Jagadguru Rambhadrachaya: ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଦେହରାଡୁନରୁ ଦିଲ୍ଲୀ AIIMSକୁ ସ୍ଥାନାନ୍ତର କରାଯାଇଛି । ସିନର୍ଜି ଏମଡି କମଲ ଗର୍ଗଙ୍କ କହିବାନୁଯାୟୀ, ଦିଲ୍ଲୀ AIIMS ରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କର ଏକ ବାଇପାସ୍ ସର୍ଜରୀ କରାଯାଇଥିଲା। ବର୍ତ୍ତମାନ ତାଙ୍କର ହାର୍ଟ୍ ଭଲଭ୍ ପରିବର୍ତ୍ତନ କରାଯିବ । ସେଥିପାଇଁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ AIIMSକୁ ନିଆଯାଇଛି । ଦିଲ୍ଲୀ AIIMSରେ ଚିକିତ୍ସା ପରେ ପୁଣିଥରେ ତାଙ୍କୁ ଫେବୃଆରୀ ୧୭ କିମ୍ବା ୧୮ ତାରିଖରେ ସିନର୍ଜି ହସ୍ପିଟାଲକୁ ଅଣାଯିବ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ତୁଳସୀ ପୀଠୀଶ୍ୱର ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମହାରାଜ ଉତ୍ତରପ୍ରଦେଶ ହାଥରସ ନିକଟରେ ଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କୁ ପ୍ରଥମେ ଆଗ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ପରେ ଫେବୃଆରୀ ୨ ବିଳମ୍ବିତ ରାତିରେ ଆଗ୍ରାରୁ ଦେହରାଡୁନ୍ ନିଆଯାଇଥିଲା । ଦେହରାଡୁନର ସ୍ଥିତ ବଲୁପୁରର ସିନର୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ।


ପରେ ଜଗଦଗୁରୁ ସୋସିଆଲ ମିଡିଆ ମାଧ୍ୟମରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମିଥ୍ୟା ଖବର ତଥା ଗୁଜବରେ କୌଣସି ବିଶ୍ୱାସ କରନ୍ତୁ ନାହିଁ । ସେ କହିଥିଲେ ଯେ, ଦେହରାଡୁନରେ ନିଜ ଶିଷ୍ୟଙ୍କ ନିକଟରେ ବିଶ୍ରାମ ନେଉଛନ୍ତି ।


Also Read- Odisha Govt: କଳାକାରଙ୍କୁ ବଡ଼ ଉପହାର, ମିଳିବ ୨୫୦୦ ଟଙ୍କା !


Also Read- କଟକରେ ଓଲଟିଲା ଯାତ୍ରୀବାହୀ ବସ୍ ଚନ୍ଦନ: ଜଣେ ମୃତ, ୧୦ରୁ ଉର୍ଦ୍ଧ ଆହତ