାହିଁ। ଏହା ନୁହେଁ ଯେ ଟ୍ରେନ ଇଞ୍ଜିନ ରାତି ସମୟରେ ଅଧିକ ଶକ୍ତି ଉତ୍ପାଦନ କରିଥାଏ। ହେଲେ ଦିନ ତୁଳନାରେ ରାତି ସମୟରେ ରେଳ ଧାରଣା ପାଖରେ ଲୋକ ଏବଂ ପଶୁଙ୍କ କମ ଗତିବିଧି ଏବଂ କମ୍ ସଂଖ୍ୟକ ଯାତ୍ରୀ, ଆଦି କାରଣରୁ ଲୋକୋ ପାଇଲଟ ସମ୍ପୂର୍ଣ୍ଣ ବେଗରେ ଟ୍ରେନ୍ ଚଳାଇଥାନ୍ତି। 


ରାତି ସମୟରେ ଟ୍ରେନ ଦ୍ରୁତ ବେଗରେ ଗତି କରିବାର ପ୍ରଥମ କାରଣ ହେଉଛି ରାତି ବେଳା ରେଳ ଧାରଣାରେ ମଣିଷ ଏବଂ ପଶୁମାନଙ୍କର ଗତିବିଧି ବହୁତ କମ୍ ହୋଇଥାଏ। ଏପରିକି ରେଳ ଧାରଣା ମରାମତି କାର୍ଯ୍ୟ ମଧ୍ୟ ରାତିରେ କରାଯାଏ ନାହିଁ। ଟ୍ରାକ କ୍ଲିୟରାନ୍ସ ରହିଥିବାରୁ ଲୋକୋ ପାଇଲଟ ସମ୍ପୂର୍ଣ୍ଣ ବେଗରେ ଟ୍ରେନ୍ ଚଳାଇବାକୁ ସମର୍ଥ ହୋଇଥାନ୍ତି। 


ରାତିରେ ଅନ୍ଧାର ହୋଇଥାଏ।ଥ ଅନ୍ଧାରରେ ଟ୍ରେନ୍ ଚଳାଇବାର ଏକ ପ୍ରମୁଖ ସୁବିଧା ହେଉଛି ଦୂରରୁ ସିଗନାଲ୍ ଦୃଶ୍ୟମାନ ହେବା। ଏହା ସହିତ ଲୋକୋ ପାଇଲଟ୍ ଦୂରରୁ ଜାଣିପାରନ୍ତି ଯେ ଟ୍ରେନ୍ ରୋକାଯିବ ନାଁ ନାହିଁ। ଏହି ସମୟରେ ଟ୍ରେନ ଗତି ହ୍ରାସ କରିବାର କୌଣସି ଆବଶ୍ୟକତା ପ୍ରାୟ ପଡେ ନାହିଁ।


ସାଧାରଣତଃ ରାତି ସମୟରେ ରେଳଯାତ୍ରୀଙ୍କ ସଂଖ୍ୟା ଦିନ ତୁଳନାରେ କମ୍ ହୋଇଥାଏ। ବିଶେଷକରି ଯାତ୍ରୀବାହୀ ଟ୍ରେନ ରାତି ସମୟରେ କମ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥାଏ। କମ୍ ଯାତ୍ରୀ ସଂଖ୍ୟା ଅର୍ଥ ହେଉଥଛି କମ୍ ଓଜନ। ଯାହା ଦ୍ରୁତ ବେଗରେ ଟ୍ରେନ୍ ଚଳାଇବାରେ ସାହାଯ୍ୟ କରିଥାଏ।