Odisha News Live Updates: ଆଜି ମହାପ୍ରଭୁଙ୍କ ସୁନାବେଶ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Narmada Behera Wed, 17 Jul 2024-10:49 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 


 

नवीनतम अद्यतन

  • Odisha News Live Updates: ମହାରାଷ୍ଟ୍ରରେ ବଡ ଏନକାଉଣ୍ଟର: ଗଡଚିରୋଲିରେ ୧୨ ମାଓବାଦୀ ନିପାତ
    ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଗଡଚିରୋଲିରେ ପୁଲିସକୁ ବଡ ସଫଳତା ମିଳିଛି। ଆଜି ଏଠାରେ ହୋଇଥିବା ବଡ ଧରଣର ଏନକାଉଣ୍ଟରରେ ପୁଲିସ ଗୁଳିରେ ୧୨ ଜଣ ନକ୍ସଲ ନିପାତ ହୋଇଛନ୍ତି। ନକ୍ସଲ ଏବଂ ପୁଲିସ୍ ମଧ୍ୟରେ ଏନକାଉଣ୍ଟର ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା।​| ଆଉ ଏହି ଏନକାଉଣ୍ଟରରେ ଡିଭିଜନାଲ କମିଟି ସଦସ୍ଯ ଲକ୍ଷମଣ ଅତ୍ରାମ ଓରଫ ବିଶାଲ ସମେତ ୧୨ ଜଣ ନିପାତ ହୋଇଛନ୍ତି। ଗଡଚିରୋଲିରେ ପୁଲିସ-ନକ୍ସଲଙ୍କ ଏନକାଉଣ୍ଟରରେ ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି। ଉଭୟ ଆହତ ଯବାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନାଗପୁରକୁ ସ୍ଥାନାନ୍ତର କରାଯାଇଛି। 

  • Odisha News Live updates: ପୁନର୍ଗଠିତ ହେଲା ନିତି ଆୟୋଗ, କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ
     ନିତି ଆୟୋଗ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ଜୁଏଲ ଓରାମ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ। ଜୁଏଲଙ୍କ ସହ ନୀତିନ ଗଡ଼କରୀ, ଜେପି ନଡ୍ଡା, ଏଚ୍‌ଡି କୁମାରସ୍ବାମୀ ସଦସ୍ୟ। କେନ୍ଦ୍ର ସରକାର ନିତି (NITI) ଆୟୋଗକୁ ପୁନର୍ଗଠିତ କରିଛନ୍ତି। ସହଯୋଗୀ ଦଳର ବହୁ ବରିଷ୍ଠ ମନ୍ତ୍ରୀଙ୍କୁ ଏହି ଆୟୋଗରେ ସ୍ଥାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ରହିଥିବାବେଳେ ୪ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ୧୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି। ନବଗଠିତ ନିତି ଆୟୋଗରେ ଅର୍ଥନୀତିଜ୍ଞ ସୁମନ କେ. ବେରୀ ଉପାଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଜାରି ରଖିବେ। ସେହିପରି ଡ.ଭିକେ ସାରସ୍ୱତ, ପ୍ରଫେସର ରମେଶ ଚନ୍ଦ୍ର, ଡ.ଭିକେ ପାଲ, ଅରବିନ୍ଦ ଭିରମାନି ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ସାମିଲ ଅଛନ୍ତି।

  • Odisha News Live  Updates: ଝଟକୁଛନ୍ତି ମହାପ୍ରଭୁ
    ବର୍ଷକ ମଧ୍ୟରେ ୬ ଥର ସୁନାବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ। ରତ୍ନବେଦୀରେ ୫ ଥର ଦର୍ଶନ ଦେଉଥିବା ବେଳେ ରଥ ଉପରେ ଥରୁଟିଏ ସୁନାରେ ସଜେଇ ହୋଇଥାଆନ୍ତି କଳାସାଆନ୍ତି। ଦଶହରା, କୁମାର ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ରତ୍ନବେଦୀରେ ସୁନାବେଶ ହୋଇଥାଏ। 

