Jawaharlal Nehru Speech in Lok Sabha: ୨୦୨୪ ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ଦିଆଯିବା ପରେ ସୋମବାର ଲୋକସଭା ନିଜର ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦ୍ୱିତୀୟ ପାଳି କାର୍ଯ୍ୟକାଳର ଶେଷ ଅଧିବେଶନରେ ୯୦ ମିନିଟ୍ ପାଇଁ ଲୋକସଭାକୁ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ବେଳେ ଜବାବ ଦେଇ କଂଗ୍ରେସ ବିରୋଧରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଲୋକସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ୧୯୫୯ ମସିହାରେ ଲାଲ କିଲ୍ଲା ଠାରେ ଦେଶକୁ ସମ୍ବୋଧିତ କରିବା ଅବସରରେ  ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ଲାଲ ନେହେରୁଙ୍କ ଭାଷଣର ଏକ ଅଂଶକୁ ଦୋହରାଇଥିଲେ। ଯେଉଁଥିରେ ପଣ୍ଡିତ ନେହେରୁ ଭାରତୀୟଙ୍କୁ କମ୍ କାମ କରିବାର ଅଭ୍ୟାସ ରଖୁଥିବା ଲୋକ ବୋଲି ବର୍ଣ୍ଣନା କରିଥିଲେ।


COMMERCIAL BREAK
SCROLL TO CONTINUE READING

ନିଜର ଭାଷଣରେ କ'ଣ କହିଥିଲେ ପଣ୍ଡିତ ନେହେରୁ?
୧୯୫୯ ମସିହାରେ ଲାଲ କିଲ୍ଲା ଠାରେ ଦେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ଲାଲ ନେହେରୁ କହିଥିଲେ ଯେ ସାଧାରଣତଃ ଭାରତୀୟଙ୍କ ପାଖରେ ବହୁତ କଠିନ ପରିଶ୍ରମ କରିବାର ଅଭ୍ୟାସ ନାହିଁ। ଆମେ ୟୁରୋପ, ଚୀନ୍, ଜାପାନ ଏବଂ ଆମେରିକା ଭଳି ଦେଶର ଲୋକଙ୍କ ଭଳି ସେତେ ପରିଶ୍ରମ କରୁନାହୁଁ। ଆପଣ ଭାବନ୍ତୁ ନାହିଁ ଯେ ସେହି ଦେଶ କୌଣସି ଯାଦୁ ଦ୍ୱାରା ବିକଶିତ ହୋଇଯାଇଛି କିମ୍ବା ସେଠାକାର ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି। ସେମାନେ କଠିନ ପରିଶ୍ରମ କରି ବିକଶିତ ହୋଇଛନ୍ତି। ସେମାନେ ନିଜର କାର୍ଯ୍ୟ ଏବଂ ବୁଦ୍ଧି ବଳରେ ଅଗ୍ରଗତି ହାସଲ କରିଛି। ଆମେ କଠିନ ପରିଶ୍ରମ ଏବଂ ବୁଦ୍ଧି ସହିତ ମଧ୍ୟ ଆଗକୁ ବଢିପାରିବା।


ପଣ୍ଡିତ ନେହେରୁଙ୍କ ସେହି ଭାଷଣ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ଭାବୁଥିଲେ ଯେ ଭାରତୀୟ ହେଉଛନ୍ତି ଅଳସୁଆ। ପଣ୍ଡିତ ନେହେରୁଙ୍କ ଭଳି ଇନ୍ଦିରା ଗାନ୍ଧୀଙ୍କ ଚିନ୍ତାଧାରା ମଧ୍ୟ ଭିନ୍ନ ନୁହେଁ। ଇନ୍ଦିରା ଗାନ୍ଧୀ କହିଥିଲେ ଯେ ଆମର ଅଭ୍ୟାସ ହେଉଛି ଯେ ଯେତେବେଳେ କିଛି ଶୁଭ କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି, ସେତେବେଳେ ଆମେ ଆତ୍ମସନ୍ତୋଷର ଭାବନାରେ ପରିପୂର୍ଣ୍ଣ ହୋଇଥାଉ। ଯେତେବେଳେ କୌଣସି ଅସୁବିଧା ଉପୁଜିଥାଏ ସେତେବେଳେ ଆମେ ନିରାଶ ହୋଇଯାଉ। ବେଳେବେଳେ ଏପରି ଲାଗିଥାଏ ଯେ ଯେପରି ସମଗ୍ର ଦେଶ ପରାଜୟ ଭାବନାକୁ ଗ୍ରହଣ କରିଛି। ଏହା ହେଉଛି ଆମ ଦେଶ ଏବଂ ଭାରତୀୟଙ୍କ ପ୍ରତି ରହିଥିବା ସେମାନଙ୍କ ଚିନ୍ତାଧାରା।


ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ଦେଇ ଅଭିଭାଷଣ ରଖିବା ଅବସରରେ ବିରୋଧିଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ। ବିରୋଧି ଦଳଙ୍କୁ କଟାକ୍ଷ କରି  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେମାନେ ବହୁ ଦଶନ୍ଧି ଧରି ବିରୋଧି ଦଳ ଆସନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ବିରୋଧିଙ୍କ ସଂକଳ୍ପକୁ ପ୍ରଶଂସା କରୁଛି। ଦୀର୍ଘ ଦିନ ଧରି ସେମାନେ ବିରୋଧୀ ଦଳ ଆନସରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଆପଣ ଅନେକ ଦଶନ୍ଧି ଧରି ଏଠାରେ ବସି ରହିଥିଲେ। ସେହିପରି ଆହୁରି ଅନେକ ଦଶନ୍ଧି ଧରି ସେଠାରେ ବସିବାର ସଂକଳ୍ପ ନେଇଛନ୍ତି। ଆଜିକାଲି ଆପଣ ଯେଉଁଭଳି ଭାବରେ ପରିଶ୍ରମ କରୁଛନ୍ତି, ସେଥିପାଇଁ ଜନତା ଜନାର୍ଦ୍ଦନ ନିଶ୍ଚିତ ଭାବରେ ଆପଣଙ୍କୁ ଆଶୀର୍ବାଦ କରିବେ। 


ପ୍ରଧାନମନ୍ତ୍ରୀ ମୋଦି ନିଜର ୯୦ ମିନିଟ ଭାଷଣ ଆରମ୍ଭରୁ କଂଗ୍ରେସ ବିରୋଧରେ ବର୍ଷିଥିଲେ। ଭାଷଣ ଶେଷରେ ଦେଶର ବିକାଶକୁ ସମର୍ଥନ କରିବାକୁ କଂଗ୍ରେସକୁ ଆହ୍ୱାନ କରିଛନ୍ତି। ବର୍ତ୍ତମାନର ସପ୍ତଦଶ ଲୋକସଭାରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଶେଷ ସମ୍ବୋଧନ ହୋଇପାରେ। କାରଣ ଚଳିତ ବର୍ଷ ଅପ୍ରେଲ୍-ମେ ମାସରେ ଦେଶରେ ଅଷ୍ଟାଦଶ ଲୋକସଭା ନିର୍ବାଚନ ହେବାକୁ ଯାଉଛି।