Jio Plan: ରିଲାଏନ୍ସ ଜିଓ ଏକ ଶସ୍ତା ପ୍ଲାନ୍ ଆଣିଛି । ଯେଉଁଥିରେ ଆପଣ ଆପଣ ଅସୀମିତ କଲିଂ ସହିତ ପୂରା ୧ ବର୍ଷର ସେବା ନେଇପାରିବେ । ଆପଣ ଜାଣନ୍ତି ଯେ, ଜିଓ କମ୍ପାନୀ ଭାରତୀୟ ବଜାରରେ ଟେଲିକମ୍ ସେବା କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ୫ଜି ସେବା କ୍ଷେତ୍ରରେ ମଧ୍ୟ ଜିଓ ସମସ୍ତ ନେଟୱାର୍କକୁ ପଛରେ ପକାଇ ଦେଇଛି । ଗ୍ରାହକଙ୍କ ସମସ୍ୟାକୁ ଆଖି ଆଗରେ ରଖି ବାରମ୍ବାର ରିଚାର୍ଜ କରିବା ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଜିଓ ପକ୍ଷରୁ ଏକ ଉତ୍କୃଷ୍ଟ ପ୍ଲାନ ଆରମ୍ଭ କରାଯାଇଛି । ମାତ୍ର ଥରେ ରିଚାର୍ଜ କରିବା ଦ୍ୱାରା ଆପଣ ୧ବର୍ଷ ପର୍ଯ୍ୟନ୍ତ ରିଚାର୍ଜ କରିବା ଚିନ୍ତାରୁ ମୁକ୍ତି ପାଇବେ । ଆସନ୍ତୁ ଜିଓର ଏହି ଦୀର୍ଘ ବୈଧତା ଥିବା ପ୍ଲାନ୍ ସମ୍ପର୍କରେ ବିସ୍ତୁତ ଭାବେ ଜାଣିବା ।


COMMERCIAL BREAK
SCROLL TO CONTINUE READING

ଜିଓ ପକ୍ଷରୁ ଆରମ୍ଭ ହୋଇଥିବା ନୂଆ ପ୍ଲାନର ମୂଲ୍ୟ ମାତ୍ର ୮୯୫ ଟଙ୍କା ରହିଛି । ଏହି ପ୍ଲାନରେ ଆପଣ ଦୀର୍ଘ ୩୬୫ ଦିନ ଅର୍ଥାତ ୧ ବର୍ଷ ପାଇଁ ବୈଧତା ପାଇବେ । ଏହା ସହିତ ଏହି ପ୍ଲାନରେ ଗ୍ରାହକଙ୍କୁ ଇଣ୍ଟରନେଟ୍ ବ୍ୟବହାର ପାଇଁ ମୋଟ ୨୪ ଜିବି ଡାଟା ପ୍ରଦାନ କରାଯାଉଛି । ଏଥିରେ ୨୮ ଦିନ ପର୍ଯ୍ୟନ୍ତ ଆପଣ ୨ ଜିବି ହାଇ ସ୍ପିଡ୍ ଡାଟା ବ୍ୟବହାର କରିପାରିବେ । ଏହା ସହିତ ଆପଣ ଅସୀମିତ କଲିଂ ଏବଂ ୫୦ SMS ମାଗଣା ପାଇପାରିବେ ।


ଏହି ଯୋଜନା ସେହି ଗ୍ରାହକମାନଙ୍କ ପାଇଁ ସବୁଠୁ ଭଲ ଯେଉଁମାନେ ବାରମ୍ବାର ରିଚାର୍ଜ କରିବାକୁ ପସନ୍ଦ କରନ୍ତି ନାହିଁ । ୨୮ ଦିନ ମଧ୍ୟରେ ୨ଜିବି ହାଇ ସ୍ପିଡ୍ ଡାଟା ବ୍ୟବହାର ପରେ ଇଣ୍ଟରନେଟ୍ ସ୍ପିଡ୍ ୨୪ Kbps କୁ ଖସିଆସିବ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯଦି ଆପଣ ଡାଟା ବ୍ୟବହାର କରୁନାହାଁନ୍ତି ତେବେ ଆପଣ ସମୟସୀମା ପରେ ଏହାକୁ ବ୍ୟବହାର କରିପାରିବେ ନାହିଁ ।


Also Read- ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଡବଲ୍ସ୍ ଲିଗ୍" ର କେଉଁ ଯୋଡି ହେବେ ବିଜେତା ? ଦେଖନ୍ତୁ ଏହି ରବିବାର


Also Read- Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