  • Odisha News Live  Updates: ଝଟକୁଛନ୍ତି ମହାପ୍ରଭୁ

    ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ସୁନାବେଶ କରାଯାଇଥିଲା। ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ। 

  • Odisha News Live updates: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଖୋଳତାଡ଼ କରିବେ ମୋହନ ସରକାର
    ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି କଳା ସାଆନ୍ତ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ ଠାକୁର ଶ୍ରୀ ଜଗନ୍ନାଥ।

  • Odisha News Live updates: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଖୋଳତାଡ଼ କରିବେ ମୋହନ ସରକାର
    ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ମିଳିଥିବା ଅନୁଦାନର ଖୋଳତାଡ଼ ହେବ। ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରିବେ ମୋହନ ସରକାର। ଆଜି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି, ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ୫୦ ଲକ୍ଷ ଟଙ୍କା ବିଷୟରେ ପଞ୍ଚାୟତିରାଜ ବିଭାଗରେ କୌଣସି ତଥ୍ୟ ନାହିଁ। ଏହି ଯୋଜନା ବାବଦରେ ବିଭାଗ ଅବଗତ ନାହିଁ। ଏପରି କୌଣସି ଯୋଜନା ନଥିଲା। ତୃତୀୟ ମହଲା ମନିଟରିଂ କରୁଥିଲା, ବ୍ଲକ ଓ ଡିଆରଡିଏ ଏହାକୁ କାର୍ଯ୍ୟକାରୀ କରୁଥିଲେ। କିଏ କରୁଛି, କେତେ କାମ ହେଉଛି ବିଭାଗୀୟ ସଚିବ କିଛି ଜାଣୁ ନଥିଲେ। ରାମ ଭରସାରେ ଏହା ଚାଲିଥିଲା। ବିଭାଗରେ ହୋଇଥିବା ଅନିୟମିତତାର ଖୋଳତାଡ଼ ହେବ ଓ ଲୋକଲୋଚନକୁ ଅଣାଯିବ।

  • Odisha News Live updates: ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ
    ଆଜି ହେଉଛି ଶ୍ରୀଜିଉଙ୍କ ସୁନାବେଶ। ରଥାରୂଢ଼ ଶ୍ରୀଜିଉ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହେବେ। ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ସୁନାବେଶ ଆରମ୍ଭ ହୋଇଯିବ। ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ। ରାତି ୧୧ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।

  • Odisha News Live updates: ଦାୟିତ୍ୱ ବାଣ୍ଟିଲେ ନବୀନ
    ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଦଳର ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ। ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ।

  • Odisha News Live Updates: ବାହୁଡ଼ା ଯାତ୍ରା ସମୟରେ ରଥ ଉପରେ ମୋବାଇଲ ବ୍ୟବହାର ସମ୍ପର୍କରେ ଆଉ ଜଣେ ସେବକଙ୍କ ବିରୋଧରେ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦେବଦଳନ ରଥରେ ମା ସୁଭଦ୍ରାଙ୍କ ସମ୍ମୁଖରେ ସମ୍ପୃକ୍ତ ସେବାୟତ ଫୋନ୍ ବ୍ୟବହାର କରୁଥିବା ଫଟୋ ତଥା ଖବରକାଗଜରେ ପ୍ରକାଶିତ ଲେଖା ମଧ୍ଯ ଏଥି ସହ ସଲଗ୍ନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆଉ କେତେକ ସେବକଙ୍କ ବିରୋଧରେ ମଧ୍ୟ ମୋବାଇଲ ବ୍ୟବହାର ନେଇ ଚିତ୍ର ଏବଂ ଭିଡିଓ ହସ୍ତଗତ ହୋଇଛି । ଏନେଇ ପର୍ଯ୍ୟାୟକ୍ରମେ ଅଭିଯୋଗ ଦାଖଲ ହେବା ସହିତ ପୋଲିସ ପକ୍ଷରୁ ଚିହ୍ନଟ ପରେ ଆବଶ୍ୟକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏନେଇ ସୂଚନା  ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

