Mahakal Bhasma Aarti Darshan: ମଧ୍ୟ ପ୍ରଦେଶର ସାଂସ୍କତିକ ରାଜଧାନୀ କୁହାଯାଉଥିବା ଉଜ୍ୱୈନ ଠାରେ ଅବସ୍ଥିତ ରହିଛି ବାବା ମହାକାଳେଶ୍ୱରଙ୍କ ଦରବାର। ପ୍ରତି ଦିନ ଦେଶ ବିଦେଶରୁ ହଜାର ହଜାର ଭକ୍ତ ବାବା ବାବା ମହାକାଳଙ୍କ ଦର୍ଶନ କରିବା ପାଇଁ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରକୁ ଆସିଥାନ୍ତି। ହେଲେ ବାବା ମହାକାଳଙ୍କ ଦର୍ଶନ ସତ୍ତ୍ୱେ ଅନେକ ଭକ୍ତ ଚିନ୍ତିତ ରହିଥାନ୍ତି ଯେ ସେମାନେ ପ୍ରତିଦିନ ସକାଳେ ଆୟୋଜିତ ଭସ୍ମ ଆରତୀରେ ଯୋଗ ଦେଇ ପାରିବେ ନାହିଁ। ବର୍ତ୍ତମାନ ଭକ୍ତଙ୍କ ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ବ୍ୟବସ୍ଥା ପରେ ଭକ୍ତ ବାବା ମହାକାଳଙ୍କ ଭସ୍ମ ଆରତୀର ପ୍ରତ୍ୟକ୍ଷ ଅଭିଜ୍ଞତା ପାଇପାରିବେ।


COMMERCIAL BREAK
SCROLL TO CONTINUE READING

ରେଳ ଷ୍ଟେସନ ଠାରେ ପ୍ରଦର୍ଶିତ ହେବ ବାବା ମହାକାଳଙ୍କ ଭସ୍ମ ଆରତୀ
ପଶ୍ଚିମ ରେଳବାଇ ଅଧିନସ୍ଥ ରତଲାମ ରେଳ ମଣ୍ଡଳ ଜନସମ୍ପର୍କ ଇନ୍ସପେକ୍ଟର ମୁକେଶ କୁମାର ଏହି ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଏନେଇ ରେଳବାଇ ଅଧିକାରୀ ଜଣଙ୍କ କହିଛନ୍ତି ଯେ ରେଳବାଇ ଉଜ୍ୱୈନ ଏବଂ ଇନ୍ଦୋର ରେଳ ଷ୍ଟେସନ ଠାରେ "ଭର୍ଚ୍ୟୁଆଲ ରିଅଲିଟି ଟେକ୍ନୋଲୋଜି" (Virtual Reality Technology) ମାଧ୍ୟମରେ ସକାଳ ସମୟରେ ଭକ୍ତ ଯେପରି ବାବା ମହାକାଳଙ୍କ ଭସ୍ମ ଆରତୀ ଦେଖିପାରିବେ ସେଥିପାଇଁ ବ୍ୟବସ୍ଥା କରୁଛି। ଏହି ବ୍ୟବସ୍ଥା ପରେ ଯେଉଁ ଭକ୍ତ ସକାଳେ ସମୟରେ ଅନୁଷ୍ଠିତ ହେଉଥିବା ଭସ୍ମ ଆରତୀରେ ଅଂଶଗ୍ରହଣ କରିପାରିବେ ନାହିଁ, ସେମାନେ ସିଧାସଳଖ ରେଳ ଷ୍ଟେସନ ଠାରେ ମହାକାଳ ମନ୍ଦିରରେ ହେଉଥିବା ଭସ୍ମ ଆରତୀରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ପାଇବେ।


