Kerala Elephant News: ମନ୍ଦିର ଯାଇଥିବା ହାତୀ ଆକ୍ରମଣରେ ମାହୁନ୍ତ ମୃତ
Elephant Attack on Mahout in Kerala: ହାତୀ ଆକ୍ରମଣରେ ପ୍ରାଣ ହରାଇଛି ମାହୁନ୍ତ। କେରଳ ତ୍ରିସୁର ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା।
Mahout Killed By Elephant in Kerala: ସଦ୍ୟ କେରଳ ତ୍ରିସୁର ଜିଲ୍ଲାରେ ଘଟିଯାଇଛି ଏକ ଅଜବ ଘଟଣା। ଜିଲ୍ଲାରେ ଚନ୍ଦ୍ରଶେଖରନ୍ ନାମକ ଏକ ହାତୀ ଆକ୍ରମଣରେ ପ୍ରାଣ ହରାଇଛି ମାହୁନ୍ତ। ଏନେଇ କୁହାଯାଉଛି ଯେ ପ୍ରାୟ ୨୮ ବର୍ଷ ବ୍ୟବଧାନ ପରେ ଚନ୍ଦ୍ରଶେଖରନ୍ ନାମକ ଏକ ହାତୀକୁ ମନ୍ଦିର ନିଆଯାଇଥିଲା। ଏହା ପରେ ଯେତେବେଳେ ମାହୁନ୍ତ ହାତୀକୁ ପାଣି ପିଆଉଥିଲା, ସେତେବେଳେ ହାତୀ ରାଗିଯାଇ ମାହୁନ୍ତକୁ ଉଠାଇ ଫିଙ୍ଗି ଦେଇଥିଲା। କେବଳ ହାତୀ ସେଠାରେ ଅଟକି ଯାଇନଥିଲା। ଏପରିକି ସେହି ହାତୀ ନିଜର ଗୋଟିଏ ଦାନ୍ତ ସାହାଯ୍ୟରେ ମାହୁନ୍ତକୁ ଚିରି ଦେଇଥିଲା। ଏହି ଘଟଣା ପରେ ମାହୁନ୍ତ ଭୟଭୀତ ହୋଇପଡ଼ିଛି।
ହାତୀ ଚନ୍ଦ୍ରଶେଖରନ୍ ଆକ୍ରୋଶରେ ବଳି ପଡ଼ିଲା ମାହୁନ୍ତ
ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୩୬ ବର୍ଷୀୟ ମାହୁନ୍ତକୁ ଗୋଟିଏ ଦାନ୍ତ ରହିଥିବା ହାତୀ ଚନ୍ଦ୍ରଶେଖରନ୍ ହତ୍ୟା କରିଥିଲେ। ଏହି ହାତୀର ମୁଖ୍ୟ ମାହୁନ୍ତ ଛୁଟିରେ ରହିଥିବାର କୁହାଯାଉଛି। ତାଙ୍କ ସ୍ଥାନରେ ଆଉ ଜଣେ ମାହୁନ୍ତ ରତିଶ ଆସିଥିଲେ। ହେଲେ ମାହୁନ୍ତ ରତିଶ ଜାଣି ନଥିଲେ ଯେ ହାତୀ ଚନ୍ଦ୍ରଶେଖରନ୍ ତାଙ୍କୁ ହତ୍ୟା କରିବ। ଯିଏ ହାତୀ ଚନ୍ଦ୍ରଶେଖରନ୍ ର ଦେଖାଶୁଣା କରୁଥିଲେ। ରତିଶ ଚନ୍ଦ୍ରଶେଖରନ୍ କୁ ପାଣି ପିଆଇବାକୁ ନେବା ମାତ୍ରେ ଏହି ହାତୀ ତାହାର ମାହୁନ୍ତଙ୍କୁ ଉଠାଇ ଫିଙ୍ଗି ଦେଇଥିଲା। ଏହି ଘଟଣା ପରେ ଆହତ ରତିଶଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ତାଙ୍କ ଜୀବନ ରକ୍ଷା ହୋଇପାରିନଥିଲ।
ଭୟାନକ ରହିଛି ଚନ୍ଦ୍ରଶେଖରନ୍ ଇତିହାସ
ଯେତେବେଳେ ପୋଲିସ ନିକଟସ୍ଥ ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା, ସେତେବେଳେ ଜାଣିବାକୁ ପାଇଥିଲା ଯେ ହାତୀ ଚନ୍ଦ୍ରଶେଖରନ୍ ଆରମ୍ଭରୁ ବୁହତ କ୍ରୋଧି। ଯିଏ ପୂର୍ବରୁ ମଧ୍ୟ ଏପରି ଘଟଣା କରିସାରିଛି। ନିଜର ଆକ୍ରମଣାତ୍ମକ ପ୍ରକୃତି ହେତୁ ସେ ବିଗତ ୩ ଦଶନ୍ଧି ଧରି ଏକ ପୃଥକ ସ୍ଥାନରେ ରହୁଥିଲା। ତାକୁ କୌଣସି ସ୍ଥାନକୁ ନିଆଯାଇ ନଥିଲା। ଏନେଇ କୁହାଯାଉଛି ଯେ ହାତୀ ଚନ୍ଦ୍ରଶେଖରନ୍ ମାହୁନ୍ତ ଏବଂ ସାଥି ହାତୀ ଉପରେ ଆକ୍ରମଣ କରିସାରିଛି। ଯେତେବେଳେ ତାକୁ କୌଣସି ପର୍ବପର୍ବାଣୀରେ ସାମିଲ କରିବା ଲାଗି ନିଆଯାଉଥିଲା।
କେଉଁଠି ରହୁଛିୁ ଚନ୍ଦ୍ରଶେଖରନ୍?
ଗୁରୁବାୟୁର ଠାରେ ଏକ ହାତୀ ଶିବିର ମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି। ବର୍ତ୍ତମାନ ଚନ୍ଦ୍ରଶେଖରନ୍ ସମେତ ପ୍ରାୟ ୬୦ ହାତୀ ଏଠାରେ ରହୁଛନ୍ତି। ଏଠାରେ ହାତୀଙ୍କୁ ମଧ୍ୟ ଅନେକ ପ୍ରକାରର ପର୍ବ ପାଇଁ ତାଲିମ ଦିଆଯାଏ। ଅନେକ ହାତୀ ଏଠାରୁ ଶୋଭାଯାତ୍ରା ଏବଂ ଧାର୍ମିକ ଯାତ୍ରା କରିଥାନ୍ତି।