Indonesia Volcano Eruption Latest Update: ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆରେ ଏବେ କାଳ ଭାବେ ଉଭା ହୋଇଛି ଆଗ୍ନେୟଗିରି। ସ୍ଥାନୀୟ ମରାପି ଆଗ୍ନେୟଗିରିରେ ହଠାତ୍ ବିସ୍ଫୋରଣ ହୋଇଥିବାର ଖବର ଆସିଛି। ଆଗ୍ନେୟଗିରି ଉଦଗୀରଣ ହେବା କାରଣରୁ ୧୧ ପର୍ବତାରୋହୀଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୯୮୪୩ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ମରାପି ଆଗ୍ନେୟଗିରରେ ଉଦଗୀରଣ ହେବା ପରେ କ୍ରମାଗତ ଭାବରେ ପାଉଁଶ ନିର୍ଗତ ହେବାରେ ଲାଗିଛି। ଯାହା ଫଟୋ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ପାଉଁଶର ମେଘ ସ୍ପଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି। ରାସ୍ତା ଘାଟ, ଘର ଦ୍ୱାର, ଗଛ ଲତା ଏବଂ ଗାଡ଼ି ମଟର ସବୁକିଛି ପାଉଁଶ ଦ୍ୱାରା ଆବଦ୍ଧ ହୋଇଯାଇଛି। ମରାପି ଆଗ୍ନେୟଗିରିରେ ଏବେ ମଧ୍ୟ ଛୋଟ ମୋଟ ଧରଣର ବିସ୍ଫୋରଣ ହୋଇଥିବାର କୁହାଯାଉଛି। ଯେଉଁ କାରଣରୁ ଉଦ୍ଧାର ଅଭିଯାନ କିଛି ସମୟ ପାଇଁ ବନ୍ଦ ରହିଥିଲା।


COMMERCIAL BREAK
SCROLL TO CONTINUE READING

ଆଗ୍ନେୟଗିରି ଉଦଗୀରଣ ହେବା କାରଣରୁ ୧୧ ପର୍ବତାରୋହୀଙ୍କ ହୋଇଛି ମୃତ୍ୟୁ 
ଯେତେବେଳେ ମରାପି ଆଗ୍ନେୟଗିରିରେ ଉଦଗୀରଣ ହୋଇଥିଲା, ସେତେବେଳେ ଏହାର ଚର୍ତୁପାର୍ଶ୍ୱରେ ୧୧ ଜଣ ପର୍ବତାରୋହୀ ରହିଥିଲେ। ଆଗ୍ନେୟଗିରିରୁ ନିର୍ଗତ ହୋଇଥିବା ଲାଭା ଦ୍ୱାରା ପର୍ବତାରୋହୀ ଅତ୍ୟଧିକ ଜଳି ଯାଇଥିଲେ। ଯେଉଁ କାରଣରୁ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିଲା। ଏହି ଆଗ୍ନେୟଗିରିରେ ହଠାତ୍ ଉଦଗୀରଣ ହେବା ନେଇ ପର୍ବତାରୋହୀ କିମ୍ବା ଇଣ୍ଡୋନେସିଆ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପାଖରେ କୌଣସି ଧାରଣା ନଥିଲା। ଡିସେମ୍ବର ୫ ତାରିଖ ମଙ୍ଗଳବାର ଆଗ୍ନେୟଗିରି ଉଦଗୀରଣ କାରଣରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ ହୋଇଛି।


ଉଦ୍ଧାରକାରୀ ଦଳ ବନ୍ଦ କରିଦେଲା ଉଦ୍ଧାର ଅଭିଯାନ
ମରାପି ଆଗ୍ନେୟଗିରିରେ ଏବେ ମଧ୍ୟ ବିସ୍ଫୋରଣ ହେଉଥିବାର କୁହାଯାଉଛି। ଯେଉଁ କାରଣରୁ ଉଦ୍ଧାରକାରୀ ଦଳ ଉଦ୍ଧାର ଅଭିଯାନକୁ ଆଗେଇ ନେବା ପାଇଁ ସକ୍ଷମ ନୁହଁନ୍ତି। ଏହି ଆଗ୍ନେୟଗିରିରେ ଆଉ ଏକ ବଡ଼ ଧରଣର ବିସ୍ଫୋରଣ ହୋଇପାରେ ବୋଲି ମଧ୍ୟ ସମ୍ଭାବନା ରହିଛି।


