ICJ Judgement on Israel-Hamas War: ପ୍ରାୟ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଇସ୍ରାଏଲ-ହମାସ୍ ମଧ୍ୟରେ ଜାରି ରହିଛି ଭୀଷଣ ଯୁଦ୍ଧ। ଏହି ଯୁଦ୍ଧ ରୋକିବା ପାଇଁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନ୍ତର୍ଜାତୀୟ ନ୍ୟାୟଳୟରେ କରାଯାଇଥିଲା ଆବେଦନ। ଏହି ଆବେଦନ ଉପରେ ଶୁଣାଣି କରି ରାୟ ଶୁଣାଇଛନ୍ତି ନେଦରଲ୍ୟାଣ୍ଡ ହେଗ ଠାରେ ଅବସ୍ଥିତ ଅନ୍ତର୍ଜାତୀୟ ନ୍ୟାୟଳୟ। ଏନେଇ ନ୍ୟାୟାଳୟ କହିଛନ୍ତି ଗାଜା ଠାରେ ଚାଲିଥିବା ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି। ହେଲେ ହମସା ବିରୋଧରେ ଇସ୍ରାଏଲ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ କାରଣରୁ ହେଉଥିବା କ୍ଷୟକ୍ଷତି ରୋକିବା ପାଇଁ ପ୍ରୟାସ ଜାରି ରଖିବାକୁ କହିଛନ୍ତି କୋର୍ଟ। 


COMMERCIAL BREAK
SCROLL TO CONTINUE READING

ଅନ୍ତର୍ଜାତୀୟ ନ୍ୟାୟଳୟରେ ଜାରି ରହିବ ଇସ୍ରାଏଲ-ହମାସ ଯୁଦ୍ଧ ମାମଲାର ବିଚାର
ଜାନୁଆରୀ ୨୬ ତାରିଖ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ଇସ୍ରାଏଲ-ହମାସ ଯୁଦ୍ଧ ମାମଲାରେ ଶୁଣାଣି କରିଥିଲେ ଅନ୍ତର୍ଜାତୀୟ ନ୍ୟାୟାଳୟର ୧୭ ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ। ଏହି ମାମଲାରେ ରାୟ ଶୁଣାଇବା ବେଳେ ନ୍ୟାୟାଳୟ ଏହି ମାମଲାକୁ ଖାରଜ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଅଧ୍ୟକ୍ଷ ଜୋନ୍.ଇ ଡୋନୋଗ୍ୟୁ କହିଛନ୍ତି ଯେ ଇସ୍ରାଏଲ-ହମାସ ଯୁଦ୍ଧ କାରଣରୁ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଘଟୁଥିବା ମାନବୀୟ ସଂକଟ ସମ୍ପର୍କରେ କୋର୍ଟ ଅବଗତ ରହିଛନ୍ତି। ଧନ ଜୀବନ ନଷ୍ଟ ହେବାରକୁ ନେଇ କୋର୍ଟ ଚିନ୍ତିତ ଅଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଇସ୍ରାଏଲ-ହମାସ ଯୁଦ୍ଧ ମାମଲାର ବିଚାର ଶୁଣାଣି ହେବ। ଏହି ମାମଲା ଖାରଜ କରାଯିବ ନାହିଁ। ଯେଉଁଥିରେ ଇସ୍ରାଏଲ ବିରୋଧରେ ଗାଜା ଅଞ୍ଚଳରେ ନରସଂହାର କରୁଥିବା ନେଇ ଅଭିଯୋଗ କରାଯାଇଛି।


