Migrain: ନୂଆଦିଲ୍ଲୀ: ଆଜି କାଲି ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ନିଜ ଶରୀର ପ୍ରତି ଆମେ ଧ୍ୟାନ ଦେଇନଥାଉ। ଛୋଟମୋଟ ରୋଗକୁ ଆମେ ଅଣଦେଖା କରି ଧାଇଁଥାଉ। ବେଳେ ବେଳେ ଏହି ଛୋଟମୋଟ ରୋଗ ଆମ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥାଏ। ବିଶେଷ କରି ଛୋଟମୋଟ ରୋଗ ମଧ୍ୟରେ ଅଧିକାଂଶ ସମୟରେ ମୁଣ୍ଡ ବିନ୍ଧା ସାଧାରଣତଃ ହୋଇଥାଏ। ଏହି ମୁଣ୍ଡବିନ୍ଧା ଯାହାର ହୋଇଥାଏ, ତାହାର ଯନ୍ତ୍ରଣା କେବଳ ସେହି ଯାଣିଥାଏ। ଏବେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ଯେତେବେଳେ ଏଭଳି ମୁଣ୍ଡବିନ୍ଧା ହୋଇଥାଏ ସେତେବେଳେ କଣ କରିବେ କଣ ନାହିଁ କିଛି ବୁଝା ପଡିନଥାଏ। କମ୍ପ୍ୟୁଟର କିମ୍ବା ଲାପଟପ ସାମ୍ନାରେ ବସି କାର୍ଯ୍ୟ କରୁଥିବା ଲୋକ ହିଁ ଏହି ରୋଗରେ ଅଧିକ ପିଡ଼ୀତ ହୋଇଥାନ୍ତି। 


COMMERCIAL BREAK
SCROLL TO CONTINUE READING

ଅଧକପାଳି ମୁଣ୍ଡବିନ୍ଧା ସହଜରେ କମିନଥାଏ। ଫଳରେ ଆମେ ପେନ୍ କିଲର ଔଷଧ ସେବନ କରିବାକୁ ପ୍ରାଥମିକତା ଦେଇଥାଉ। ଔଷଧ ସେବନ ଦ୍ବାରା କିଛି ସମୟ ପର୍ଯ୍ୟନ୍ତ ତ ମୁଣ୍ଡବିନ୍ଧାରୁ ରକ୍ଷା ମିଳିଥାଏ ମାତ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥାଏ । ଏଠାରେ ଆମେ ଏଭଳି ଏକ ଉପାୟ କହୁଛୁ ଯାହା ଫଳରେ ମାଇଗ୍ରେନ ଜନିତ ମୁଣ୍ଡବିନ୍ଧା କଷ୍ଟରୁ ଆପଣ ସବୁବେଳ ପାଇଁ ରକ୍ଷା ପାଇପାରିବେ । ବାଦାମ, ଗୋଲମରିଚ, କ୍ଷୀର ଆପଣଙ୍କର ଏଭଳି ମୁଣ୍ଡବିନ୍ଧା ସମସ୍ୟାର ସମାଧାନ କରିପାରିବ ।


