Indian Railways: ଭାରତୀୟ ରେଳ (Indian Railways) ବିଶ୍ୱର ବୃହତ୍ତମ ରେଳ ନେଟୱାର୍କ୍ ମଧ୍ୟରେ ଗଣାଯାଇଥାଏ । ପ୍ରତ୍ୟେକ ଦିନ ପ୍ରାୟ ହଜାର ହଜାର ଲୋକେ ଟ୍ରେନ ଯୋଗେ ଯାତ୍ରା କରିଥାଆନ୍ତି । ଭାରତରେ ପ୍ରାୟ ୧୩୫୦୦୦ରୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିଥାଏ ବୋଲି ଜଣାପଡ଼ିଛି । ଖାଲି ଏତିକି ନୁହେଁ, ଭାରତ ଭ୍ରମଣ କଥା ଆସିଲେ ଟ୍ରେନକୁ ପ୍ରଥମ ଚଏସ୍ ଭାବେ ଗ୍ରହଣ କରାଯାଏ । ତେବେ କ’ଣ ଆପଣ କେବେ ଚିନ୍ତା କରିଛନ୍ତି କି, ଗୋଟେ ଟ୍ରେନ୍ ତିଆରି ହେବା ଲାଗି କେତେ ଟଙ୍କା ଖର୍ଚ୍ଚ ହୋଇଥାଏ?


COMMERCIAL BREAK
SCROLL TO CONTINUE READING

ଜେନେରାଲ୍, ସ୍ଲିପର  ଏସି କୋଚ୍


ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନରେ ଜୁନ୍ ୨ ତାରିଖରେ ଘଟିଥିବା ଭୟଙ୍କର ଦୁର୍ଘଟଣା (Odisha train accident) ସାରା ଦେଶକୁ ସ୍ବବ୍ଧ କରିଛି । ଏହି ଛାତିଥରା ଘଟଣାରେ ପ୍ରାୟ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରରୁ ଉର୍ଦ୍ଦ୍ବ ଲୋକେ ଆହତ ହୋଇଛନ୍ତି । ବହୁ ଲୋକେ ଏବେ ବି ମେଡ଼ିକାଲରେ ଚିକିତ୍ସାଧୀନ ରହିଥିବା ବେଳେ କେତେକ ମୃତଦେହକୁ ଏଯାଏଁ ଚିହ୍ନଟ କରାଯାଇପାରିନାହିଁ । ଏହି ଦୁର୍ଘଟଣାରେ ତିନୋଟି ଟ୍ରେନ୍ ମଧ୍ୟ ପ୍ରାୟ ନଷ୍ଟ ହୋଇଯାଇଥିଲା। ଆସନ୍ତୁ ଜାଣିବା ଗୋଟିଏ କୋଚ୍ ଓ ଇଞ୍ଜିନ ସହିତ ଟ୍ରେନ ମୂଲ୍ୟ କେତେ? ବାସ୍ତବରେ, ଗୋଟିଏ ଟ୍ରେନରେ ସାଧାରଣ, ସ୍ଲିପର ଓ ଏସି କୋଚ୍ ରହିଥାଏ । ଏହାର କୋଚ୍ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହା ଚାରି ପ୍ରକାରର ହୋଇଥାଏ ।


ଇଞ୍ଜିନ୍ ଦାମ୍ ଅଲଗା


ଏକ ମିଡି଼ଆ ରିପୋର୍ଟ ଅନୁଯାୟୀ, ଟ୍ରେନର ସ୍ଲିପର କୋଚ୍ (Sleeper class in train) ତିଆରି କରିବା ପାଇଁ ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିପରି ସାଧାରଣ କୋଚ (General class in train) ତିଆରି ଲାଗି ୧ କୋଟି ଓ ଏସି କୋଚ୍ (AC class in train) ତିଆରି ଲାଗି ପ୍ରାୟ ୨ କୋଟି ଟଙ୍କା ଲାଗିଥାଏ । ତେବେ, ଯଦି ଗୋଟିଏ ଟ୍ରେନରେ ୨୪ଟି କୋଚ୍ ରହିଥିବା ବେଳେ ଏହା ଏସି ଟ୍ରେନ୍ ହୋଇଥାଏ, ତେବେ ଏହାର ମୂଲ୍ୟ ୪୮ କୋଟି ହେବ । ଏଥି ସହିତ ଇଞ୍ଜିନ ଓ କୋଚର ଦାମ୍ ମଧ୍ୟ ଭିନ୍ନ ରହିଥାଏ ।


ବନ୍ଦେ ଭାରତର ମୂଲ୍ୟ କେତେ?


ରିପୋର୍ଟ ଅନୁଯାୟୀ, ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟ୍ରେନର ଗୋଟିଏ ଇଞ୍ଜିନ ତିଆରି କରିବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଯଦି ଗୋଟିଏ ଟ୍ରେନରେ ୧୦ଟି ସ୍ଲିପର, ୮ଟି ଏସି ବଗି ସହ ଦୁଇଟି ଜେନାରାଲ କୋଚ୍ ରହିଥାଏ, ତେବେ ଏହାର ମୂଲ୍ୟ ୫୦ କୋଟିରୁ ଅଧିକ ହେବ । ସେହିପରି ଭାରତର ସବୁଠାରୁ ଆଧୁନିକ ଟ୍ରେନ୍ ବନ୍ଦେ ଭାରତର ମୂଲ୍ୟ ପ୍ରାୟ ୧୧୫ କୋଟିରୁ ଅଧିକ ବୋଲି କୁହାଯାଉଛି।


ଏହା ବି ପଢନ୍ତୁ- Gitanjali Aiyar: ଦୁରଦର୍ଶନର ଜଣାଶୁଣା ଆଙ୍କର ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ


ପ୍ରକାଶଥାଉ କି, ନିକଟରେ ଓଡ଼ିଶାରେ ଶୁଭାରମ୍ଭ ହୋଇଥିବା ପୁରୀ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ (Vande Bharat Express) ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଚେନ୍ନାଇ ପେରାମ୍ବରୁ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଏକ୍ସପ୍ରେସରେ ମୋଟ ୧୬ଟି କୋଚ୍ ରହିଛି । ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିପାରିବ । ଯାହା ଫଳରେ ହାୱଡ଼ାରୁ ପୁରୀ ଯାତ୍ରା ପ୍ରାୟ ୨ ଘଣ୍ଟା କମିଯିବ । ଟ୍ରେନ ଚାଲୁଥିବା ଯାଏଁ ଡ଼ୋର ଖୋଲିବ ନାହିଁ । ସେହିପରି ଟ୍ରେନର ଡ଼ୋର ବନ୍ଦ ନହେବା ଯାଏଁ ଏହା ଚାଲିବ ନାହିଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଅଟୋମେଟିକ୍ କ୍ଲୋଜିଂ ଡ଼ୋରର (Automatic Closing Door) ବ୍ୟବସ୍ଥା କରାଯାଇଛି । ପ୍ରତି କୋଚ୍ ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ତୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା (CC tv camera) ରହିଛି । ଏଥିରେ ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ୍ ଓ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ୍ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି ।