Odisha Daily News Live: କାଲିଠୁ ସ୍ୱାଭାବିକ ଚାଲିବ ପାଠ ପଢ଼ା, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ପ୍ରିୟମ୍ବଦା ରଣା Fri, 21 Jun 2024-5:39 pm,

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Arvind kejriwal bail latest news: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ଆବେଦନ ଶୁଣାଣି ବେଳେ ଟ୍ରାଏଲ କୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଉଛନ୍ତି ଓ ୨ ରୁ ୩ ଦିନ ମଧ୍ୟରେ ଏହି ରାୟ ପ୍ରକାଶ ପାଇବ ବୋଲି କହିଛନ୍ତି। ଉଭୟ ପକ୍ଷର ସବିଶେଷ ଶୁଣାଣି ପରେ କୋର୍ଟ ନିଜ ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି।

  • Japanese encephalitis in Angul: ଡିପଥେରିଆ ପରେ ବର୍ତ୍ତମାନ ଜାପାନୀ ଜ୍ୱର ରାଜ୍ୟରେ ଦେଖା ଦେଇଛି। ଅନୁଗୁଳ ଜିଲ୍ଲାରେ ୨ ଶିଶୁ ଜାପାନିଜ ଏନସେଫାଲାଇଟସ୍ ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଅନୁଗୁଳ ଗସ୍ତ କରିଛନ୍ତି ।

  • Odisha Mohan Govt extends Indian Hockey team sponsorship: ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆର ସ୍ପନସରଶିପ୍‌ ଅବଧି ସମୟକୁ ୨୦୩୩ ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ।

     

  • Odisha Daily News Live Update:  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଆଜିଠାରୁ ଏହି ଅଭିଯୋଗ ଶୁଣାଣୀ ଆରମ୍ଭ ହେବ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।

  • Madhya Pradesh Magnitude Earthquake: ଆଜି (ଶୁକ୍ରବାର )ପୂର୍ବାହ୍ନରେ ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଖବର ପାଇବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ସୂଚନାନୁସାରେ, ୯ଟା ୪ସମୟରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରେ ହାଲୁକା ଭୂକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।

  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼:
    ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଥିବା ଜଣାପଡ଼ିଛି। କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ତାଙ୍କୁ କାଳିମାଡ଼ ହୋଇଛି। ଦଳର ଅସନ୍ତୋଷ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। ସୂଚନଯୋଗ୍ୟ, ଆଜି ସକାଳେ ଶ୍ରୀ ପଟ୍ଟନାୟକ କୌଣସି ଏକ କାମରେ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ତାଙ୍କ ଚ୍ୟାମ୍ବରକୁ ଜୋର ଜବରଦସ୍ତ ପସି ଆସିଥିଲେ। ଚ୍ୟାମ୍ବର୍ ଭିତରେ ହୋ ହାଲା ହୋଇ ନାରାବାଜି ଦେବା ସହ ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରି ସେଠାରୁ ପଳାଇ ଯାଇଥିଲେ। ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି। 

  • ଆଜି ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି ନୀତି ଅନୁଷ୍ଠିତ ପାଇଁ ସର୍ବସାଧାରଣ ଦର୍ଶନ କୁ ସକାଳ ୧୧ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ସୂଚନା ପ୍ରଦାନ କରାଯାଇ ଥିଲା। ମାତ୍ର ଶ୍ରୀବିଗ୍ରହ ମାନଙ୍କ ସେନାପଟା ଲାଗି ନୀତି ଅନୂପାଳନରେ  ଧାର୍ଯ୍ୟ ସମୟ ଠାରୁ ଆହୁରି  ଅଧିକ  ଆପାତତଃ ୩ ଘଣ୍ଟାରୁ ସାଢେ଼ ୩ ଘଣ୍ଟା ସମୟ  ଲାଗିବ l ଏଣୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଜିର ସର୍ବସାଧାରଣ ଦର୍ଶନ ବନ୍ଦ ସମୟ ସକାଳ ୧୧ଘଟିକା ପରିବର୍ତ୍ତେ  ଅପରାହ୍ନ  ୨.୩୦ ଘଟିକା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ସେନାପଟା ଲାଗି ପରେ ମହାପ୍ରଭୁଙ୍କର ଆଜିର ଦୈନନ୍ଦିନ ନୀତି ଅନୁଷ୍ଠିତ ହେବ ସହ ସର୍ବ ସାଧାରଣ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

