Gurugram Hit and Run Case: ଦିଲ୍ଲୀର ସୁଲତାନପୁରୀ-କଞ୍ଜୱାଲା(Delhi's Sultanpuri-Kanjhawala) ଭଳି ଏକ ଘଟଣା ହରିୟାଣାର ଗୁରୁଗ୍ରାମରେ ସାମ୍ନାକୁ ଆସିଛି। କାରଟି ଜଣେ ବାଇକ ଚାଳକଙ୍କୁ ବାଇକ୍ ସହ ତିନି କିଲୋମିଟର ଘୋଷାଡି ନେଇଛି । କିନ୍ତୁ ସୌଭାଗ୍ୟବସତଃ ବାଇକ ଚାଳକ ଜଣକ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି । କାର ଚାଳକଙ୍କୁ ପୋଲିସ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।


COMMERCIAL BREAK
SCROLL TO CONTINUE READING

ଗୁରୁଗ୍ରାମ ପୋଲିସ ଗୁରୁବାର କହିଛି ଯେ, ଯୁବକ ଜଣକ ନିଜ ବାଇକ ସହ ରାସ୍ତା କଡରେ ବାଇକକୁ ଧରି ଛିଡା ହୋଇଥିଲା । ଦ୍ରୁତ ଗତିରେ ଆସୁଥିବା କାର  ବାଇକ ଚାଳକଙ୍କୁ ପ୍ରଥମେ  ଧକ୍କା ଦେଇଥିଲା  ଏବଂ ଯେତେବେଳେ ଯୁବକଙ୍କ ସହ ଦୁଇ ଚକିଆ ଯାନ ତଳେ ପଡି ଯାଇଥିଲା । ସେତେବେଳେ , କାରଟି ବାଇକ ସହ ବାଇକ ଚାଳକଙ୍କୁ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। କିନ୍ତୁ ବାଇକ୍ ଚାଳକ ଜଣକ ଏହି ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ବାଇକ ଚାଳକ ଜଣକ ହେଲେ ମୋନୁ,ସେ ଜଣେ ବାଉନ୍ସର୍ । 


ସେ ପୋଲିସକୁ କହିଛନ୍ତି ଯେ ରାତି ପ୍ରାୟ ୧୧.୩୦ ସମୟରେ ସେ ଡ୍ୟୁଟିରୁ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ମୋନୁ କହିଛନ୍ତି ଯେ, ରାସ୍ତା କଡ ପାକିଂରେ ସେ ଏକାକୀ ଗାଡିକୁ ଧରି ଠିଆ ହୋଇଥିଲେ।  ପ୍ରଥମେ ଏକ କାରଟି ତାଙ୍କ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା । ଏବଂ ପରେ ସେ ବାଇକ୍ ସହ ତଳେ ପଡି ଯାଇଥିଲେ। ପରେ କାର ଚାଳକ ତାଙ୍କୁ ଉଡାଇବା ପରିବର୍ତ୍ତେ,ବାଇକ୍ ସହ ତାଙ୍କୁ କାରରେ ଘୋଷାଡି ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ନେଇଯାଇଥିଲା । ସୌଭାଗ୍ୟବସତଃ କିଛି ବାଟ ଘୋଷାଡି ନେବା ପରେ କିଛି ବାଟରେ ବାଇକ୍ ଚାଳକ ଛିଟିକି ରାସ୍ତା କଡକୁ ଖସି ପଡିଥିଲେ।  ରାସ୍ତା କଡ ଦୋକାନରେ ଲାଗିଥିବା ସିସିଟିଭିରେ ଏ ସମସ୍ତ ଘଟଣା କଏଦ ହୋଇଛି । ଗୁରୁଗ୍ରାମ ସେକ୍ଟର ୬୫ରେ ଏହି ଘଟଣା ଘଟିଛି ବୋଲି କୁହାଯାଉଛି।


Also Read : Road Accident: ବସକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୧୭ ମୃତ, ଏକାଧିକ ଆହତ


ପରେ ଏନେଇ ମୋଟର ସାଇକେଲ ଚାଳକ ମୋନୁ,  ଗୁରୁଗ୍ରାମ ସେକ୍ଟର ୬୫ ପୋଲିସ ଷ୍ଟେସନରେ କାର ଡ୍ରାଇଭରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଧାରା ୨୭୯(ରଶ୍ ଡ୍ରାଇଭିଂ), ୩୩୬ (ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ କିମ୍ବା ଅନ୍ୟର ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ), ୪୨୭ (ଆଘାତର କାରଣ) ଅନୁଯାୟୀ ମାମଲା ରୁଜୁ କରିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତ କାର ଚାଳକ ସୁଶାନ୍ତ ମେହେଟ୍ଟାଙ୍କୁ ଗିରଫ କରିଛି । ଗୁରୁଗ୍ରାମ ପୋଲିସର ମୁଖପାତ୍ର ସୁଭାଷ ବୋକେନ୍ କହିଛନ୍ତି, “ଆମେ ଫରିଦାବାଦର ବାସିନ୍ଦା ସୁଶାନ୍ତ ମେହେଟ୍ଟା ନାମକ ଅଭିଯୁକ୍ତକୁ ଗିରଫ କରିଛୁ ଏବଂ ତାଙ୍କ କାରକୁ ଜବତ କରିଛୁ। ଅଭିଯୁକ୍ତ ଗୁରୁଗ୍ରାମ ସେକ୍ଟର ୬୩ରେ ଏକ ଘରୋଇ ସଂସ୍ଥାରେ କାମ କରେ । 


ନିକଟରେ ଦିଲ୍ଲୀର ସୁଲତାନପୁରୀ-କଞ୍ଜୱାଲାରେରେ ଏକ ଭୟଙ୍କର ହିଟ୍ ଏବଂ ରନ୍ ମାମଲା ହୋଇଥିଲା। ଜଣେ ୨୦ ବର୍ଷୀୟା ମହିଳାଙ୍କର ଅତି ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲା। ମହିଳାଙ୍କ ସ୍କୁଟି ଏକ କାର୍‌ ସହ ଧକ୍କା ହୋଇଥିଲା ଏବଂ ତାଙ୍କ ପୋଷାକ କାର୍‌ ଚକାରେ ଲାଖି ଯିବାରୁ କାର୍‌ଟି ତାଙ୍କୁ ପ୍ରାୟ ୧୨ କିମି ଯାଏ ଘୋଷାଡ଼ି ନେଇଥିଲା। ୧୨ କିମି ପର୍ଯ୍ୟନ୍ତ କାର୍‌ ଚକାତଳେ ଘୋଷାଡ଼ି ହୋଇ ଯାଇ ଶେଷରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଉଲଗ୍ନ ଅବସ୍ଥାରେ ମହିଳାଙ୍କ ମରଶରୀର ରାସ୍ତା ଉପରୁ ମିଳିଥିଲା। ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ କାର୍‌ ଚିହ୍ନଟ କରି କାରରେ ଥିବା ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। କାର୍‌ଟି ସୁଲତାନପୁରୀ ଅଞ୍ଚଳରୁ କଞ୍ଜୱାଲା ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡ଼ି‌ ନେଇଥିଲା।