  • Odisha News Live Updates: ମାଆ ତାରିଣୀଙ୍କ ଭକ୍ତ ନିଜ ଜିଭ କାଟି ଗୁରୁତର। ମନ୍ଦିର ପରିସର ନିଜ ଜିଭ କାଟି ଗୁରୁତର ଭକ୍ତ ମେଡ଼ିକାଲ ରେ ଭର୍ତ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ଗଂଜାମ ଜିଲ୍ଲାର ଅଂଚଳ ବିଜୟ ବୋଲି ଜଣା ପଡ଼ିଛି। ମାଆଙ୍କ ପୀଠ ରେ ଆଳତି ଚାଲିଥିବା ବେଳେ ଏକ ଧାରୁଆ ବ୍ଲେଡ଼ ରେ ନିଜ ଜିଭ କୁ କାଟି ଦେଇଥିଲେ। ପରେ ମନ୍ଦିର ପରିସରରେ ଥିବା କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ତେବେ ମାଆଙ୍କ ସ୍ୱପ୍ନ ଦେଶ ପାଇଁ ନିଜ ଜିଭ କଟିଥିବା ଜଣାପଡ଼ିଛି। ତେବେ, ଆଜି ବି ଏ-ଭଳି ଅନ୍ଧବିଶ୍ଵସ ଲୋକଙ୍କ ଭିତରେ ରହିଥିବା ଏବେ ଚର୍ଚ୍ଚା ଜୋର ଧରିଛି।

  • Odisha News Live Updates: ସରକାର ବଦଳିଲା। କ୍ଷମତାକୁ ଆସିଲା ବିଜେପି। ବିଜେଡି ଦଳ ହୋଇଗଲା ବିରୋଧୀ। ଏହାରି ମଧ୍ୟରେ ଆସନ୍ତା ୨୦ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ହେବାକୁ ଯାଉଛି। ଏହି ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଗୁରୁତ୍ଵପୂର୍ଣ୍ଣ ଘଟଣା ଉପରେ ଆଲୋଚନା ହେବ। ଏଥିସହ ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଦଳର କଣ ଭୂମିକା ରହିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଦରଦାମ ବୃଦ୍ଧି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅର ଆକ୍ରମଣ ଘଟଣା ସାଙ୍ଗକୁ ଅନେକ ପ୍ରସଙ୍ଗ ମଧ୍ୟ ସାମ୍ନାରେ ରହିଛି। ସେସବୁକୁ ନେଇ ବିଜେଡି ଶାସକ ଦଳକୁ ବିଧାନସଭାରେ ଘେରିପାରେ ବୋଲି କୁହାଯାଉଛି। ଚଳିତ ଥର ବିଧାନସଭା ଅଧିବେଶନରେ ବିରୋଧୀ ଦଳ ଓ ଶାସକ ଦଳ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିବ। 

     

  • Odisha News Live Updates: ରାଜ୍ୟରେ ବିଭିନ୍ନ ସ୍ଥାନରେ ସରକାରୀ ଜାଗାକୁ ଜବର ଦଖଲ କରଯାଇଛି। ଜବର ଦଖଲ କରି ବଡ଼ ବଡ଼ କୋଠା କରାଯାଇଛି। ତେବେ ଜବରଦଖଲ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସରକାରୀ ଜାଗାକୁ ମାଡ଼ି ବସିଥିବା ଲୋକଙ୍କୁ ଆଉ ଛଡ଼ା ଯିବନାହିଁ ବୋଲି କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲଡୋଜର। ବଡ଼ ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ। ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାହେବ। ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ। ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଘର ଭଙ୍ଗାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

  • Odisha News Live Updates: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି। ତେବେ ବାର୍ଦ୍ଧକ୍ୟ ଜନିତ ଯୋଗୁ ସେ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। ଅନ୍ୟପଟେ ଜୟପୁର ବିଡିଓ ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏ ନେଇ ଡାକ୍ତରୀ ଟିମ ସହ ଆଲୋଚନା କରିଛନ୍ତି। ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କ୍ୟାବିନରେ ୮ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଥିବା ସୂଚନା ମିଳିଛି। 

     

