ITR Filing:  ଇମକମ୍ ଟାକ୍ସ ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ରେ ଶେଷ ହୋଇଛି । ଏଥର ସରକାର ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାର ଅବଧିକୁ ବଢାଇନାହାନ୍ତି । ତେବେ ଏନେଇ ଚିନ୍ତାରେ ପଡ଼ିଛନ୍ତି ଆୟକର ଦାଖଲ କରିନଥିବା ବ୍ୟକ୍ତି । ଏପରି ପରିସ୍ଥିତିରେ, ଯଦି ଆପଣ ରିଟର୍ଣ୍ଣ ଫାଇଲ୍ କରିନାହାନ୍ତି ତାହାଲେ ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ । ତେବେ ଆସନ୍ତୁ ଜାଣିବା ଯଦି ଦିଆଯାଇଥିବା ଅବଧି ମଧ୍ଯରେ ଯଦି ଆପଣ ଇମକମ୍ ଟାକ୍ସ ରିଟର୍ଣ୍ଣ (ITR) ଦାଖଲ କରିନାହାନ୍ତି ତାହାଲେ କ’ଣ କରିବେ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ବିଳମ୍ବିତ ଇମକମ୍ ଟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି  ଡିସେମ୍ବର ୩୧ ତାରିଖ । ତେବେ ଯେଉଁମାନେ ରିଟର୍ଣ୍ଣ ଫାଇଲ୍ କରିନାହାନ୍ତି ସେମାନେ ଏବେ ବି ନିଜର ଆୟକର ରିଟର୍ଣ୍ଣ (ITR) ଦାଖଲ କରିପାରିବେ । କିନ୍ତୁ ଡିସେମ୍ବର ୩୧ ତାରିଖ ପୂର୍ବରୁ ଏହି କାର୍ଯ୍ୟକୁ ସମାପ୍ତ କରିବାକୁ ପଡ଼ିବ । ଯାହାକୁ ବର୍ତ୍ତମାନ ବିଳମ୍ବିତ ରିଟର୍ଣ୍ଣ କୁହାଯିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଠିକ୍ ସମୟରେ ରିଟର୍ଣ୍ଣ ଦାଖଲ କରିବା ଓ ଅବଧି ପରେ ରିଟର୍ଣ୍ଣ ଫାଇଲ୍ କରିବା ମଧ୍ୟରେ ପାର୍ଥକ୍ୟ କ’ଣ? ତାହାଲେ ଜାଣି ରଖନ୍ତୁ ଯେ, ବର୍ତ୍ତମାନ ଯେଉଁମାନେ ବିଳମ୍ବ ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ଏକ ପ୍ରକାର ଜରିମାନା କିମ୍ବା ଦେୟ ଦେବାକୁ ପଡିବ । ଯାହାକୁ ‘ବିଳମ୍ବ ଫି’ କୁହାଯାଇଥାଏ ।


ପ୍ରକାଶ ଥାଉ କି, ଯେଉଁମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ରିଟର୍ଣ୍ଣ (ITR) ଦାଖଲ କରିନାହାନ୍ତି ସେମାନେ ଏବେ ଜୋରିମାନା ବା ଲେଟ୍ ଫି ସହ ବିଳମ୍ବ ରିଟର୍ଣ୍ଣ ଦାଖଲ କରିବେ । ତେବେ ଏହି ଲେଟ ଫି ନେଇ ମଧ୍ଯ କିଛି ନିୟମ ରହିଛି, ପ୍ରତ୍ୟେକ ବ୍ୟକ୍ତଙ୍କ ଆୟ ଅନୁଯାୟୀ ତାଙ୍କ ଉପରେ ବିଳମ୍ବ ଶୁଳ୍କ ଲାଗୁ କରାଯିବ। ସମୁଦାୟ ବ୍ୟକ୍ତିଙ୍କ ମୋଟ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ଅଟେ  ତେବେ ତାଙ୍କୁ ୫ ହଜାର ଟଙ୍କା ବିଳମ୍ବ ଶୁଳ୍କ ପ୍ରଦାନ କରିବାକୁ ପଡ଼ିବ । ଯଦି ବ୍ୟକ୍ତିଙ୍କ ମୋଟ ଆୟ ୫ ଲକ୍ଷ ଟଙ୍କାରୁ କମ୍, ତେବେ ତାଙ୍କୁ ୧ ହଜାର ଟଙ୍କା ଦେୟ ଦେବାକୁ ପଡ଼ବ । ସୂଚନା ଥାଉ କି, ଯେଉଁ ବ୍ୟକ୍ତି ଟିକସ ଛାଡ ସୀମା ମଧ୍ୟରେ ଆୟ କରନ୍ତି, ସେପରି ଲୋକଙ୍କୁ ବିଳମ୍ବରେ ଦାଖଲ କରିବା ସମୟରେ କୌଣସି ବିଳମ୍ବ ଶୁଳ୍କ ଦେବାକୁ ପଡିବ ନାହିଁ ।


ଯଦି ଟିକସଦାତା ଠିକ୍ ସମୟରେ ତାଙ୍କ ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ତେବେ ତାଙ୍କୁ ଆୟ ଉପରେ କିଛି ଟିକସ ମଧ୍ଯ ଦେବାକୁ ହେବ। ଏଭଳି ପରିସ୍ଥିତିରେ, ଦଣ୍ଡବିଧାନ ସୁଧ ଦେବାକୁ ପଡିବ। ଏହି ବିଳମ୍ବ ପାଇଁ ଦଣ୍ଡ ଭାବରେ ଅତିରିକ୍ତ ସୁଧ ପ୍ରଦାନ କରାଯାଏ। ଏହି ଟିକସ ପ୍ରତିମାସର ଏକ ପ୍ରତିଶତ ହାରରେ ଆଦାୟ କରାଯାଏ। ଆହୁରି ମଧ୍ୟ ନିୟମ ଏଠାରେ ଅଧିକ କଠୋର ହୋଇଯାଏ। ଗୋଟିଏ ମାସ ପରେ ଯଦି ଗୋଟିଏ ଦିନ ପରବର୍ତ୍ତୀ ମାସରେ ପରିଣତ ହୁଏ, ତାହେଲେ ସମଗ୍ର ମାସ ପାଇଁ ସୁଧ ଦେୟମୁକ୍ତ ରହିଛି। ଜାଣନ୍ତୁ ଯେ ରିଟର୍ନ ଦାଖଲର ଶେଷ ତାରିଖରୁ ବିଳମ୍ବକୁ ହିସାବ କରାଯିବ ଓ ନିର୍ଦ୍ଦିଷ୍ଟ ରିଟର୍ଣ୍ଣ ଦାଖଲ ଦିନ ଶେଷ ହେବ।