Land for job case: ଲ୍ୟାଣ୍ଡ ଫର ଜବ୍ କେସରେ ଲାଲୁ ଯାଦବଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହୋଇଥିବା ଶୁଣାଣି ସମୟରେ କୋର୍ଟ ଲାଲୁଙ୍କ ପରିବାରର ୩ଜଣଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ରାବ୍ରି ଦେବୀ, ମିସା ଭାରତୀ, ହେମା ଯାଦବ ଏବଂ ହୃଦୟାନନ୍ଦ ଚୌଧୁରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଅଭିଯୁକ୍ତଙ୍କ ନିୟମିତ ଜାମିନରେ ଉତ୍ତର ଦାଖଲ କରିବାକୁ ଇଡି ପକ୍ଷରୁ ସମୟ ମଗାଯାଇଥିଲା। କୋର୍ଟ ଇଡିର ଦାବିକୁ ମଧ୍ୟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୮ରେ ହେବ । ଅଭିଯୁକ୍ତଙ୍କ ନିୟମିତ ଜାମିନ ନେଇ ଉକ୍ତଦିନ କେର୍ଟରେ ଶୁଣାଣି କାର୍ଯ୍ୟକ୍ରମ ରହିଛି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଲ୍ୟାଣ୍ଡ ଫର ଜବ୍ ମାମଲା ପାଇଁ ଚାର୍ଜସିଟରେ ଇଡି ପକ୍ଷରୁ ରାବ୍ରିଙ୍କୁ ଲାଲୁ ଯାଦବଙ୍କ ସହିତ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଖବର ମୁତାବକ, ଜମି ବିକ୍ରୟରୁ ମିଳିଥିବା ଟଙ୍କା ତେଜସ୍ୱୀଙ୍କୁ ଦିଆଯାଇଥିଲା । ଯେଉଁ ଟଙ୍କା ଦିଲ୍ଲୀର ନୂଆ ଫ୍ରେଣ୍ଡସ୍ କଲୋନୀରେ ଏକ ଘର କିଣିବା ପାଇଁ ବ୍ୟବହୃତ ହେଉଥିଲା । ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୭ରେ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ତାଙ୍କ ଝିଅ ମିସା ଭାରତୀ, ହେମା ଯାଦବ ଏବଂ ଅନ୍ୟମାନଙ୍କୁ  ଲ୍ୟାଣ୍ଡ ଫର ଜବ୍ କେସ ମାମଲାରେ ଡକାଇଥିଲେ।


ସୂଚନାଯୋଗ୍ୟ, ୨୦୦୪-୨୦୦୯ ମଧ୍ୟରେ ଲ୍ୟାଣ୍ଡ ଫର ଜବ୍ସ ସ୍କାମ ଅଭିଯୋଗ ହୋଇଥିଲା । ଉକ୍ତ ସମୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ । ଲାଲୁ ମନ୍ତ୍ରୀ ଥିବା ସମୟରେ ରେଳବାଇରେ ଗ୍ରୁପ୍ ଡିରେ ନିଯୁକ୍ତି ଦିଆଯାଇଥିଲା । ଆବେଦନ କରିବାର ୩ ଦିନ ମଧ୍ୟରେ ଅନେକ ଲୋକଙ୍କୁ ଚାକିରି ପ୍ରଦାନ କରାଯାଇଥିଲା । ଚାକିରି ବଦଳରେ ପ୍ରାର୍ଥୀଙ୍କଠାରୁ ବିଭିନ୍ନ ପ୍ରକାରର କଥା କହି ଲାଞ୍ଚ ନିଆଯାଇଥିବା ଅଭିଯୋଗ ଆସିଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ ପରେ ଜଣାପଡିଥିଲା ​​ଯେ, ଲାଲୁ ପରିବାରଙ୍କ ନାମରେ ଜମି ବଦଳରେ ଚାକିରି ଦେଇଥିବାର ଅଭିଯୋଗ ହୋଇଛି। ଚାର୍ଜସିଟରେ ଇଡି ପକ୍ଷରୁ କୁହାଯାଇଛି ଯେ, ଲାଲୁଙ୍କ ପରିବାର ୭ ଟି ସ୍ଥାନରେ ଜମି ପାଇଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ, କୌଣସି ବିଜ୍ଞାପନ ପ୍ରକାଶ କରାନଯାଇ ଚାକିରି ପର୍ରଦାନ କରାଯାଇଥିଲା । ମୁମ୍ବାଇ, ଜବଲପୁର, କୋଲକାତା ଏବଂ ଜୟପୁର ଜୋନରେ ଏହି ନିଯୁକ୍ତି ଦିଆଯାଇଥିଲା । ୧ ଲକ୍ଷ ବର୍ଗଫୁଟରୁ ଅଧିକ ଜମିକୁ ମାତ୍ର ୨୬ ଲକ୍ଷ ଟଙ୍କାରେ କିଣାଯାଇଥିଲା । ସେହି ସମୟରେ ଜମିର ମୂଲ୍ୟ ପ୍ରାୟ ୪.୩୯ କୋଟି ଟଙ୍କା ଥିଲା ବୋଲି ଜଣାପଡିଥିଲା । ଲାଲୁ ପରିବାର ମଧ୍ୟରେ ୬୦୦ କୋଟି ଟଙ୍କା ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆସିଥିଲା ।


Also read- Ayodhya Ram Mandir: ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ ସୁପରଷ୍ଟାର ଅମିତାଭ


Also read- Odisha politics: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା