Odisha News Live Updates: ଆଜିଠୁ ବଡ଼ ବର୍ଷା, ବନ୍ୟା ଆଶଙ୍କା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Wed, 31 Jul 2024-8:47 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Odisha News Live Updates: ଚାଷ କମ କରୁଥିଲେ, ଶୁଣ୍ଢରେ କଚାଡ଼ିଦେଲା ହାତୀ
    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବମୁଆଁ ଗାଁରେ ହାତୀ ଆତଙ୍କ। ଆଜି ଚାଷ ଜମିରେ ଜଣେ ଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ। ଫଳରେ ଚାଷୀ ଜଣଙ୍କ ଗୁରୁତର ଆହାତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା। ଗୁରୁତର ହୋଇଥିବା ଚାଷୀ ଜଣଙ୍କ ହେଉଛନ୍ତି ପଞ୍ଚୁଆ ଭୋଇ।

  • Odisha News Live Updates: ଗ୍ରାହକ ସାଜି ୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ
    ଗ୍ରାହକ ସାଜି ୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ବିଦ୍ୟାଧରପୁର ଗାଁରୁ ସମସ୍ତ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ଏଥିସହ ହାତୀ ଦାନ୍ତ ମଧ୍ୟ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ବାରିପଦା ବନଖଣ୍ଡ ଅଧିନ କପ୍ତିପଦା ରେଞ୍ଜରେ ହାତୀ ଦାନ୍ତ କାରବାର ହେଉଥିଲା। ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ଥିଲା। ଯୋଜନା ମୁତାବକ ବନ ବିଭାଗର ଜଣେ ବ୍ୟକ୍ତି ଗ୍ରାହକ ହୋଇ ହାତୀ ଦାନ୍ତ ମାଫିଆଙ୍କ ସହିତ ଯୋଗାଯୋଗ କରିଥିଲେ। ମାଫିଆମାନେ ସେଥିରେ ରାଜି ହୋଇଥିଲେ। ତା’ପରେ ଡିଲ୍‌ ପାଇଁ ବିଦ୍ୟାଧରପୁର ଗାଁକୁ ଡାକିଥିଲେ। 

  • Odisha News Live Updates: ଗୃହରେ ୯୫ ହଜାର କୋଟିର ଲେଖାନୁଦାନ ପାରିତ
    ମୋହନ ଚରଣ ମାଝୀଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ପାରିତ ହୋଇଛି। ଗୃହକୁ ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।

  • Odisha News Live Updates: ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
    ପୁଣି ବିଧାନସଭାରେ ପୂର୍ବ ସରକାରକୁ ଘେରିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ। ବିଧାନସଭାରେ ଏପରି ଏକ ସାଙ୍ଘାତିକ ଅଭିଯୋଗ ଆଣି ମନ୍ତ୍ରୀ କହିଛନ୍ତି, ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେଉଛନ୍ତି। ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବ ନାହିଁ। ସେ ଆହୁରି କହିଛନ୍ତି, ବିଜେଡି ସରକାର ସମୟରେ ରାସନ ଡିଲର ସବୁ ଖାଇ ଖୋଳ କରିଦେଇଛନ୍ତି। ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁ ଥିଲେ। ଯଦି ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି, ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

     

  • Odisha News Live Updates: ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା ଡାକ୍ତରଙ୍କ ମିଳିଲା ମୃତଦେହ
    ଅନେକ ଖୋଜାଖୋଜି ପରେ ମିଳିଛି ୱାୟନାଡ ଭୂସ୍ଖଳନରେ ନିଖୋଜ ଥିବା କଟକ ଜିଲ୍ଲା ଚୌଦ୍ୱାରର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ। ସ୍ଥାନୀୟ ପୁଲିସ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ସହ ଯାଇଥିବା ଅନ୍ୟ ଜଣେ ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଥିବା ଜଣାପଡିଛି। ଏହାସହ ବିଷ୍ଣୁଙ୍କ ଗ୍ରୁପରେ ଯାଇଥିବା ଅନ୍ୟ ୨ ଜଣ ଡାକ୍ତର ସ୍ୱୀକୃତି ମହାପାତ୍ର ଓ ଡାକ୍ତର ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

