Snake Bitten Woman: ସାପ କାମୁଡ଼ିବାର ଏକ ନିଆରା ମାମଲା ଝାଡଖଣ୍ଡର ଗରହୱାରୁ ସାମ୍ନାକୁ ଆସିଛି। ଗରହୱାରେ ଏକ ସାପ ମହିଳାଙ୍କୁ କାମୁଡ଼ି ଦେଇଥିଲା। ଏହା ପରେ ମହିଳାଙ୍କ ଶ୍ୱଶୁର (Father in law) ସାପକୁ ଧରି ବାକ୍ସରେ ବନ୍ଦ କରିଦେଇଥିଲେ। ମହିଳାଙ୍କୁ ଚିକିତ୍ସା କରାଯାଉଥିବାବେଳେ ସାପକୁ ସାଙ୍ଗରେ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ । ଅନ୍ୟପକ୍ଷରେ, ଉପ-ବିଭାଗୀୟ ଡାକ୍ତରଖାନା (Hospital)ରେ ସାପକୁ ଦେଖି ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ନଗର ଉଣ୍ଟାରୀର ମାର୍ଦା ନିବାସୀ ଅୱଧେଶ ଚୌଧୁରୀଙ୍କ ପତ୍ନୀ କାଞ୍ଚନ ଦେବୀ ଘରେ କାମ କରୁଥିଲେ। ଏହି ସମୟରେ ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା ।


COMMERCIAL BREAK
SCROLL TO CONTINUE READING

ଶ୍ୱଶୁର ସାପକୁ ବାକ୍ସରେ ବନ୍ଦ କରିଦେଲେ


ସାପ କାମୁଡ଼ିବା ପରେ କାଞ୍ଚନ ଚିତ୍କାର କରିବା ମାତ୍ରେ ତାଙ୍କ ଶ୍ୱଶୁର ହାଲଖୋରୀ ଚୌଧୁରୀ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଏହା ପରେ ଶ୍ୱଶୁର ହାଲଖୋରୀ ଚୌଧୁରୀ ତାଙ୍କ ବୋହୂକୁ କାମୁଡ଼ି ଥିବା ସାପ ଉପରେ କ୍ରୋଧିତ ହୋଇ ଦୌଡ଼ିଯାଇ ସାପଟିକୁ ଧରି ଏକ ବାକ୍ସରେ ବନ୍ଦ କରିଦେଇଥିଲେ। ଏହା ପରେ ତାଙ୍କ ବୋହୂର ଚିକିତ୍ସା ପାଇଁ ସାପକୁ ସାଙ୍ଗରେ ନେଇ ଉପ-ବିଭାଗୀୟ ଡାକ୍ତରଖାନାରେ ପହଞ୍ଚିଥିଲେ।


ସାପ ଦେଖିବା ପାଇଁ ଡାକ୍ତରୀ କର୍ମଚାରୀଙ୍କ ମଧ୍ୟରେ କୌତୁହଳ ବଢ଼ିଥିଲା ।


ଅନ୍ୟପକ୍ଷରେ, ଯେତେବେଳେ ହଲଖୋରୀ ଚୌଧୁରୀ ସାପକୁ ସାଙ୍ଗରେ ଧରି ବୋହୂ ସହିତ ଡାକ୍ତରଖାନାରେ ପହଞ୍ଚିଥିଲେ, ସେତେବେଳେ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ସାପ ଦେଖିବାର ଉତ୍ସାହ ବଢ଼ିଯାଇଥିଲା। ସେହି ସମୟରେ ଡାକ୍ତରଖାନାରେ ସାପ ଦେଖିବା ପାଇଁ ଭିଡ଼ ଜମିଥିଲା।


ଅଧିକ ଚିକିତ୍ସା ପାଇଁ ମହିଳାଙ୍କୁ ସଦର ଡାକ୍ତରଖାନାକୁ ପଠାଇଥିଲେ । 


ତେବେ ସବ-ଡିଭିଜନାଲ ଡାକ୍ତରଖାନାରେ କାଞ୍ଚନଙ୍କ ଚିକିତ୍ସା (Treatment) ମଧ୍ୟ ଆରମ୍ଭ ହୋଇଥିଲା। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, କାଞ୍ଚନଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ସଦର ଡାକ୍ତରଖାନାକୁ ପଠାଯାଇଛି। ଡାକ୍ତର କହିଛନ୍ତି ଯେ, ବର୍ଷା ଆସିବା ମାତ୍ରେ ସାପ କାମୁଡ଼ିବା ଘଟଣା ବହୁତ ବୃଦ୍ଧି ପାଇଛି ।


ସୂଚନାଯୋଗ୍ୟ, କେବଳ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ସାପ କାମୁଡା ଖବର ସାମ୍ନାକୁ ଆସୁଛି । ନିକଟରେ ସାପ କାମୁଡିବା କାରଣରୁ ଭଦ୍ରକ ହସ୍ପିଟାଲରେ ଜଣେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଚିକିତ୍ସା ସଠିକ୍ ଭାବରେ ନମିଳିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା । ସେହିପରି ଅନ୍ୟ ଏକ ସ୍ଥାନରେ ଗୋଟିଏ ନାଗସାପ ୩ଜଣଙ୍କୁ ଦଂଶନ କରିବାର ଖବର ଆସିଥିଲା । ପରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କ କହିବାନୁସାରେ ବର୍ତ୍ତମାନ ବର୍ଷା ଋତୁ ହୋଇଥିବାରୁ ସାପମାନେ ନଦୀ ଓ ନାଳ ପାଣିରେ ଭାସି ଆସିଥାନ୍ତି । ଏଥିସହ ସାପ ରହୁଥିବା ସ୍ଥାନରେ ପାଣି ପସିଯିବାଦ୍ୱାରା ସାପ ଏଣେତେଣେ ଘୁରିବୁଲିଥାଏ । ତେଣୁ ବାସସ୍ଥାନ ସମେତ ଘର ନିକଟରେ ଅଳିଆ ଆବର୍ଜନା ନକରିବା ଉଚିତ । ଯଦି କୌଣସି କାରଣରୁ ସାପ ମଣିଷକୁ ଦଂଶନ କରେ ତେବେ କୌଣସି ଅନ୍ଧ ବିଶ୍ୱାସର ସାହାରା ନନେଇ ତୁରନ୍ତ ଡାକ୍ତରଖାନା ପହଞ୍ଚିବା ଆବଶ୍ୟକ । ସ୍ନେକ୍ ଏକ୍ସପର୍ଟଙ୍କ କହିବା ଅନୁସାରେ ସାପ କାମୁଡିବା ପରେ ୨ ଘଣ୍ଟା ହେଉଛି ଗୋଲଡେନ୍ ହାୱାର । ତେଣୁ ସମୟ ଆଦୌ ନଷ୍ଟ କରିବା ଉଚିତ୍ ନୁହେଁ । ଯେତେ ଶୀଘ୍ର ହେବ ବ୍ୟକ୍ତିର ଚିକିତ୍ସା ପାଇଁ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ । ଲୋକମାନେ ଆଦୌ ଝଡା ଫୁଙ୍କା ତଥା ଗୁଣି ଗାରେଡି ଉପରେ ବିଶ୍ୱାସ ନକରିବା ଆବଶ୍ୟକ ।


Also Read- Seema Haider: ଏହି ଦଳରୁ ନିର୍ବାଚନ ଲଢିପାରିବେ ସୀମା ହାଇଦର, ମହିଳା ୱିଙ୍ଗ ଅଧ୍ୟକ୍ଷ ପାଇଁ ଅଫର