  • Odisha News Live Updates: କଟକ ବଡ଼ ଡାକ୍ତରଖାନାରେ ହାଉସ୍‌ସର୍ଜନ ଓ ନର୍ସିଂ ସଂଘ ବିବାଦ ଚରମସୀମାରେ ପହଞ୍ଚିଛି। ଗତକାଲି ହାଉସସର୍ଜନ୍ ଓ ନର୍ସିଂ କର୍ମଚାରୀ ସଂଘ ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦକୁ ନେଇ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଭୟ ସଂଘ ନିଜନିଜ ଦାବି ସଂପର୍କରେ ଅଧୀକ୍ଷକଙ୍କୁ ଜଣାଇବାକୁ ଯିବା ସମୟରେ ସେଠାରେ ବି ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏସ୍‌ସିବି ଅଧୀକ୍ଷକ ଉଭୟ ସଂଘର ସଦସ୍ୟଙ୍କ ସହିତ ଆଲୋଚନା କରି ବିବାଦ ସମାଧାନ କରିବାକୁ ଉଦ୍ୟମ କରିଥିଲେ ବି ତାହା ସଫଳ ହୋଇ ପାରି ନଥିଲା। ଏଭଳି ସ୍ଥିତିରେ ହାଉସ୍‌ ସର୍ଜନ ସଂଘ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ଏସ୍‌ସିବିରେ ୨୫୦ ହାଉସସର୍ଜନଙ୍କ କାର୍ଯ୍ୟବନ୍ଦ ଫଳରେ ରୋଗୀସେବା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ସେମାନେ କେବଳ ଜରୁରିକାଳୀନ ଆବଶ୍ୟକତାରେ ଡ୍ୟୁଟି କରିବେ ବୋଲି ଅଧୀକ୍ଷକଙ୍କୁ ଜଣାଇଛନ୍ତି। ହାଉସର୍ଜନମାନଙ୍କ ଅଭିଯୋଗ ଅନୁଯାୟୀ ସମାନଙ୍କ ବିରୋଧରେ ମିଛ ଅଭିଯୋଗ ଅଣାଯାଇଛି। ମିଛ ଅଭିଯୋଗ ଆଣିଥିବା ନର୍ସିଂ ଅଫିସରଙ୍କ ନାମରେ ପୂର୍ବରୁ ବି ବିବାଦ ରହିଛି। ତେଣୁ ତୁରନ୍ତ ମିଛ ଅଭିଯୋଗ ଆଣିଥିବା ନର୍ସିଂ ଅଫିସରଙ୍କୁ ଏସ୍‌ସିବିରୁ ଅନ୍ୟତ୍ର ବଦଳି କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସଂଘ ଦାବି କରିଛି। 

  • Odisha News Live Updates: ରାଜ୍ୟରେ ଜାରି ରହିଛି ବର୍ଷା । କିଛି ଦିନର ବିରତି ପରେ ରାଜ୍ୟରେ ପୁଣି ବର୍ଷାର ବିସ୍ତୁତି ବଢିଛି।  ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା  ୧୨୦.୪ ମିମି ରେକର୍ଡ଼ ହୋଇଛି।  ଏହାବାଦ୍ ୪ ସହରରେ ଭାରି ବର୍ଷା ରେକର୍ଡ଼ କରାଯାଇଛି। ଦକ୍ଷିଣ ଛତିଶଗଡ଼ ବାୟୁମଣ୍ତଳରେ ଏକ ଲଘୁଚାପ କ୍ଷେତ୍ରୀୟ ସକ୍ରିୟ ରହିଛି।  ଏହାସହ ୧୯ ତାରିଖକୁ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ତଥା ପାଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।  ଫଳରେ ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 

     

