Lal krishna advani: ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ମହାନ ଉତ୍ସବରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ କେବଳ ଶାସକ ଦଳ ନେତା ମନ୍ତ୍ରୀର ନୁହେଁ ବରଂ ସମସ୍ତ ବର୍ଗର ବ୍ୟକ୍ତି, ସିନେ କଳାକାର, ବ୍ୟବସାୟୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି । ଏହି ମହାନ ଉତ୍ସବରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଯୋଗ ଦେବେ ।


COMMERCIAL BREAK
SCROLL TO CONTINUE READING

ବୁଧବାର ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଘରକୁ ଯାଇ ନିମନ୍ତ୍ରଣ ଦେଇଛନ୍ତି । ନିମନ୍ତ୍ରଣ ପାଇବା ପରେ ଆଡଭାନୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି । ଆଡଭାନୀଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଆଡଭାନୀ ନିମନ୍ତ୍ରଣ ପତ୍ର ପାଇ ଖୁସି ବ୍ୟକ୍ତ କରିବା ସହିତ କହିଛନ୍ତି ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ମୋପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ । ମୁଁ ଅତ୍ୟନ୍ତ ଭାଗ୍ୟବାନ ଯେ, ମୁଁ ଏହି କାର୍ଯ୍ୟକ୍ରମରେ ସାମିଲ ହେବି ।


ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ଦଳର ନେତାଙ୍କ ଅଂଶଗ୍ରହଣକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ଓ ଉତ୍ତେଜନା ଶେଷ ହୋଇଛି। କଂଗ୍ରେସ ଦଳ ଏହାକୁ ଆରଏସଏସ ଓ ବିଜେପିର ଏକ ଇଭେଣ୍ଟ ବୋଲି କହି ଏହି କାର୍ଯ୍ୟକ୍ରମରେ ଭାଗ ନ ନେବାକୁ ସ୍ଥିର କରିଛି। ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ କିମ୍ବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଯୋଗଦେବେ ନାହିଁ ବୋଲି କଂଗ୍ରେସ ଦଳ ସ୍ପଷ୍ଟ କରିଛି। ଏହା ସହିତ ଲୋକସଭାରେ ବିରୋଧୀଦଳର ନେତା ଅଧିର ରଂଜନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ନାହିଁ। ଏହି ନେତାମାନେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି।


କ’ଣ କହିଛି କଂଗ୍ରେସ?
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିୟାନ ଜାରି କରି କହିଛନ୍ତି ଯେ ଗତ ମାସରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ଓ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଯୋଧ୍ୟା ରଂଜନ ଚୌଧୁରୀଙ୍କୁ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ନିମନ୍ତ୍ରଣ ମିଳିଥିଲା। କୋଟି କୋଟି ଭାରତୀୟ ପ୍ରଭୁ ରାମଙ୍କୁ ପୂଜା କରନ୍ତି। ଧର୍ମ ମନୁଷ୍ୟର ବ୍ୟକ୍ତିଗତ ବିଷୟ ହୋଇଆସୁଛି, କିନ୍ତୁ ବର୍ଷ ବର୍ଷ ଧରି ବିଜେପି ଓ ଆରଏସଏସ ଅଯୋଧ୍ୟାରେ ରାମ ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପରେ ପରିଣତ କରିଛି।


ସେ ଆହୁରି କହିଛନ୍ତି, “ଏହା ସ୍ପଷ୍ଟ ଯେ କେବଳ ନିର୍ବାଚନ ଲାଭ ପାଇବା ପାଇଁ ଏକ ଅର୍ଦ୍ଧ ନିର୍ମିତ ମନ୍ଦିର ଉଦ୍ଘାଟନ କରାଯାଉଛି। ୨୦୧୯ ର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବା ଏବଂ ଲୋକଙ୍କ ବିଶ୍ୱାସକୁ ସମ୍ମାନ ଜଣାଇ ଶ୍ରୀ ମଲ୍ଲିକାର୍ଜୁନ ଖଡ୍ଗେ, ସୋନିଆ ଗାନ୍ଧୀ, ଅଧିର ରଂଜନ ଚୌଧୁରୀ ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ଓ ଆରଏସଏସର ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରିଛନ୍ତି।"


କହିରଖୁଛୁ ଯେ ୨୨ ଜାନୁଆରୀରେ ହେବାକୁ ଥିବା ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିବେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କରି ବିଜେପି 'ନଟଙ୍କି' କରୁଛି ବୋଲି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। 


Also Read- Success Story: ଯାଆଁଳା ଭଉଣୀଙ୍କ ସଫଳତା, CA ଫାଇନାଲରେ ଟପ୍ପର


Also Read- Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