Oyo Layoffs: ଦେଶରେ ଆଗକୁ ବେକାରୀ ସମସ୍ୟା ଭୟଙ୍କର ରୂପରେ ଦେଖାଦେବ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ନିକଟରେ ବିଶ୍ୱର ବଡ ବଡ କମ୍ପାନୀରୁ ବଡ ଧରଣର ଛଟେଇ ଚାକିରିଆ ଲୋକଙ୍କ ମନରେ ଛନକା ପୁରାଇଛି। ଟ୍ୱିଟର, ଫେସବୁକ ମେଟା, ଗୁଗୁଲ ଆଲଫାବେଟ୍, ଆମାଜନ, ଜୋମାଟୋ ଭଳି କମ୍ପାନୀରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ବେଳେ ଏବେ ପାଳି ପଡ଼ିଛି ଓୟୋ ର। ସୂତ୍ରରୁ ପ୍ରକାଶ ଯେ,  ଓୟୋ ନିଜ କମ୍ପାନୀରୁ ପ୍ରାୟ ୬୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ରଖିଛି। କମ୍ପାନୀର କହିବାନୁସାରେ, ଓୟୋର ଥିବା ଅନେକ ଶାଖା ଗୁଡିକୁ ବନ୍ଦ କରିବା ସହ ମିଶ୍ରଣ କରିବା ନେଇ କମ୍ପାନୀ ନିଷ୍ପତ୍ତି ନେଇଛି।


COMMERCIAL BREAK
SCROLL TO CONTINUE READING

ଏହାବାଦ୍ କମ୍ପାନୀ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ, ସେଲସ ଡିପାର୍ଟମେଣ୍ଟରେ ନୂଆ ୨୫୦ କର୍ମଚାରୀଙ୍କୁ ନୂଆ ନିଯୁକ୍ତି ମଧ୍ୟ ମିଳିବାକୁ ଯାଉଛି। କମ୍ପାନୀ କହିଛି ଯେ, ଓୟୋ (Oyo) ନିଜର ଉତ୍ପାଦ, ଇଞ୍ଜିନିୟରିଂ ଓ କର୍ପୋରେଟ ମୁଖ୍ୟାଳୟ ଓ ଓୟୋର ଭ୍ୟାକେସନ ହୋମସ୍ ଟିମକୁ ଧୀରେ ଧୀରେ ହ୍ରାସ କରିବାକୁ ଯାଉଛି। ସେହିପରି କମ୍ପାନୀ ରିଲେସନ ସିପ ମ୍ୟାନେଜମେଣ୍ଟ ଓ ବିଜିନେସ ଡେଭେଲପମେଣ୍ଟ ଟିମରେ ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଓୟୋ ନିଜର ୩୭୦୦ ସଂଖ୍ୟା ବିଶିଷ୍ଟ କର୍ମଚାରୀଙ୍କୁ ହ୍ରାସ କରି ୧୦ ପ୍ରତିଶତରେ ଆଣିବାକୁ ଚାହୁଁଛି। ଏହାବାଦ୍ କମ୍ପାନୀ ନିଜର ୬୦୦ କର୍ମଚାରୀଙ୍କୁ ବାହାର କରି ପୁଣି ସେମାନଙ୍କ ସ୍ଥାନରେ ୨୫୦ କର୍ମଚାରୀଙ୍କୁ ଚାକିରୀ ଦେବାକୁ ଯାଉଛି। ସେହିପରି କମ୍ପାନୀ ନିଜର ଉତ୍ପାଦ ଓ ଇଞ୍ଜିନିୟରିଂ ବିଭାଗର ବିଲୟ କରିବାକୁ ଯାଉଛି ବୋଲି ମତ ରଖିଛି। 


Also Read: Padma Bhushan Award: ଆମେରିକାରେ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ, ଜାଣନ୍ତୁ କ'ଣ କହିଲେ Google CEO


ସେହିପରି ଡିସେମ୍ବର ୨୯ ରୁ ଆମାଜନ ଏହାର ଖାଦ୍ୟ ବିତରଣ ସେବାକୁ ବନ୍ଦ କରିବାକୁ ଯାଉଛି। ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଆମାଜନ ଏହାର ରେସ୍ତୋଁରା ଅଂଶୀଦାରମାନଙ୍କୁ ସେବା ବନ୍ଦ ବିଷୟରେ ସୂଚନା ଦେଇଛି। କମ୍ପାନୀ ରେସ୍ତୋଁରାକୁ କହିଛି ଯେ ଡିସେମ୍ବର ୨୯ ରୁ ଆମାଜନ ଏହାର ଖାଦ୍ୟ ବିତରଣ ସେବାକୁ ବନ୍ଦ କରିବାକୁ ଯାଉଛି। ତେବେ କୋରୋନା ଲକଡାଉନ୍ ସମୟରେ ଆମାଜନ ଏହାର ଖାଦ୍ୟ ବିତରଣ ସେବା ଅର୍ଥାତ୍ ଫୁଡ ଡେଲିଭରି ସର୍ଭିସ୍ (Food Delivery Service) ମେ ୨୦୨୦ ରେ ହିଁ ଆରମ୍ଭ କରିଥିଲା ​। 


Also Read: Bihar News: ଅତିଥି ଦେବୋ ଭବଃ, ଷ୍ଟେଜରେ ବସିଥିବା ବରଙ୍କ ବଦାନ୍ୟତା ଶୁଣି ଆପଣ ବି କହିବେ ୱାଃ


ଅନ୍ୟପଟେ ଟ୍ୱିଟରର ଛଟେଇ କଥା ପ୍ରାୟ ସମସ୍ତଙ୍କୁ ଜଣା । ଏହି ରିପୋର୍ଟ ମୁତାବିକ୍, ଗୁଗଲ ଆଲଫାବେଟ୍ (Google Alphabet) ଖରାପ ପ୍ରଦର୍ଶନ କରୁଥିବାରୁ ପ୍ରାୟତଃ ଦଶ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ପ୍ରସ୍ତୁତି କରାଯାଉଛି। ଏହା ଗୁଗୁଲ୍ ରେ କାମ କରୁଥିବା ସଂଖ୍ୟାରୁ ପ୍ରାୟ ୬ ପ୍ରତିଶତ ବୋଲି କୁହାଯାଉଛି । ଦ ଇନଫରମେସନର ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ ନିଜର କର୍ମଚାରୀଙ୍କ ପ୍ରଦର୍ଶନକୁ ମାପିବା ପାଇଁ ଏକ ନୂଆ ପରଫରମାନ୍ସ ରେଟିଂ ସିଷ୍ଟମ ଆପଣେଇଛି। ଯାହାର ଆଧାରରେ ଗୁଗୁଲର କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ସମସ୍ତ ପ୍ରସ୍ତୁତି କରାଯାଉଛି।