  • Odisha News Live Updates:  ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଗଡ୍ଦର ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ରୁପା ଅଳଙ୍କାର ଲୁଟ ଘଟଣାରେ ଆଜି ପୋଲିସ ଦୁଇ ଅଭିଯୁକ୍ତ ଗିରଫ କରିବା ସହ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ଅଳଙ୍କାର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅଞ୍ଚଳର ଆଉଲ ରବି ଓ ଆଉଲ ଅଜିତ । ଗତ ୧୦ ତାରିଖରେ ଚନ୍ଦ୍ରଗିରି ଗାଁର ରୂପା ବ୍ୟବସାୟ ସନ୍ତୋଷ ମହାପାତ୍ର ବ୍ୟବସାୟ ଉଦେଶ୍ୟରେ ଛେଲାଗଡ଼ ଗାଁ ଅଭିମୁଖେ ଯାଉଥିବା ବେଳେ କିଛି ଦୁର୍ବୁତ୍ତ ଛୁରୀ ଦେଖାଇ ଭୟଭୀତ କରି ଗଡ୍ଡର ଛକ ନିକଟରେ ସମ୍ପୃକ୍ତ ବ୍ୟବସାୟଙ୍କ ଠାରୁ ୫କିଲୋ ରୂପା ଅଳଙ୍କାର ଓ ଗୋଟିଏ ମୋବାଇଲ ଲୁଟ କରି ନେଇଥିଲେ । ଏ ନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ଆଜି ଲୁଟ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ କିଲୋ ରୁପା ଅଳଙ୍କାର ଜବତ କରି ସମ୍ପୃକ୍ତ ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଛି । ତେବେ ଲୁଟ ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଜି ସାମ୍ବାଦିକ ସମିଳନୀରେ ଗଜପତି ଏସପି ସୂଚନା ଦେଉଛନ୍ତି ।

     

  • Odisha News Live Updates:  କଟକ ଏସ୍‍ସିବି ହସ୍‍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ନର୍ସିଂ  ବିଭାଗ ଏବଂ ହାଉସ୍‍ ସର୍ଜନ ବିଭାଗ ଭିତରେ ବିଭେଦ କାରଣରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ୨୫୦ ଜଣ ହାଉସ୍‍ ସର୍ଜନ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅପରପକ୍ଷେ ନର୍ସିଂ ବିଭାଗ ମଧ୍ୟ ଅନୁରୂପ ଭାବେ ଗୁରୁବାରଠାରୁ କଳାବ୍ୟାଜ୍ ପିନ୍ଧିବା ନେଇ ଧମକ ଦେଇଛନ୍ତି। ହାଉସ୍‍ ସର୍ଜନଙ୍କ କହିବା ଅନୁସାରେ ସେମମାନଙ୍କ ବିରୁଦ୍ଧରେ ମିଛ ଅଭିଯୋଗ ଅଣାଯାଉଛି। 

  • Odisha News Live Updates: ଓମାନ ଉପକୂଳରେ ‘ପ୍ରେଷ୍ଟିଜ୍‍ ଫାଲକନ୍‍’ ନମଧାରୀ ଏକ ତେଳ ଜାହାଜ ବୁଡ଼ିଯିବା ଯୋଗୁ ୧୬ଜଣ ନିଖୋଜ ରହିଛନ୍ତି। ଏଥିରୁ ୧୩ ଜଣ ଭାରତୀୟ କ୍ରିୟୁ ସଦସ୍ୟ ହୋଇଥିବାବେଳେ ୩ ଜଣ ଶ୍ରୀଲଙ୍କା ନାଗରିକ। ମିଳିଥିବା ତଥ୍ୟ ଅନୁସାରେ ଏହି ଜାହାଜଟି ଦୁବାଇର ହାମ୍ରିୟା ବନ୍ଦରରୁ ବାହାରିଥିଲା ଏବଂ ଏହା ୟେମେନର ବନ୍ଦର ଆଦେନ୍‍ ଆଡ଼କୁ ମୁହାଁଇଥିଲା। 

  • Odisha News Live Updates: ଦୟା ଓ୍ୱେଷ୍ଟ କେନାଲ୍‍ର ପୁନରୁଦ୍ଧାର କରାଯିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କେନାଲ୍‍ର ସମୁଦାୟ ଲମ୍ବା ୩୪ କିଲୋମିଟା ହୋଇଥିବା ବେଳେ ୧୬ କିଲୋମିଟର ସହର ଭିତରେ ରହିଛି। ଏଣୁ ଆବଶ୍ୟକ ଏହାର ସୌନ୍ଦର୍ଯ୍ୟକରଣର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ପ୍ରତି ସହରରେ ଯେମିତି ବାୟୋ ମାଇନିଂ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