୭ରୁ ୮ଟି ବାଦାମକୁ ରାତିରେ ଭିଜାଇ ଦିଅନ୍ତୁ । ସକାଳୁ ତାର ଚୋପା ଛଡାଇ ବାଦାମକୁ ଭଲଭାବେ ପେଶୀ ଦିଅନ୍ତୁ । ଜରୁରୀ ନୁହେଁ ଯେ ଆପଣ ୭ରୁ ୮ଟି ବାଦାମ ହିଁ ନେବେ । କମ୍ ବାଦାମ ମଧ୍ୟ ଆପଣ ନେଇପାରିବେ । ଯଦି ଆପଣଙ୍କ ଆଖିକୁ ଭଲଭାବେ ଦେଖାଯାଉନାହିଁ ତେବେ ସେଥିରେ ଗୋଲମରିଚ ମଧ୍ୟ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ୨୫୦ଗ୍ରାମ କ୍ଷୀରରେ ମିଶାଇ ଦିଅନ୍ତୁ । ଏହାକୁ ଚୂଲାରେ ବସାଇ ଫୁଟାନ୍ତୁ । ୪ରୁ ୫ଥର ଫୁଟିବା ପରେ ଏଥିରେ ଏକ ଚାମଚ ଦେଶୀ ଘିଅ ଏବଂ ଦୁଇ ଚାମଚ ଚିନି ମିଶାଇ ଦିଅନ୍ତୁ। ଥଣ୍ଡା କରି ଏହି ମିଶ୍ରଣକୁ ପିଅନ୍ତୁ । ଏହାକୁ ପିଇବା ଦ୍ବାରା ଆପଣଙ୍କର ମୁଣ୍ଡବିନ୍ଧା କମିଯିବ । ଏହାଦ୍ବାରା ଆପଣଙ୍କ ସ୍ମରଣ ଶକ୍ତି ମଧ୍ୟ ବଢିବ । ଏହାକୁ ଲଗାତର ପିଇବାକୁ ପଡିବ । ଖାଲି ପେଟରେ ଏହି କ୍ଷୀରକୁ ପିଇବା ପରେ ୨ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆପିଆ କରନ୍ତୁ ନାହିଁ । ଏହାକୁ ପିଇବା ଦ୍ବାରା ତିନି ଚାରି ଦିନରେ ମୁଣ୍ଡବିନ୍ଧା ସଂପୂର୍ଣ୍ଣ ଭଲ ହୋଇଯିବ ।ବାଦାମକୁ ଭଲଭାବେ ପେଶୀ ଖାଇବା ଜରୁରୀ ଅଟେ । ଏହାଦ୍ବାରା ବାଦାମ ପୁରା ହଜମ ହୋଇଯିବା ସହ ସଂମ୍ପୂର୍ଣ୍ଣ ଲାଭ ମିଳିଥାଏ । ଏହା ସ୍ମରଣ ଶକ୍ତି ବଢାଇବା ସହ ଆଖିର ଅନେକ ରୋଗ- କମ୍ ଦେଖାଯିବା, ଆଖି ଥକିଯିବା, ଆଖିରୁ ପାଣି ବାହାରିବା ଆଦି ସମସ୍ୟା ଦୂର ହୋଇଯିବ ।


ବାଦାମରେ ଆଣ୍ଟିଅକ୍ସିଡେଣ୍ଟ ଭରି ରହିଛି । ଯାହା ଅବସାଦ ଦୂର କରିଥାଏ । ମସ୍ତିସ୍କକୁ ଶିଥିଳ ରଖିଥାଏ । ଡିପ୍ରେସନ୍ ମଧ୍ୟ ଦୂର ହୋଇଥାଏ । 
ଡାଇବେଟିସ୍ ରୋଗୀମାନଙ୍କ ପାଇଁ ବାଦାମ ବହୁତ ଉପଯୋଗୀ ହୋଇଥାଏ। ଶରୀରରେ ଇନସୁଲିନ ମାତ୍ରାକୁ ନିୟନ୍ତ୍ରିତ କରି ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରଖିଥାଏ। ବାଦାମରେ ପ୍ରୋଟିନ, ଫାଇବର ଏବଂ ମ୍ୟାଗ୍ନେସିୟମ ଭରପୁର ରହିଥାଏ।
ଶରୀରରେ ଆଲଫା-୧ ଏଚଡିଏଲ ଲେଭଲକୁ ବାଦାମ ବଢାଇଥାଏ। କୋଲୋଷ୍ଟୋରଲକୁ ନିୟନ୍ତ୍ରିତ କରି ହୃଦ୍ ରୋଗରୁ ରକ୍ଷା କରିଥାଏ।
ବାଦାମରେ ଭିଟାମିନ୍-ଇ ଥାଏ । ଏହା ତ୍ବଚାକୁ ପୋଷଣ ଦେଇଥାଏ ଫଳରେ ତ୍ବଚାକୁ ଶୁଖିଲା ହେବାରୁ ରକ୍ଷା କରିଥାଏ । ଏଥିରେ ଅଧିକ ମାତ୍ରାରେ ଫାଇଭର ରହିଥାଏ । ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ୪-୫ଟି ବାଦାମ ଖାଇବା ପରେ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତୁ । ଏହାଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ପେଟରେ ହେଉଥିବା କ୍ୟାନସରର ମଧ୍ୟ ଭୟ କମ୍ ରହିଥାଏ ।