Indian Railways: ଆମ ଦେଶରେ ଯେତେବେଳେ ଦୂରସ୍ଥାନକୁ ଯାତ୍ରା କରିବା ନେଇ କଥା ଆସେ ସେତେବେଳେ ଟ୍ରେନ୍ (Train) ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଦୀର୍ଘ ଦୂରତାକୁ ଅତିକ୍ରମ କରିବା ପାଇଁ ରେଳ ଏକ ଶସ୍ତା ଓ ଦ୍ରୁତ ପରିବହନ ମାଧ୍ଯମ ଅଟେ।  ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟ ଓ ସହରରେ ରେଳ ବ୍ୟବସ୍ଥା ରହିଛି । ରେଳବାଇ ବ୍ୟବସ୍ଥା ବର୍ତ୍ତମାନ ଆହୁରି ବିସ୍ତାରିତ ହେବାକୁ ଲାଗିଛି । ଏମିତି କି ଟ୍ରେନକୁ ଦୁର୍ଗମ ଅଞ୍ଚଳକୁ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଭାରତରେ ଏହି ଟ୍ରେନ୍ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ରେଳ ଷ୍ଟେସନ ବିଷୟରେ କହିବୁ, ଯେଉଁଠାରୁ ଦେଶର ପ୍ରତ୍ୟେକ ରାଜ୍ୟକୁ ଟ୍ରେନ୍ ଗଡ଼ିଥାଏ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଭାରତ ନିଜର ବିଶାଳ ରେଲ ନେଟୱର୍କ (Indian Railways) ଲାଗି ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦେଶରେ ପ୍ରତ୍ୟେକ ଦିନ ଲକ୍ଷେ ଲକ୍ଷେ ଲୋକେ ଟ୍ରେନ୍ ଦ୍ବାରା ନିଜର ଗନ୍ତବ୍ୟସ୍ଥଳକୁ ଯାଆସ କରନ୍ତି । ତେବେ ଦେଶରେ ଏଭଳି ଏକ ରେଳ ଷ୍ଟେସନ (Railway Station) ରହିଛି ଯେଉଁଠାରୁ ସମସ୍ତ ରାଜ୍ୟକୁ ଟ୍ରେନ୍ ଚଳାଚଳ କରିଥାଏ ।


Also Read-ଭୟଙ୍କର ଦୁର୍ଘଟଣା ପରେ ବି ଚେତିନି ଓସେନ ଗେଟ୍, ପୁଣି ଟାଇଟାନିକ୍ ଯାତ୍ରା ନେଇ ଦେଲା ବିଜ୍ଞାପନ


ଏହା ହେଉଛି ଦେଶର ସବୁଠାରୁ ବ୍ୟସ୍ତ ବହୁଳ ରେଳ ଷ୍ଟେସନ


ମଥୁରା ରେଳ ଜଙ୍କସନ (Mathura junction) ଭାରତର ସବୁଠାରୁ ବ୍ୟସ୍ତ ବହୁଳ ରେଳ ଷ୍ଟେସନ ମଧ୍ୟରୁ ଅନ୍ୟତମ । ଏହି ରେଳ ଷ୍ଟେସନରେ ଆପଣ ୨୪ ଘଣ୍ଟା ଟ୍ରେନର ଶବ୍ଦ ଶୁଣିବାକୁ ପାଇବେ। ଏହି ଷ୍ଟେସନରୁ ଅନେକ ଟ୍ରେନ୍ ଚାଲିଥାଏ । ରାଜଧାନୀ ଦିଲ୍ଲୀରୁ ଦକ୍ଷିଣ ଭାରତକୁ ଯାଉଥିବା ପ୍ରାୟ ସମସ୍ତ ଟ୍ରେନ୍ ଏହି ଷ୍ଟେସନ ଦେଇ ଯାଇଥାଏ । ଏହା ବ୍ୟତୀତ କାଶ୍ମୀର (Kashmir) ଓ କନ୍ୟାକୁମାରୀ (kanyakumari) ଯାଉଥିବା ଯାତ୍ରୀମାନେ ମଥୁରା ରେଳ ଜଙ୍କସନରୁ ହିଁ ଟ୍ରେନ୍ ଧରିଥାଆନ୍ତି । କେବଳ ଏତିକି ନୁହେଁ, ମଥୁରା ରେଳ ଜଙ୍କସନରୁ ୟୁପି ଓ ରାଜସ୍ଥାନ ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ଟ୍ରେନ୍ (Train) ଯାଇଥାଏ।


ମଥୁରା ଷ୍ଟେସନରୁ ଚାରୋଟି ଦିଗ ପାଇଁ ଚାଲିଥାଏ ଟ୍ରେନ୍


ମଥୁରା ଜଙ୍କସନରେ (Mathura junction) ଚାରୋଟି ଦିଗ ପାଇଁ ଟ୍ରେନ୍ ଉପଲବ୍ଧ ହୋଇଥାଏ । ୧୮୭୫ ମସିହାରେ ମଥୁରା ଜଙ୍କସନରେ ପ୍ରଥମ ଥର ପାଇଁ ଟ୍ରେନ୍ ଚଳାଚଳ କରିଥିଲା । ଏହି ରେଳ ଷ୍ଟେସନ ଉତ୍ତର କେନ୍ଦ୍ରୀୟ ରେଳର ଏକ ଅଂଶ ଅଟେ । ଏହି ରେଳ ଷ୍ଟେସନରୁ ଟ୍ରେନ୍ ୭ଟି ରୁଟ୍ ପାଇଁ ଚାଲିଥାଏ, ଯେଉଁଥିରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣର ପ୍ରାୟ ସମସ୍ତ ଦିଗ ଅନ୍ତର୍ଭୁକ୍ତ ରହିଛି।  ସେପଟେ ଆପଣ ଏହି ରେଳ ଷ୍ଟେସନରୁ କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ସହିତ ଅନେକ ରାଜ୍ୟ ପାଇଁ ମଧ୍ଯ ଟ୍ରେନ୍ ଧରିପାରିବେ । ଏଠାରେ ଅଧିକାଂଶ ସମୟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥାଏ, ଏହି କାରଣରୁ ଏହି ଷ୍ଟେସନରୁ ଟ୍ରେନ ଧରିବା କଷ୍ଟସାଧ୍ଯ ହୋଇଥାଏ । ତେଣୁ ଏହି ରେଳ ଜଙ୍କସନକୁ ‘ବ୍ୟସ୍ତ ବହୁଳ’ ବୋଲି ଷ୍ଟେସନ (Busy Railway station in india) ବୋଲି କୁହାଯାଏ ।


Also Read-ଚଳନ୍ତା ବସରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ କଣ୍ଡକ୍ଟର: ଦେଖନ୍ତୁ ଭିଡିଓ


Also Read-Delhi Metro: ମଦ୍ୟପଙ୍କ ପାଇଁ ଖୁସି ଖବର! ବର୍ତ୍ତମାନ ଏହି ଟ୍ରେନରେ ନେଇ ପାରିବେ ଦୁଇ ବୋତଲ ସିଲ୍ ମଦ