Knowledge News: ନୂଆଦିଲ୍ଲୀ: ବେଳେବେଳେ କିଛି ଏପରି ଘଟେ ଯେ ଯେତେବେଳେ ତୁମେ କିଛି କାମରେ ବ୍ୟସ୍ତ, ଆଉ ହଠାତ୍ ତୁମେ ଅନୁଭବ କର ଯେ କେହି ତୁମକୁ ଲୁଚିକରି ଦେଖୁଛନ୍ତି। ଯଦି ଏପରି କିଛି ଅନୁଭବ କର ତାହା ବାସ୍ତବରେ ସତ ହୋଇଥାଏ। ଜଣେ ପରିଚିତ କିମ୍ବା ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଆଖି ତୁମ ଉପରେ ଥାଏ। ଏହା ପ୍ରାୟତଃ ସମସ୍ତଙ୍କ ସହିତ ହୋଇଥାଏ। ଏହା ମଧ୍ୟ ତୁମ ସହିତ ନିଶ୍ଚୟ ଘଟିଥିବ। ଏହାକୁ ଗେଜ୍ ଚିହ୍ନଟ କୁହାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ନ ଦେଖି, ଆପଣ କିପରି ଅନୁଭବ କରୁଛନ୍ତି ଯେ କେହି ଆପଣଙ୍କୁ ଦେଖୁଛନ୍ତି ?


COMMERCIAL BREAK
SCROLL TO CONTINUE READING

ଆମ ମସ୍ତିଷ୍କର ୧୦ଟି ଭିନ୍ନ ଭିନ୍ନ ଅଂଶ ହ୍ୟୁମାନ ସଇଟସ ସହିତ ମିଶିକରି ରହିଛି। ଯେଉଁଥିରେ ଭିଜୁଆଲ୍ କର୍ଟେକ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ମସ୍ତିଷ୍କର ପଛ ଭାଗର ଏକ ବଡ଼ ଅଂଶ। ଏହା ଦେଖିବାରେ ସାହାଯ୍ୟ କରେ। ଆମିଗ୍ଡେଲା ମଧ୍ୟ ସମାନ କାମ କରେ, କିନ୍ତୁ ଏହାର ପ୍ରକୃତ କାମ ହେଉଛି ଦେଖିବା, ଅର୍ଥାତ୍ ନଜରକୁ ପ୍ରକ୍ରିୟାକରଣ ଏବଂ ଚିହ୍ନଟ କରିବା। ଏହି କାରଣରୁ, ଯଦି କାହାକୁ ଦେଖିବା ପାଇଁ ସମସ୍ୟା ସୃଷ୍ଟି ହୋଇଥାଏ, ତେବେ ବ୍ୟକ୍ତି ତୁରନ୍ତ ସତର୍କ ହୋଇଯାଏ। ଯଦିଓ ଆମ ଆଖପାଖର ଲୋକଙ୍କ ଆଖି ଏଠାରୁ ସେଠାକୁ ବୁଲୁଥାଏ, ତେବେ ଆମ ଆଖି ଏହାକୁ ଚିହ୍ନିଥାଏ।


ଗେଜ ଡିଟକ୍ସେନ କେବଳ ବୟସ୍କମାନଙ୍କଠାରେ ନୁହେଁ, ନବଜାତ ଶିଶୁମାନଙ୍କଠାରେ ମଧ୍ୟ ଦେଖାଯାଏ। ବିଜ୍ଞାନ ଅନୁଯାୟୀ ଶିଶୁ ଆଚରଣ ଏବଂ ବିକାଶ ଶୀର୍ଷକ ଅନୁସନ୍ଧାନରୁ ଜଣାପଡିଛି ଯେ ଚକ୍ଷୁର ଗତି, କିମ୍ବା ଦୃଷ୍ଟିର ସ୍ୱୀକୃତି, ମାନବ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଏବଂ ୫ ଦିନ ବୟସରୁ ଶିଶୁମାନଙ୍କଠାରେ ମଧ୍ୟ ଏହା ଦେଖିବାକୁ ମିଳେ। ସେହି ଶିଶୁମାନେ ମଧ୍ୟ ଆଖିର ଗତି ବୁଝିବା ଆରମ୍ଭ କରନ୍ତି।


ମଣିଷ ଏବଂ ଅନ୍ୟ ପ୍ରାଣୀ ଏବଂ ପକ୍ଷୀମାନଙ୍କ ଆଖି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ମଣିଷ ମାନଙ୍କ ଆଖିର ପୁତଲୀ (ପ୍ୟୁପିଲ)ର ଚତୁପାର୍ଶ୍ୱର ଧଳା ଅଂଶ ଥିବା ସ୍କ୍ଲେରା ବଡ଼ ହୋଇଥାଏ। ଫଳସ୍ୱରୂପ ଆଖି ଡୋଳା ଚତୁର୍ଦିଗକୁ ବୁଲିପାରିଥାଏ। ଫଳରେ ଯଦି କେହି ଆପଣଙ୍କ ନିକଟ ଦେଇ ଗତି କରୁଛି କିମ୍ବା କିଛି ଘଟୁଛି ତେବେ ଏହି ଧଳା ଅଂଶ ଦ୍ୱାରା ଜଣାପଡ଼ିଯାଇଥାଏ। ସେପଟେ ପଶୁପକ୍ଷୀମାନଙ୍କ କ୍ଷେତ୍ରରେ ଆଖି ଡୋଳା ବଡ଼ ଥାଏ ଓ ସ୍କ୍ଲେରା ଅଳ୍ପ ଅଂଶ ଥାଏ। ଫଳରେ ସେମାନେ ତାଙ୍କ ଚତୁଃପାର୍ଶ୍ୱରେ ଘଟୁଥିବା ଘଟଣା ସମ୍ପର୍କରେ ସହଜରେ ଜାଣି ପାରିନଥାନ୍ତି। 


ବୈଜ୍ଞାନିକମାନଙ୍କ କହିବା ମୁତାବକ ବିନା ଦେଖି ଅବଗତ ହେବା ପଛରେ ଏମିଗ୍ଡେଲା ହିଁ ମୁଖ୍ୟତଃ ଦାୟୀ। ବୈଜ୍ଞାନିକମାନେ କହିବା ମୁତାବକ ଆମ ମସ୍ତିଷ୍କରେ ଲଗାତାର ଆମକୁ କୌଣସି ପ୍ରକାର କ୍ଷତିରୁ ରକ୍ଷା କରିବା ପାଇଁ ସଚେତନ କରାଇଥାଏ। ଗେଜ ଡିଟେକ୍ସନ ମଧ୍ୟ ତାହାର ଏକ ଅଂଶ ହୋଇଥାଏ। ଏକାଧିକ ଗବେଷଣା ଏହା କୁହେ କି ଆମ ଆଖିର ପରିଧିର ଲମ୍ବା ପରିସର ମଧ୍ୟରେ ଶାରିରୀକ ଗତି ମାଧ୍ୟମରେ ମଧ୍ୟ ଆପଣ ଜାଣିପାରିବେ କି ଆପଣଙ୍କୁ କିଏ ଲୁଚିକରି ଦେଖୁଛି। 


Also Read: ମାର୍ଚ୍ଚ ୮ ତାରିଖରେ ହିଁ କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ମହିଳା ଦିବସ