Rajouri Encounter Jammu Kashmir: ନଭେମ୍ବର ୨୨ ତାରିଖ ବୁଧବାର ଜାମୁ କାଶ୍ମୀର ରଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟର ବେଳେ ୨ ସେନା ଯବାନ ଶହୀଦ ହୋଇଛନ୍ତି। ଏନେଇ କୁହାଯାଇଛି ଯେ ଧର୍ମସାଲ ବାଜିମାଲ ଅଞ୍ଚଳରେ ସେନା ଏବଂ ଜାମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଭାବେ ହୋଇଥିବା ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଏବଂ ସୁରାକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ  ପୋଲିସ୍ ସୂତ୍ରରୁ  ମିଳିଥିବା ତଥ୍ୟ ଆଧାରରେ କହିଛି ଯେ ୨ ଆତଙ୍କବାଦୀକୁ ସୁରକ୍ଷାବାହିନୀ ଘେରାବନ୍ଦୀ କରିନେଇଛି। 



COMMERCIAL BREAK
SCROLL TO CONTINUE READING