Jharkhand RTI Activist: ସଦ୍ୟ ଝାଡଖଣ୍ଡ ରାମଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଅଜବ ଘଟଣା। ଏଠାରେ ଜଣେ ସାମାଜିକ କର୍ମକର୍ତ୍ତା ୭୪,୫୦୦ ପୃଷ୍ଠାର ଡକ୍ୟୁମେଣ୍ଟ ଫଟୋକପି ଫି ଭାବରେ ୧.୪୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଆରଟିଆଇ କର୍ମକର୍ତ୍ତା ଜଣଙ୍କ ଦାବି କରିଛନ୍ତି ପ୍ରାୟ ପାଞ୍ଚଟି ଅଖା ଭିତରେ ରଖାଯାଇଥିବା ଏହି କାଗଜପତ୍ରକୁ ସୂଚନା ଅଧିକାର ଆଇନ ଅଧିନରେ କୋରିଅର କିମ୍ବା ଡାକ ଯୋଗେ ପଠାଯାଉ। 


COMMERCIAL BREAK
SCROLL TO CONTINUE READING

ହେଲେ ଝାଡ଼ଖଣ୍ଡ ସରକାର (Jharkhand Govt) ତାଙ୍କୁ ଗୋଲା ବ୍ଲକ କାର୍ଯ୍ୟାଳୟରୁ (Gola Block) ଏହି ଅଖା ସଂଗ୍ରହ କରିବାକୁ କହିଛନ୍ତି। ହେଲେ ସାମାଜିକ କର୍ମକର୍ତ୍ତା ଜଣଙ୍କ (Jharkhand RTI Activist) ଦାବି କରିଛନ୍ତି ଯେ ତାଙ୍କୁ ସୂଚନା ଅଧିକାର ଆଇନ (Right to Information Act) ବଳରେ ମିଳିଥିବା ତଥ୍ୟ ସମ୍ପର୍କିତ କାଗଜପତ୍ରକୁ ତାଙ୍କ ପାଖକୁ ଡାକ ମାଧ୍ୟମରେ ପଠାଯାଉ କିମ୍ବା ୭୪,୫୦୦ ପୃଷ୍ଠାର ଡକ୍ୟୁମେଣ୍ଟ ଫଟୋକପି ଫି (Document Photocopy Fee) ବାବଦରେ ସେ ଯେଉଁ ୧.୪୯ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାକୁ ଫେରସ୍ତ କରାଯାଉ।


ବ୍ଲକ ଉନ୍ନୟନ ଅଧିକାରୀଙ୍କ ମାଗିଲେ ଜବାବ 
ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ମେ ୬ ତାରିଖରେ ରାମଗଡ଼ ଜିଲ୍ଲା (Ramgarh District) ଗୋଲା ବ୍ଲକ ରାୟପୁରା ଗ୍ରାମର ବାସିନ୍ଦା ବିନୁ କୁମାର ମହତୋ, ଗତ ମେ ୬ ତାରିଖରେ ଲୋକ ସୂଚନା ଅଧିକାରୀ ତଥା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଆରଟିଆଇ ଆଇନ ଅଧିନରେ ୨୦୨୦-୨୩ ମଧ୍ୟରେ ୧୪ ତମ ଏବଂ ୧୫ ତମ ଆର୍ଥିକ ଆୟୋଗ ଅଧୀନରେ ଦିଆଯାଇଥିବା ରାଶି କିପରି ଖର୍ଚ୍ଚ ହୋଇଥିଲା ତାହାର ତଥ୍ୟ ମାଗିଥିଲେ।  


ଗୋଲା ବିଡିଓ ସନ୍ତୋଷ କୁମାର କହିଛନ୍ତି ଯେ ସୂଚନା ପାଇଁ ବିନୁ କୁମାର ମହତୋଙ୍କୁ ପ୍ରଥମେ ବିଭିନ୍ନ ପଞ୍ଚାୟତ ସଚିବାଳୟକୁ ଯିବାକୁ କୁହାଯାଇଥିଲା। ହେଲେ ସେ ମନା କରିବା ପରେ ବ୍ଲକ କାର୍ଯ୍ୟାଳୟ ତଥ୍ୟ ସଂଗ୍ରହ କରି ପାଞ୍ଚଟି ଅଖାରେ ୭୪,୫୦୦ କାଗଜରେ ଦାଖଲ କରିଥିଲା। ବିଡ଼ିଓ କହିଛନ୍ତି ଯେ ମହତୋଙ୍କୁ ତାଙ୍କ ଦ୍ୱାରା ମଗାଯାଇଥିବା ଆରଟିଆଇ ତଥ୍ୟ ସମ୍ପର୍କିତ କାଗଜପତ୍ର ବ୍ଲକ କାର୍ଯ୍ୟାଳୟରୁ ସଂଗ୍ରହ କରିବାକୁ କୁହାଯାଇଥିଲା। ହେଲେ ସେ ତାହା କରିବାକୁ ମନା କରିଦେଇଥିଲେ।


ହେଲେ ଆଇଟିଆଇ କର୍ମକର୍ତ୍ତା ବିନୁ କୁମାର ମହାତୋ କହିଛନ୍ତି ଯେ ସୂଚନା ଅଧିକାର ଆଇନ ୨୦୦୫ ନିୟମାବଳୀ (RTI Act 2005) ଅନୁଯାୟୀ ଲୋକ ସୂଚନା ଅଧିକାରୀ, ସୂଚନା ମାଗିଥିବା ବ୍ୟକ୍ତିଙ୍କ ନିକଟକୁ ଡାକ ମାଧ୍ୟମରେ ପଠାଇବା ଆବଶ୍ୟକ। ରାମଗଡ ଉପ ଉନ୍ନୟନ ଆୟୁକ୍ତ ରବିନ୍ ଟପୋ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।