JP Colony Joshimath To Come Down: ଉତ୍ତରାଖଣ୍ତ ଯୋଶୀମଠକୁ ଗୋଟିଏ ପରେ ଗୋଟିଏ ସଙ୍କଟ ମାଡି ଆସୁଛି । ଘର, ଦୁଇଟି ହୋଟେଲ ପରେ ବର୍ତ୍ତମାନ ଏକ କଲୋନୀ ମାଟିରେ ମିଶିବାକୁ ଯାଉଛି। ଯୋଗୀମଠ ଅଞ୍ଚଳରେ ଥିବା ଜେପି କଲୋନୀ ମଧ୍ୟ ଧିରେ ଧିରେ ଦବିବାରେ ଲାଗିଛି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କୌଣସି ମୂହୁର୍ତ୍ତରେ ମଧ୍ୟ ଯୋଗୀ ମଠ ମାଟିରେ ମିଶି ଯାଇପାରେ। କଲୋନୀରେ ୩୦ ରୁ ଅଧିକ ଘର ଅଛି । ଏବଂ ଘର ଗୁଡିକ ଧିରେ ଧିରେ ଫାଟିବା ଆରମ୍ଭ କଲାଣୀ । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ, ସେହି କଲୋନୀରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାସ୍ତର କରାଯାଇଛି । ଏବଂ ଖୁବ ଶିଘ୍ର ଘର ଗୁଡିକ ଭଙ୍ଗା ଯିବ ବୋଲି କହିଛନ୍ତି ଚାମୋଲିର ଡିଏମ୍ । 


COMMERCIAL BREAK
SCROLL TO CONTINUE READING


କଲୋନୀରେ ତଳୁ ବାହାରୁଛି ଜଳ:
ତେବେ,ଯୋଶୀମଠର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଯାଞ୍ଚ କରୁଛନ୍ତି ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଚିବ ରଣଜିତ କୁମାର ସିହ୍ନା । ଯୋଶୀମଠ ଅନ୍ୟ ପାର୍ଶ୍ୱରେ ଥିବା ହାଥୀ ପାର୍ବତ(Hathi Parvat) ଆଡ଼କୁ ଯାଇଥିଲେ ଟିମ । ସେଠାରେ ଥିବା ଜେପି କଲୋନୀର ସ୍ଥିତି ମଧ୍ୟ ଯାଞ୍ଚ କରିଛନ୍ତି । ଭୂସ୍ଖଳନ ଯୋଗୁଁ ଜେପି ମଠର ଅଧିକାଂଶ ସ୍ଥାନ ଦବି ଯାଇଥିବା ଦେଖିବାକୁ ମିଳିଛି । କଲୋନୀରେ ଥିବା ଘର ଗୁଡିକ ଭାଙ୍ଗିବା ସହ କଲୋନୀର ବିଭିନ୍ନ ସ୍ଥାନରୁ ପାଣି ମଧ୍ୟ ବାହାରୁଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ,କଲୋନୀରୁ କେତେ ଘରକୁ ଭଙ୍ଗାଯିବ ପଡିବ ସେନେଇ ସିହ୍ନା  ଚାମୋଲିର ଡିଏମଙ୍କୁ ଏକ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 


୮୪୯ ଘରେ ଫାଟ ସୃଷ୍ଟି:


ଯୋଶୀ ମଠ ଅଞ୍ଚଳର ଥିବା  ୮୪୯ ଘର ଫାଟି ଆଁ କରିଛି । ୧୬୫ ଘର ଅସୁରକ୍ଷିତ ଅବସ୍ଥାରେ ରହିଛି । ରଣଜିତ୍ ସିହ୍ନା କହିଛନ୍ତି ଯେ ନୂଆ ଘରେ ଫାଟ ସୃଷ୍ଟି ହୋଇନାହିଁ। ପୁରୁଣା ଫାଟଗୁଡିକ ୧ ରୁ ୨ ମିଲି ମିଟର ପର୍ଯ୍ୟନ୍ତ ଫାଟିଛି । ଫାଟି ଥିବା ଘରଗୁଡ଼ିକର ସଂଖ୍ୟା ବୃଦ୍ଧି ଉପରେ ସେ କହିଛନ୍ତି ଯେ ସର୍ଭେ କାର୍ଯ୍ୟ ଚାଲିଛି। 


ଜାନୁଆରୀ ୧୧ରେ, ଯେତେବେଳେ ସିଏମ୍ ପୁଷ୍କର ଧାମି ଜୋଶିମଠକୁ ଆସିଥିଲେ। ଯେଉଁଠାରେ ସେ ପ୍ରଭାବିତ ପରିବାରଙ୍କୁ ଭେଟିଥିଲେ, ସେ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଆବଶ୍ୟକ ସ୍ଥଳେ ସହରରେ ଥିବା ଘରଗୁଡିକ ଭାଙ୍ଗି ଦିଆଯିବ ନାହିଁ। ଏହା ସହିତ ସେ ଲୋକମାନଙ୍କୁ ଭ୍ରମିତ ନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।


ବିଶେଷଜ୍ଞ ଦଳ ପହଞ୍ଚିଛନ୍ତି :
ଏହି ସମୟରେ, ହାଇଦ୍ରାବାଦର ଜାତୀୟ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ଏକ ବିଶେଷଜ୍ଞ ଦଳ ସୋମବାର (ଜାନୁଆରୀ ୧୬) ରୁର୍କିରେ ପହଞ୍ଚିଥିଲେ। ଏହି ଘର ଜୋସିମଠ ଅଞ୍ଚଳର ଏକ ଗଭୀର ଜିଓଫିଜିକାଲ୍ ସର୍ଭେ ଆରମ୍ଭ କରି ଘରେ ଫାଟ ସୃଷ୍ଟି ହେବା ସହ ଜଳର ଉତ୍ସ ଖୋଜି ବାହାର କରିଛି।