  • Odisha News Live Updates: ଜାଲିଆତି କରିବା ମହଙ୍ଗା ପଡ଼ିଲା ଆଇଏଏସ ପଦ ହରାଇଲେ ପୂଜା
    କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଟ୍ରେନି  ଆଇଏଏସ୍‌ ପୂଜା ଖେଡ଼କରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଠକେଇ ଏବଂ ଜାଲିଆତି ବଳରେ ଚାକିରି କରି ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂଜା ଖେଡକରଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି  ତାଙ୍କ ଆଇଏଏସ୍‌ ପଦକୁ ଛଡ଼ାଇ ନିଆଯାଇଛି। କେବଳ ଏତିକି ନୁହେଁ  ଜାଲିଆତି କରିବା ପୂଜାଙ୍କୁ ଏତେ ମହଙ୍ଗା ପଡ଼ିଲା ‌ଯେ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷରୁ ସେ ବଞ୍ଚିତ ହୋଇଛନ୍ତି। ଅର୍ଥାତ ସେ ଭବିଷ୍ୟତରେ ‌ଯେତେଚେଷ୍ଟା କଲେ ପରିଶ୍ରମ କଲେ  ଆଉ ୟୁପିଏସ୍‌ସି ପରୀକ୍ଷା ଦେଇ ପାରିବେ ନାହିଁ।

  • Odisha News Live Updates: ଆଜି ବିଧାନସଭାର ସପ୍ତମ ଦିନ। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ବ୍ୟବସ୍ଥାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପୁଣି ବିଧାନସଭାରେ ପୂର୍ବ ସରକାରକୁ ଘେରିଲେ ମନ୍ତ୍ରୀ। ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ। ବିଧାନସଭାରେ ଏପରି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ସୁଦ୍ଧା ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇଛି। ସରକାର ଏବେ ଆଧାରଭିତ୍ତିକ ଇ-କେୱାଇସି ଲାଗୁ କରିଛନ୍ତି। ଯାହାଫଳରେ ଅଯୋଗ୍ୟ ହିତାଧୀକାରୀଙ୍କ ନାଁ ଆପେ ଆପେ ବାଦ ପଡ଼ିଯିବ। ମୃତକଙ୍କ ନାଁ ମଧ୍ୟ ତାଲିକାରୁ ବାଦ ଦିଆଯାଉଛି। ଏବେ ଯେଉଁମାନେ ଆବେଦନ କରିଛନ୍ତି ତାହାର ଯାଞ୍ଚ କରାଯାଇ ରାସନ କାର୍ଡ ଦିଆଯିବାର ବ୍ୟବସ୍ଥା କରାଯାଉଛି। କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଯେଉଁଠି ଲୋକେ ଦୂରକୁ ଯାଇ ଚାଉଳ ଆଣୁଛନ୍ତି, ସେଠାରେ ହିତାଧିକାରୀମାନଙ୍କୁ ଘରକୁ ଘର ଯାଇ ଚାଉଳ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। 

     

  • Odisha News Live Updates:  ପୂର୍ବରୁ ଅଗଷ୍ଟ ୨୦୨୬ ସୁଦ୍ଧା ଭାରତରେ ବୁଲେଟ ଟ୍ରେନ ଚାଳିବ ବୋଲି କହୁଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବୁଲେଟ ଟ୍ରେନ କେବେ ଚାଲିବ ବୋଲି ପ୍ରଶ୍ନର ଉତ୍ତରକୁ ଭିନ୍ନ ଭାବେ ଦେଇଛନ୍ତି। ସେ କହିଛନ୍ତି କି ବୁଲେଟ ଟ୍ରେନ ଏକ ଜଟିଳ ପର୍ଯ୍ୟାୟଗତ ପ୍ରକ୍ରିୟା। ଏଥିପାଇଁ ଭାରତ ସରକାର ଜାପାନର ବିଶେଷଜ୍ଞଙ୍କ ପରାମର୍ଶନ କ୍ରମେ କାର୍ଯ୍ୟ କରୁଛନ୍ତି। ଏହି ପ୍ରକଳ୍ପର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ସମୂଦ୍ର ଗର୍ଭରେ ଟନେଲ ମଧ୍ୟ ନିର୍ମାଣ ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