ଦକ୍ଷିଣ ଆଫ୍ରିକା ପକ୍ଷରୁ କରାଯାଇଥିଲା ଆବେଦନ 
ଅନ୍ତର୍ଜାତୀୟ ନ୍ୟାୟଳୟରେ ଇସ୍ରାଏଲ ବିରୋଧରେ ଦାଖଲ ହୋଇଥିବା ଆବେଦନ ଦକ୍ଷିଣ ଆଫ୍ରିକା ପକ୍ଷରୁ କରାଯାଇଥିଲା। ୟେଉଁଥିରେ ଇସ୍ରାଏଲ ସେନା ପକ୍ଷରୁ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ବିରୋଧରେ ଚାଲିଥିବା ସାମରିକ ଅଭିଯାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଇସ୍ରାଏଲ ସେନାକୁ ତୁରନ୍ତ ଗାଜା ଅଞ୍ଚଳରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ କରାଯାଇଥିଲା। ହେଲେ ଇସ୍ରାଏଲ୍ ସରକାର ଆଶା ପ୍ରକଟ କରିଥିଲେ ଏପରି ଏକ ମିଥ୍ୟା ଅଭିଯୋଗକୁ ଅନ୍ତର୍ଜାତୀୟ ନ୍ୟାୟଳୟ ଖାରଜ କରିଦେବେ। 


ଉଭୟ ପକ୍ଷଙ୍କ ପାଇଁ ବିଜୟ ପରିସ୍ଥିତି
ଏଭଳି ପରିସ୍ଥିତିରେ ଶୁକ୍ରବାର ଅନ୍ତର୍ଜାତୀୟ ନ୍ୟାୟଳୟ ଇସ୍ରାଏଲ-ହମାସ ଯୁଦ୍ଧ ମାମଲାରେ ଶୁଣାଇଥିବା ରାୟ ଉଭୟ ପକ୍ଷଙ୍କ ପାଇଁ ଏକ ବିଜୟ ପରିସ୍ଥିତି ହୋଇପାରେ। ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶୁକ୍ରବାର କୋର୍ଟ ନେଇଥିବା ନିଷ୍ପତ୍ତି କେବଳ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ବର୍ଷ ବର୍ଷର ସମୟ ଲାଗିପାରେ। ଯଦିଓ ଏଭଳି ପରିସ୍ଥିତିରେ ଏହି ମାମଲାରେ ନ୍ୟାୟଳୟରେ ଶୁଣାଣି ଜାରି ରହିବ, ହେଲେ ଇସ୍ରାଏଲ ସେନା ହମାସ ବିରୋଧି ଯୁଦ୍ଧରେ ଯୁଦ୍ଧ ବିରାମ କରିବାରୁ ଆଶ୍ୱସ୍ତି ପାଇଯାଇଛି।


ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନରେ କମ୍ପି ଉଠୁଛି ହମାସ
ଗତ ବର୍ଷ ଅକ୍ଟୋବର ୭ ତାରିଖରେ ସଶସ୍ତ୍ର ହମାସ ଆତଙ୍କବାଦୀ ସମ୍ପୂର୍ଣ୍ଣ ଯୋଜନା ସହିତ ଇସ୍ରାଏଲ ଉପକୂଳବର୍ତ୍ତୀ ଅଞ୍ଚଳରେ ଆକ୍ରମଣ କରି ପ୍ରାୟ ୧୪୦୦ ଲୋକଙ୍କୁ ହତ୍ୟା କରିଥିଲେ। ଅନ୍ୟପଟେ ପ୍ରାୟ ୨୫୦ ଜଣ ଲୋକଙ୍କୁ ଘାଜାକୁ ବନ୍ଧକ କରି ଗାଜା ଅଞ୍ଚଳରେ ରହିଥିବା ସୁଡ଼ଙ୍ଗରେ ରଖିଥିଲେ। ଦେଶର ବନ୍ଧକ ଉଦ୍ଧାର କରିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଆରମ୍ଭ ହୋଇଥିଲା ହମାସ ଦମନ ଅଭିଯାନ। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୨୬ ହଜାରରୁ ଉର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇ ସାରିଛନ୍ତି। ଏହି ତଥ୍ୟ ଗାଜା ଠାରେ ଅବସ୍ଥାପିତ ହାମାସ ନେତୃତ୍ୱାଧିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ହେଲେ ମୃତକଙ୍କ ମଧ୍ୟରେ କେତେ ଆତଙ୍କବାଦୀ ଏବଂ କେତେ ସାଧାରଣ ନାଗରିକ ଅଛନ୍ତି ତାହା ଜଣାପଡ଼ିନାହିଁ।