Mutual fund: ଆପଣ ମ୍ୟୁଚୁଆଲ ଫଣ୍ଡରେ(Mutual fund) ପଇସା ଲଗାଇଛନ୍ତି କି? ଯଦି ହଁ ତାହେଲେ ଏହି ଖବର ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ନେଇ ଆସିଛି। ସେବି (SEBI) ପକ୍ଷରୁ ଆସିଥିବା ନୂତନ ଗାଇଡ଼ ଲାଇନ ଅନୁସାରେ ଆପଣଙ୍କୁ ପୁଣି ଥରେ ଆପଣଙ୍କର କେୱାଇସି (KYC) କରାଇବା ପାଇଁ ପଡି଼ବ। ଏଥିପାଇଁ ସେବି ଶେଷ ତାରିଖ ମଧ୍ୟ ଜାରି କରି ସାରିଛି। ଧାର୍ଯ୍ୟ କରାଯାଇଥିବା ତାରିଖ ପୂର୍ବରୁ ସବୁ ଫର୍ମାଲିଟି ପୂରଣ ନ କଲେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ପାରେ। ନଭେମ୍ବର ୧ ତାରିଖ ୨୦୨୨ ପୂର୍ବରୁ ଅରିଜିନାଲ ଭେରିଫିକେସନ୍ ଡ଼କ୍ୟୁମେଣ୍ଟ୍ (OVD) ଭାବରେ ଆଧାର କାର୍ଡ଼କୁ ଆନୁଷ୍ଠାନିକ ଭାବରେ ବ୍ୟବହାର କରି ଆସୁଥିବା ମ୍ୟୁଚୁଆଲ ଫଣ୍ଡ ନିବେଶକମାନଙ୍କୁ ନିଜ କେୱାଇସିର ପୁନଃଯାଞ୍ଚ କରିବାକୁ ପଡବ। ସେଥିପାଇଁ ସେବି ପକ୍ଷରୁ ଶେଷ ତାରିଖ ଏପ୍ରିଲ ୩୦, ୨୦୨୩ ଧାର୍ଯ୍ୟ କରାଯାଇଛି। ତେବେ ତାରିଖ ଘୁଞ୍ଚିବାର କୌଣସି ସୂଚନା ନ ଥିବାରୁ ନିବେଶକମାନଙ୍କୁ ଏହି ତାରିଖ ମଧ୍ୟରେ ନିଜର କେୱାଇସି କରିବା ପାଇଁ ପଡି଼ବ।


COMMERCIAL BREAK
SCROLL TO CONTINUE READING

ଏହି କେୱାଇସି (KYC)


କେୱାଇସି’ର ଅର୍ଥ ‘ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ’ । ଏହି ପ୍ରକ୍ରିୟା ଦ୍ୱାରା ବ୍ୟାଙ୍କ ଗ୍ରାହକମାନଙ୍କଠାରୁ ସେମାନଙ୍କ ପରିଚୟ ଓ ଠିକଣା ସଂଗ୍ରହ କରିଯାଇଥାଏ । ଟଙ୍କା କାରବାର କରୁଥିବା କୌଣସି ସଂସ୍ଥା ପକ୍ଷରୁ ଜାରି ସେବା ଗୁଡି଼କର ଦୂରୁପଯୋଗ ହେବାରୁ ଏହି ପ୍ରକ୍ରିୟା ରକ୍ଷା କରିଥାଏ। ଖାତା ଖୋଲିବା ସମୟରେ ହିଁ ବ୍ୟାଙ୍କ ଗୁଡି଼କ ଦ୍ୱାରା କେୱାଇସି ପ୍ରକ୍ରିୟା ସମ୍ପାଦନ କରାଯାଏ । ଏହାଛଡା଼ ନିବେଶ କରିବା ପୂର୍ବରୁ ଆପଣ ବ୍ୟବହାର କରୁଥିବା ମାଧ୍ୟମ ଗୁଡି଼କ ମଧ୍ୟ କେୱାଇସି ଯାଞ୍ଚ କରିଥାଆନ୍ତି। ଭାରତର ମାର୍କେଟ ରେଗୁଲେଟର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (SEBI) ରେ ପଞ୍ଜୀକୃତ ସଂସ୍ଥାଗୁଡ଼ିକ କେୱାଇସିର ରକ୍ଷଣାବେକ୍ଷଣ କରିଥାଆନ୍ତି। ଏଗୁଡି଼କୁ କେୱାଇସି ପଞ୍ଜୀକରଣ ଏଜେନ୍ସି (KRA) କୁହାଯାଏ। ଯେ କୌଣସି KRA ଏଜେନ୍ସି ମାଧ୍ୟମରେ ଆପଣ ଅନଲାଇନ କିମ୍ବା ଅଫଲାଇନରେ ନିଜର କେୱାଇସି ପଞ୍ଜୀକରଣ କରିପାରିବେ। ଯେ କୌଣସି ବ୍ୟକ୍ତି କେୱାଇସି ପଞ୍ଜୀକରଣ କରିବା ସହ ଏହି ପ୍ରକ୍ରିୟା ଯାଞ୍ଚ କରି ପାରିବେ।  ସେଥିପାଇଁ ଆପଣ ବ୍ୟବହାର କରୁଥିବା ପଣ୍ଡ ହାଉସର ୱେବସାଇଟରେ ନିଜର ପାନ୍‌ (PAN ) କାର୍ଡ଼ର ତଥ୍ୟ ପ୍ରଦାନ କରିବାକୁ ହେବ। ଏହାଛଡ଼ା କୌଣସି KRA ମାଧ୍ୟମରେ ମଧ୍ୟ ଆପଣ ନିଜ କେୱାଇସି ଯାଞ୍ଚ କରି ପାରିବେ। ଏଥିରେ ଆପଣ ନୂତନ ଅପଡେଟ ଓ ପରିବର୍ତ୍ତନ ତାରିଖ ଆଦି ଯାଞ୍ଚ କରି ପାରିବେ।


Also Read- Retirement Age Hike: ହୋଲିରେ ମିଳିଲା ଖୁସି ଖବର! ସରକାରୀ କର୍ମଚାରୀଙ୍କ ଅବସର ବୟସରେ ୨ ବର୍ଷ ବୃଦ୍ଧି


KYC ଅପଡେଟ୍ କରିବା ପାଇଁ ପାନ୍ କାର୍ଡ଼, ମୋବାଇଲ୍ ନମ୍ବର ଓ ବ୍ୟାଙ୍କର ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ । KYCର ସବିଶେଷ ତଥ୍ୟ ପରିବର୍ତ୍ତନ ସହ ଜଡି଼ତ ଏକ ଫର୍ମରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦେଇ ଦାଖଲ କରିବାକୁ ପଡି଼ବ | ଡକ୍ୟୁମେଣ୍ଟ ଗୁଡି଼କ କ୍ୟାନ୍ସେଲ ଚେକ୍‌ ଓ ଘର ଠିକଣା ଥିବା ପ୍ରମାଣପତ୍ର ଆବଶ୍ୟକ କରେ।