  • Odisha News Live Updates: ଚଳିତ ବର୍ଷ ଅତିକମରେ ୧୦ଟି  ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରୂପାନ୍ତରିତ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋ;ହନ ମାଝି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହଷ୍ଟେଲଗୁଡ଼ିକର ଉନ୍ନତିକରଣ, ପିଲାମାନଙ୍କ ଖାଦ୍ୟ ଓ ରହିବାରେ ସ୍ୱଚ୍ଛତା ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।

     

  • Odisha News Live Updates: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଣିକି ‘ଜଙ୍କ ଫୁଡ୍‍’ ବିକ୍ରି ହେବ ନାହିଁ। ୟୁଜିସିର ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ସରକାରୀ ହେଉ ବେ ବେସରକାରୀ ୟୁନଭର୍ସିଟି  ଓ କଲେଜ ଗୁଡ଼ିକରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ପ୍ରତିଷ୍ଠାନ ପରିସରରେ ଏହିସବୁ ସାମଗ୍ରୀ ବିକ୍ରି ପାଇଁ କୌଣସି ଦୋକାନ ଉଦ୍ଦିଷ୍ଟ ହେବ ନାହିଁ ବୋଲି କୁହାଯାଇଛି। 

     

  • Odisha Daily News Live: ଆସନ୍ତା ୧୮ ତାରିଖ ଦିନ ପୁଣିଥରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ। ୧୪ ତାରିଖରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇ ନୂଆ ତାଲା ପକାଯାଇଥିଲା। ଏଥର ଭିତର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଓ ସାମଗ୍ରୀକୁ ଖଟ ଶେଯ ଘରେ ତିଆରି ହୋଇଥିବା ଅସ୍ଥାୟୀ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବ। ଏହାପରେ ଭିତର ରତ୍ନ ଭଣ୍ଡାରକୁ ମରାମତି ପାଇଁ ଏଏସ୍‍ଆଇ ଟିମ୍‍କୁ ନିୟୋଜନ କରାଯିବା ନେଇ ଉଚ୍ଚ କ୍ଷମତାପନ୍ନ କମିଟି ବିଚାର କରିବେ। 

  • Odisha News Live Updates:  ଆଜି ରଥାରୂଢ ମହାପ୍ରଭୁଙ୍କର ସୁନାବେଶ ବା ବଡ଼ ତଡାଉ ବେଶ ଅନୁଷ୍ଠିତ ହେବ।  ଧାର୍ଯ୍ୟ ନୀତିକାନ୍ତି ଅନୁସାରେ, ଆପାତତଃ ସଂନ୍ଧ୍ୟା ୫ଟା ବେଳେ ଏହି ବେଶ ଦର୍ଶନ ଆରମ୍ଭ ହେବ। ରାତି ପ୍ରାୟ  ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ ରହିବ। ସୁନାବେଶରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ବ୍ୟବସ୍ଥା ରଖାଯାଇଛି।  ୧୯୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ ହୋଇଛନ୍ତି। ସ୍ବତନ୍ତ୍ର ଭାବେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଉଛି। 

    ଲିଙ୍କରେ କ୍ଲିକ୍ କରି ପଢନ୍ତୁ ପୂରା ଖବର : Suna Besha: ଆଜି ଏହି ରୁଟ୍ ରେ ଗଲେ ସହଜ ହେବ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ? ଜାଣି ରଖନ୍ତୁ

  • Horoscope Today 17 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୭ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଆଜି ଏହିସବୁ ରାଶି ପାଇଁ ଉପୁଜିପାରେ ଅଡ଼ୁଆ ପରିସ୍ଥିତି, ଜାଣନ୍ତୁ  ଆପଣଙ୍କ ପାଇଁ କେମିତି ରହିବ ବୁଧବାର ?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link