International Bhikhari Pakistan: ପୁଣି ଥରେ ନିଜର ଏକ ନୂଆ ରେକର୍ଡ ପାଇଁ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ରହିଛି ପାକିସ୍ତାନ। ଏବେ ପାକିସ୍ତାନୀ ବିଦେଶ ଯାଇ ଯେଉଁ କାରାନାମା କରୁଛନ୍ତି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କେବଳ ସେତିକି ନୁହେଁ ଯେଉଁ କାମ ପାଇଁ ପାକିସ୍ତାନୀ ଚର୍ଚ୍ଚାରେ ଅଛନ୍ତି ସେହି କାମ କରିବା ପାଇଁ ସେମାନେ ପାକିସ୍ତାନରୁ ବିମାନ ଯୋଗେ ବିଦେଶ  ଯାତ୍ରା କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଜ୍ଞା ହଁ, ଏଥର ଭିକ ମାଗିବା ପାଇଁ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନୀ (International Bhikhari Pakistan)। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ଭିକ ମାଗିବା ପାଇଁ ସେମାନେ (Pakistani People) ସ୍ୱଦେଶରୁ ବିମାନ ଯାତ୍ରା କରି ବିଦେଶରେ ପହଞ୍ଚିବାରେ ଲାଗିଛନ୍ତ। ବିଦେଶରେ ଗିରଫ ହୋଇଥିବା ଭିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ (Pakistan Citizen) ହୋଇଥିବା ଜଣାପଡ଼ିଛି। ବହୁ ସଂଖ୍ୟାକ ପାକିସ୍ତାନୀ ଭିକାରୀ ଭିକ ମାଗିବା (Pakistani Beggar) କାରଣରୁ ଇରାନ (Iran) ଏବଂ ସାଉଦି ଆରବ (Saudi Arabia) ଠାରେ କାରାଦଣ୍ଡ ଭୋଗୁଛନ୍ତି।


ପାକିସ୍ତାନ ସରକାରଙ୍କ ସିନେଟ ଷ୍ଟାଣ୍ଡିଂ କମିଟି (Pakistan Government Senate Standing Committee) ପକ୍ଷରୁ କୁହାଯାଇଛି ଯେ ବିଦେଶରେ ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ଭିକ ମାଗିବାରେ ଲାଗିଛନ୍ତି। ଯେଉଁଥିପାଇଁ ସେମାନଙ୍କୁ ଜେଲ ଯିବାକୁ ପଡୁଛି। ପାକିସ୍ତାନ ପ୍ରବାସୀ ମନ୍ତ୍ରଣାଳୟ (Ministry of Overseas Pakistan) ସଚିବ ଜିଶାନ ଖାନଜଦା ଷ୍ଟାଣ୍ଡିଂ କମିଟି ଉଦ୍ଦେଶ୍ୟରେ କହିଛନ୍ତି ଯେ ପ୍ରାୟ ୧୦ ଲକ୍ଷ ପାକିସ୍ତାନୀ ନାଗରିକ ବିଦେଶରେ (Pakistan Citizen in Abroad) ଅଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଲୋକ ଭିକ ମାଗିବାରେ ଲାଗିଛନ୍ତି। ପାକିସ୍ତାନୀ ନାଗରିକ ବିଶ୍ୱର ବିଭିନ୍ନ ଦେଶର ଭିସା ନେଇ ସେଠାରେ ଭିକ ମାଗୁଥିବାର ଜଣାପଡ଼ିଛି।


ପାକିସ୍ତାନ ମନ୍ତ୍ରଣାଳୟ ସଚିବ ଆହୁରି କହିଛନ୍ତି ଯେ ଅନେକ କ୍ଷେତ୍ରରେ ପାକିସ୍ତାନରୁ ବିଦେଶ ଯାଉଥିବା ବିମାନ ଭିକାରୀଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯାଉଛି। ଆରବ ଦେଶରେ ବନ୍ଦୀ ହୋଇଥିବା ୯୦ % ଭିକାରୀ ହେଉଛନ୍ତି ପାକିସ୍ତାନୀ। ବିଦେଶରେ ପାକିସ୍ତାନୀ ନାଗରିକଙ୍କ ଏକ ବୃହତ ଜନସଂଖ୍ୟା ଭିକ ମାଗିବାରେ ଲାଗିଛନ୍ତି।



ଇରାନ-ସାଉଦି ଆରବ ଠାରେ କାରାଦଣ୍ଡ ଭୋଗୁଛନ୍ତି ପାକିସ୍ତାନୀ 
ଜିଶାନ ଖାନଜଦା ଆହୁରି କହିଛନ୍ତି ଯେ ଭିକ ମାଗିବାରେ ନିୟୋଜିତ ପାକିସ୍ତାନୀ ନାଗରିକଙ୍କ ଏକ ବୃହତ ଜନସଂଖ୍ୟା ବିଦେଶରେ ବିଭିନ୍ନ ଆଇନଗତ ଅସୁବିଧାର ସାମ୍ନା କରୁଛି। ବିଦେଶରେ ଗିରଫ ହୋଇଥିବା ଭିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ ବୋଲି ଜଣାପଡ଼ିଛି। ଇରାକ ଏବଂ ସାଉଦି ଆରବ ରାଷ୍ଟ୍ରଦୂତ କହିଛନ୍ତି ଯେ ସେମାନଙ୍କ ଦେଶର ଜେଲ ପାକିସ୍ତାନୀ ଭିକାରୀଙ୍କ କାରଣରୁ ଭରି ଯିବାରେ ଲାଗିଛି। ସାଉଦି ଆରବ ଠାରେ ଗିରଫ ହୋଇଥିବା ଅନେକ ପାକିସ୍ତାନୀ ପକେଟମାର କରିବା ଭଳି କାର୍ଯ୍ୟ କରୁଥିବାର ଜଣାପଡ଼ିଛି। ସେମାନେ ସାଧାରଣତଃ ଉମରା ଭିସା ନେଇ ସାଉଦି ଆରବ ଯାତ୍ରା କରି ସେଠାରେ ଭିକ ମାଗୁଛନ୍ତି। ପାକିସ୍ତାନୀ ଭିକାରୀଙ୍କ କାରାନାମାକୁ ଇରାନ ଏବଂ ସାଉଦି ଆରବ ଭଳି ଦେଶ ବିରୋଧ କରିଛନ୍ତି। ପାକିସ୍ତାନୀ ଭିକାରୀଙ୍କ କାରଣରୁ ଏହି ଦେଶର ଜେଲ ପରିସରରେ ଭିଡ଼ ବଢିବାରେ ଲାଗିଛି।