  • ରାଜଧାନୀରେ ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ:
    ରାଜଧାନୀ ଭୁବନେଶ୍ୱରରେ ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକଙ୍କୁ ହତ୍ୟା କରିଛି ଭଡ଼ାଟିଆ। ତମାଣ୍ଡୋ ଅଞ୍ଚଳରେ ଥିବା ସିଭି ରମଣ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାପାର୍ଶ୍ବରୁ ଘର ମାଲିକ ସୁଶାନ୍ତ ଶତପଥୀଙ୍କ ମୃତଦେହ ମିଳିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ରାସ୍ତାରୁ ରକ୍ତାକ୍ତ ମୃତଦେହ ଜବତ କରିବା ପରେ ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

     

  • Pro Tem Speaker of Lok Sabha : କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ  ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।

  • International Yoga Day: ଆଜି ବିଶ୍ୱ ଯୋଗ ଦିବସ। ଏ ବର୍ଷର ବିଷୟ ରହିଛି ‘ସମାଜ ଓ ନିଜ ପାଇଁ ଯୋଗ’। ଏହି ବାର୍ତ୍ତା ସହ ଯୋଗାଭ୍ୟାସକୁ ପ୍ରଚାର ଓ ପ୍ରସାର କରିବା ଲାଗି ଜାତିସଂଘ ପକ୍ଷରୁ ଏହି ଦିବସକୁ ପାଳନ କରାଯାଉଛି। ସମ୍ପୂର୍ଣ୍ଣ ଭାବେ ଏହି ଭାରତୀୟ  ଅଭ୍ୟାସ ବିଶ୍ୱକୁ ସୁସ୍ଥ ରଖିବା ତଥା ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗରଠାରେ ଏହି ଉତ୍ସବକୁ ଉଦ୍‍ଘାଟନ କରିବା ସହ ବିଶ୍ୱବାସୀଙ୍କୁ ଭାରତର ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରସିଦ୍ଧ ଡାଲ୍‍ ହ୍ରଦ କୂଳରେ ଏଥିନେଇ ଏକ ସମାବେଶ ଆୟୋଜନ କରାଯାଇଥିଲା। ବର୍ଷା ଯୋଗୁ ନିର୍ଦ୍ଧାରିତ ସମୟଠାରୁ ଏହି ଉତ୍ସବ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। 

  • Mansoon Report: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଏହାର ପ୍ରଭାବରେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ଦୁଇରୁ ୩ ଦିନ ଭିତରେ ସାରା ରଜ୍ୟରେ ମୌସୁମୀ ବାୟିଜନିତ ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜିଠାରୁ ରାଜ୍ୟର ଉପକୂଅଞ୍ଚଳ ସମେତ ନୟାଗଡ଼, ଗଜପତିଳ କେନ୍ଦୁଝି, ଢେଙ୍କାନାଳ, ବୌଦ୍ଧଳ ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର କଳାହାଣ୍ଡି, କନ୍ଧମାଳ, ଓ ରାୟଗଡ଼ା ଜିଲ୍ଲାରେ କାଳ ବୈଶାଖି ଆଶଙ୍କା ରହିଛି।

  • ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର MKCG ମେଡିକାଲ ରେ ୨ ଜଣ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ କରିଛି ଅରଏମ ଆର୍ ସି ର ୪ ଜଣିଆ ଟିମ୍ । କୋରାପୁଟ ଜିଲ୍ଲା ର ଜଣେ ୧୦ ବର୍ଷ ର ବାଳକ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏମ୍ ଆର ଏଚ ଆର୍ ୟୁ ର ପ୍ରକଳ୍ପ ନୋଡାଲ ଅଫିସର ଡାକ୍ତର ଜେ ସିଂହ ଛତ୍ରି ଙ୍କ ନେତୃତ୍ୱରେ  ୪ଜଣିଆ ଟିମ୍ MKCG ମେଡ଼ିକାଲରେ ପହଞ୍ଚି ଶିଶୁ ବିଭାଗରେ ଚିକିତ୍ସାଧୀନ ଡିପଥେରିଆ ରୋଗରେ ଆକ୍ରାନ୍ତ ଶିଶୁର ନମୁନା ସଂଗ୍ରହ କରିଛନ୍ତି । ଏହି ନମୁନା ମାଧ୍ୟମରେ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।

  • ODI in Barabati: କଟକ ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍‍ ଖେଳାଯିବ। ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍‍ ଫେବୃୟାରୀ ୯ ତାରିଖରେ ଖେଳାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ଅଢ଼େଇ ବର୍ଷ ପରେ ଏହିପରି ଏକ ଆନ୍ତର୍ଜାତିକ ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। 

     

  • School Open: ସରିଲା ଛୁଟି, ଏବେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ଆଜି ସକାଳୁଆ ଓ ୨୨ରୁ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ। ଆଜିଠୁ ପିଲାମାନେ ସକାଳ ୬.୩୦ରୁ ସ୍କୁଲ ଆସି ଦିନ ୧୦.୩୦ ରେ ଘରକୁ ଯିବେ। ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ସକାଳୁଆ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link