ବିଶ୍ୱରେ ରହିଛି ୧୫୦୦ ସକ୍ରିୟ ଆଗ୍ନେୟଗିରି
ଇଣ୍ଡୋନେସିଆରେ ମରାପି ଅର୍ଥ ହେଉଛି ଅଗ୍ନି ପର୍ବତ ଅର୍ଥାତ ନିଆଁର ପାହାଡ଼। ମରାପି ଆଗ୍ନେୟଗିରି ହେଉଛି ସୁମାତ୍ରା ଦ୍ୱୀପରେ ଅବସ୍ଥିତ ସବୁଠାରୁ ସକ୍ରିୟ ଆଗ୍ନେୟଗିରି। ସମଗ୍ର ବିଶ୍ୱରେ ପାଖାପାଖି ୧୫୦୦ ସକ୍ରିୟ ଆଗ୍ନେୟଗିରି ରହିଛି। ସେମାନଙ୍କ ମଧ୍ୟରେ ସବୁଠାରୁ ସକ୍ରିୟ ଆଗ୍ନେୟଗିରି ଇଣ୍ଡୋନେସିଆରେ ଅବସ୍ଥିତ ରହିଛି। ବିଶ୍ୱର ସର୍ବବୃହତ୍ତ ଦ୍ୱୀପ ଦେଶ କୁହାଯାଉଥିବା ଇଣ୍ଡୋନେସିଆ ଠାରେ ପ୍ରାୟ ୧୨୧ ଆଗ୍ନେୟଗିରି ରହିଛି। ଏହା ମଧ୍ୟରୁ ପ୍ରାୟ ୭୪  ଆଗ୍ନେୟଗିରି ୧୮୦୦ ମସିହାରୁ ସକ୍ରିୟ ରହିଛି। ଏହା ବ୍ୟତୀତ ଅନ୍ୟ ୫୮ ଆଗ୍ନେୟଗିରି ୧୯୫୦ ମସିହାରୁ ସକ୍ରିୟ ରହିଛି। ଯାହାର ଅର୍ଥ ହେଉଛି ଯେକୌଣସି ସମୟରେ ଏହି ଆଗ୍ନେୟଗିରିରୁ ଉଦଗୀରଣ ହୋଇପାରେ।
 
ଇଣ୍ଡୋନେସିଆରେ ରହିଛି ଅଧିକାଂଶ ସକ୍ରିୟ ଆଗ୍ନେୟଗିରି
ଗତ ବର୍ଷ ୧୨ ଅଗଷ୍ଟ ଠାରୁ ଇଣ୍ଡୋନେସିଆର ୭ ଆଗ୍ନେୟଗିରିରେ କ୍ରମାଗତ ଭାବରେ ବିସ୍ଫୋରଣ ହେଉଛି। କେଲୁଟ୍, କ୍ରାକାଟାଉ, ମରାପି, ଲେବୋ-ଟୋଲୋକ, କାରାଙ୍ଗେଟାଙ୍ଗ୍, ସେମେରୁ, ଇବୁ ଏବଂ ଡୁକନୋ। ଇଣ୍ଡୋନେସିଆରେ ସବୁଠାରୁ ଅଧିକ ସକ୍ରିୟ ଆଗ୍ନେୟଗିରି ଅବସ୍ଥିତ ରହିଛି। ଇଣ୍ଡୋନେସିଆ ପରେ ଆମେରିକାର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ରହିଛି। ଏଠାରେ ପ୍ରାୟ ୬୩ ସକ୍ରିୟ ଆଗ୍ନେୟଗିରି ରହିଛି। ସେହିପରି ଜାପାନରେ ୬୨, ଋଷିଆରେ ୪୯ ଏବଂ ଚିଲିରେ ୩୪ ସକ୍ରିୟ ଆଗ୍ନେୟଗିରି ଅବସ୍ଥିତ ରହିଛି।​