JNU Student Union Election Result 2024: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ (ଜେଏନୟୁ) ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଛାତ୍ର ସଂଘ ନିର୍ବାଚନର ଫଳାଫଳ ଆସିସାରିଛି। ଏହି ନିର୍ବାଚନରେ ​​ବାମପନ୍ଥୀ ଛାତ୍ର ସଙ୍ଗଠନ ଛାତ୍ର ସଂସଦର ୪ ପଦ ଅକ୍ତିଆର କରିଛନ୍ତି। ବାମପନ୍ଥୀ ଛାତ୍ର ସଙ୍ଗଠନର ପ୍ରାର୍ଥୀ  ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସଚିବ ଆଦି ୪ ପଦ ଦଖଲ କରି ନେଇଛନ୍ତି। ଏହି ୪ ପଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି।  ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ କେଉଁ ପ୍ରାର୍ଥୀ କେତେ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ସେ ସମ୍ପର୍କରେ ଜାଣନ୍ତୁ।


COMMERCIAL BREAK
SCROLL TO CONTINUE READING

ଜେଏନୟୁ ଛାତ୍ର ସଂସଦର (JNU Student Union) ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ବାଜି ମାରିଛନ୍ତି ଧନଞ୍ଜୟ। ଏହି ନିର୍ବାଚନରେ ବିଜୟୀ ହେବା ପରେ ଧନଞ୍ଜୟ କହିଛନ୍ତି ଯେ ଯଦି କେହି ଫି ବୃଦ୍ଧି ବିରୋଧରେ ଲଢେଇ ଲଢିଛନ୍ତି ତାହେଲେ ସେମାନେ ହେଉଛନ୍ତି ବାମପନ୍ଥୀ। ଏହା ହେଉଛି ବାମପନ୍ଥ ଯିଏ ସମସ୍ତଙ୍କ ପାଇଁ ହଷ୍ଟେଲ ସୁନିଶ୍ଚିତ କରିଛି। ଏଥିପାଇଁ ଛାତ୍ରଛାତ୍ରୀ ଆମ ଉପରେ ସେମାନଙ୍କର ବିଶ୍ୱାସ ଦେଖାଇଛନ୍ତି। 



ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (Jawaharlal Nehru University) ଛାତ୍ର ସଂସଦ ନିର୍ବାଚନର ଫଳାଫଳ (JNU Student Union Election Result 2024) ୫୬୫୬ ଭୋଟ ଗଣତି ପରେ ଘୋଷଣା କରାଯାଇଥିଲା। ଗତ ଶୁକ୍ରବାର (୨୨ ମାର୍ଚ୍ଚ) ଏହି ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଅଲ ଇଣ୍ଡିଆ ଷ୍ଟୁଡେଣ୍ଡ ଫେଡେରସନ (All India Students Association) ଏଆଇଏସଏ (AISA) ପ୍ରାର୍ଥୀ ଧନଞ୍ଜୟ ୯୨୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଜେଏନୟୁ ଛାତ୍ର ସଂସଦ ଅଧ୍ୟକ୍ଷ (JNU Student Union Presient) ନିର୍ବାଚିତ ହୋଇଛନ୍ତି। ଧନଞ୍ଜୟଙ୍କୁ ୨୫୯୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଏବିଭିପି (ABVP) ପକ୍ଷରୁ ନିର୍ବାଚନ ଲଢୁଥିବା ଉମେଶ ଚନ୍ଦ୍ର ଅଜମିରା ୧୬୭୬ ଖଣ୍ଡ ଭୋଟ୍ ପାଇଛନ୍ତି।


ସେହିପରି ଉପାଧ୍ୟକ୍ଷ ପଦ (JNU Student Union Vice Presient) ପାଇଁ ନିର୍ବାଚନ ଲଢୁଥିବା ଷ୍ଟୁଡେଣ୍ଟସ୍ ଫେଡେରେସନ ଅଫ ଇଣ୍ଡିଆ (Students Federation of India) ଏସଏଫଆଇ (SFI) ପ୍ରାର୍ଥୀ ଅଭିଜିତ୍ ଘୋଷ ୯୨୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଅଭିଜିତ ଘୋଷ ୨୪୦୯ ଭୋଟ୍ ପାଇଥିବାବେଳେ ଏବିଭିପି ପକ୍ଷରୁ ନିର୍ବାଚନ ଲଢୁଥିବା ଦୀପିକା ଶର୍ମା ୧୪୮୨ ଭୋଟ୍ ପାଇଥିଲେ।


ଜେଏନୟୁ ଛାତ୍ର ସଂସଦର ସାଧାରଣ ସମ୍ପାଦକ ପଦ (JNU Student Union General Secretary) ପାଇଁ ବିର୍ସା ଆମ୍ବେଦକର ଫୁଲେ ଷ୍ଟୁଡେଣ୍ଟ ୟୁନିଅନ (Birsa Ambedkar Phule Students Association) ବାପସା (​​BAPSA) ପକ୍ଷରୁ ନିର୍ବାଚନ ଲଢୁଥିବା ପ୍ରିୟାଂଶୀ ଆର୍ଯ୍ୟ ୯୨୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବାପସା ପ୍ରାର୍ଥୀ ପ୍ରିୟାଂଶୀ ଆର୍ଯ୍ୟ ୨୮୮୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଏବିଭିପି ପକ୍ଷରୁ ନିର୍ବାଚନ ଲଢୁଥିବା ଅର୍ଜୁନ ଆନନ୍ଦ ୧୯୬୧ ଭୋଟ୍ ପାଇଥିଲେ।


ସେହିପରି ଯୁଗ୍ମ ସଚିବ ପଦ (JNU Student Union Joint Secretary) ପାଇଁ ନିର୍ବାଚନ ଲଢୁଥିବା ମହମ୍ମଦ ସାଜିଦ୍ ୫୦୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମହମ୍ମଦ ସାଜିଦ୍ ୨୫୭୪ ଭୋଟ୍ ପାଇଥିବା ବେଳେ ଏବିଭିପି ପ୍ରାର୍ଥୀ ଗୋବିନ୍ଦ ୨୦୬୬ ଭୋଟ୍ ପାଇଥିଲେ।