Jagadguru Rambhadracharya: ହାଥରସରେ ଶ୍ରୀ ରାମ କଥାର ପ୍ରବଚନ ସମୟରେ ୭୪ ବର୍ଷୀୟ ତୁଳସୀ ପୀଠୀଶ୍ୱର ଜଗଦଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ମହାରାଜଙ୍କ ଅବସ୍ଥା ବିଗିଡି ଯାଇଥିଲା। ନିଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ ଶୁକ୍ରବାର ସକାଳେ ଆଗ୍ରାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡାକ୍ତର ପରୀକ୍ଷା ପରେ କହିଥିଲେ ଯେ, ମହାରାଜଙ୍କୁ ଫୁସଫୁସ ଜନିତ ସଂକ୍ରମଣ ହୋଇଛି । ରିପୋର୍ଟରେ ନିମୋନିଆ ଥିବା ସୂଚନା ମିଳିଛି । ଚାରି ବର୍ଷ ପୂର୍ବରୁ ମହାରାଜଙ୍କର ଓପନ୍ ହାର୍ଟ୍ ସର୍ଜରୀ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଡାକ୍ତରଖାନାର ମହାରାଜଙ୍କ ଚିକିତ୍ସା କରାଇଥିବା ଡାକ୍ତର ରାକେଶ ଶର୍ମାଙ୍କ କହିବାନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୧୦ ଟା ସମୟରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ପରୀକ୍ଷା ନିରୀକ୍ଷା ପରେ ନିମୋନିଆ ଏବଂ ଫୁସଫୁସ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ECG ଏବଂ ଇକୋ ମଧ୍ୟ କରାଯାଇଥିଲା । ବର୍ତ୍ତମାନ ବାବାଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ହସ୍ପିଟାଲରେ ରଖାଯାଇଛି। ବର୍ତ୍ତମାନ ଅବସ୍ଥା ଭଲ ଅଛି ।


ସୂଚନା ମୁତାବକ, ଜାନୁୟାରୀ ୨୫ ତାରିଖରୁ ହାଥସର ଏକ ସ୍ଥାନରେ ଶ୍ରୀ ରାମ କଥା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଫେବୃଆରୀ ୨ ତାରିଖରେ ମହାରାଜ ସ୍ୱାସ୍ଥ୍ୟ ଖରାପ ଅନୁଭବ କରିଥିଲେ । ସେହି ସମୟରେ ଦେହରେ ଥଣ୍ଡା ଥିଲା ବୋଲି ସେ କହିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାରାଜଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।


Also Read- ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ସମ୍ୱଲପୁର, ରାତି ପାହିବାକୁ ଅପେକ୍ଷା...


Also Read- Ram Mandir: କୁବେର ଭଣ୍ଡାର ପାଲଟିଛି ଅଯୋଧ୍ୟା ରାମ ମନ୍ଦିର ଦାନବାକ୍ସ