"ଭର୍ଚ୍ୟୁଆଲ ରିଅଲିଟି ଟେକ୍ନୋଲୋଜି" ମାଧ୍ୟମରେ ବାବା ମହାକାଳଙ୍କୁ ଦର୍ଶନ କରିପାରିବେ ଭକ୍ତ 
ଇନ୍ସପେକ୍ଟର ମୁକେଶ କୁମାର ଆହୁରି କହିଛନ୍ତି ଯେ "ଭର୍ଚ୍ୟୁଆଲ ରିଅଲିଟି ଟେକ୍ନୋଲୋଜି" ମାଧ୍ୟମରେ ଭସ୍ମ ଆରତୀ ପ୍ରଦର୍ଶିତ କରିବାର ଦାୟିତ୍ୱ ଭୋପାଳ ସ୍ଥିତ ଏକ ଘରୋଇ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। ଯେଉଁଥିପାଇଁ ଉଜ୍ୱୈନ ଏବଂ ଇନ୍ଦୋର ରେଳ ଷ୍ଟେସନ ଠାରେ ରେଳବାଇ ଦ୍ୱାରା ଘରୋଇ ସଂସ୍ଥାକୁ ୨୦୦ ବର୍ଗଫୁଟ ସ୍ଥାନ ଦିଆଯାଉଛି। କମ୍ପାନୀ ନିଜ ଖର୍ଚ୍ଚରେ ଯନ୍ତ୍ରପାତି କିଣି ସେଠାରେ ସ୍ଥାପନ କରିବ। ଏହା ସହିତ ପ୍ରତିବର୍ଷ ରେଳବାଇକୁ ପ୍ରାୟ ୧୦ ଲକ୍ଷ ଟଙ୍କାର ରାଜସ୍ୱ ପ୍ରଦାନ କରିବ।


ଭକ୍ତଙ୍କୁ ଦେବାକୁ ହେବ ନିର୍ଦ୍ଦିଷ୍ଟ ଶୁଳ୍କ
ରତଲାମ ରେଳ ମଣ୍ଡଳ ଜନସମ୍ପର୍କ ଇନ୍ସପେକ୍ଟର କହିଛନ୍ତି ଯେ ମହାକାଳଙ୍କ ଭସ୍ମ ଆରତୀ ଦର୍ଶନ କରିବା ବ୍ୟତୀତ "ଭର୍ଚ୍ୟୁଆଲ ରିଅଲିଟି ଟେକ୍ନୋଲୋଜି" ମାଧ୍ୟମରେ ବାବା ମହାକାଳ ଏବଂ ଅନ୍ୟାନ୍ୟ ଐତିହାସିକ ସ୍ଥାନକୁ ଲାଇଭ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଏହି ସୁବିଧା ପାଇବାକୁ ଚାହୁଁଥିବା ଭକ୍ତଙ୍କୁ କମ୍ପାନୀ ଦ୍ୱାରା ସ୍ଥିର କରାଯାଇଥିବା ନିର୍ଦ୍ଦିଷ୍ଟ ଦେୟ ପ୍ରଦାନ କରିବାକୁ ହେବ। ଅଧିକାରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏହି କାମ ପ୍ରାୟ ୨ ବର୍ଷ ପାଇଁ ଘରୋଇ ସଂସ୍ଥାକୁ ଦିଆଯାଉଛି।


୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ମହାକାଳେଶ୍ୱର 
ଆପଣଙ୍କୁ କହିରଖୁଛୁ ଯେ ଉଜ୍ୱୈନ ଠାରେ ଅବସ୍ଥିତ ମହାକାଳେଶ୍ୱର ମନ୍ଦିର ମଧ୍ୟ ଦେଶରେ ପ୍ରତିଷ୍ଠିତ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ମହାକାଳେଶ୍ୱର ମନ୍ଦିର ପରିଦର୍ଶନ କରିବାକୁ ଆସିଥାନ୍ତି। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମହାକାଳ ଲୋକ କରିଡର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପରେ ଭକ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଛି। ସେଥିମଧ୍ୟରୁ ଖୁବ୍ କମ୍ ଭକ୍ତ ସକାଳେ ଅନୁଷ୍ଠିତ ହେଉଥିବା ଭସ୍ମ ଆରତୀରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥାନ୍ତି। ଭକ୍ତ ବାବା ମହାକାଳଙ୍କ ଭସ୍ମ ଆରତୀକୁ ସିଧାସଳଖ ଦର୍ଶନ କରିବାକୁ ରେ ସକ୍ଷମ ହୋଇନଥାନ୍ତି।