     

  • Odisha News Live Updates: ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳକା ନଦୀ ଅବବାହିକାରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ। ନଦୀର ମଥାନୀ ଠାରେ ବିପଦ ସଂକେତ 6.50 ମିଟର ଥିବା ବେଳେ ସକାଳା 10 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6. 32 ମିଟର ରେ ପ୍ରବାହିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ସହ ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ । ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା,ମୋରଡା,ଚିତ୍ରଡା,ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବଢୁଛି ନଦୀର ଜଳସ୍ତର,ବର୍ତ୍ତମାନ ଯଦି ବନ୍ୟା ହୁଏ । ତାହାହେଲେ ବସ୍ତା ଏବଂ ସଦର‌ ବ୍ଲକ ବ୍ଲକର ପାଖାପାଖି ୧୦ ଟି ପଞ୍ଚାୟତର ଚାଷ‌ କ୍ଷତି ହେବାର ଆଶଙ୍କା କରାଯାଉଛି। ତେବେ ଯେଉଁ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଅଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହ ବାଲିବସ୍ତା ମହଜୁଦ ରଖା ଯାଇଛି ବୋଲି କହିଛନ୍ତି।

     

  • Odisha News Live Updates:  ଶନିବାର ଦିନ ଭିତରେ ସ୍ଥାୟୀ ପଟ୍ଟା ଦିଅନ୍ତୁ ଜିଲ୍ଲା ପ୍ରଶାସନ , ନ ହେଲେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଫେରାଦ ହେବେ ବୋଲି ଚେତାବନୀ ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ପୂଜକ ସଙ୍ଘ । ସମଲେଇ ପ୍ରକଳ୍ପରେ ତାଙ୍କୁ ମନ୍ଦିର ପରିସରରୁ ଉଚ୍ଛେଦ କରାଯାଇ ବାହାରେ ଥଇଥାନ କରାଯାଇଛି । କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ମିଳି ନ ଥିବାର ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ସମଲେଶ୍ୱରୀ ମନ୍ଦିର ପୂଜକ ସଙ୍ଘ । ଗତ କିଛି ଦିନ ହେବ ଏ ବାବଦରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ସେ ମଧ୍ୟ ତହସିଲଦାରଙ୍କୁ ଫୋନ କରି ପଟ୍ଟା ତୁରନ୍ତ ଦେବା ପାଇଁ କହିଥିଲେ କିନ୍ତୁ ମନ୍ତ୍ରୀ ଙ୍କର କଥାକୁ ମଧ୍ୟ ବେଖାତିର କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ ବୋଲି ଅଭିଯୋଗ କରିଛି ପୂଜକ ସଙ୍ଘ । ୨୯ ପୂଜକ ପରିବାର ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି, ଯଦି ଶନିବାର ପର୍ଯ୍ୟନ୍ତ ତାଙ୍କୁ ପଟ୍ଟା ପ୍ରଦାନ କରା ନ ଯାଏ ତାହେଲେ ସେମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କରିବେ ବୋଲି କହିଛନ୍ତି ।

     

  • Odisha News Live Updates:  ସପ୍ତଦଶ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନ। ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରୁଛନ୍ତି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକ । ପ୍ରଶ୍ନକାଳରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି ବିପକ୍ଷ । ଏହାଛଡା ନିଜେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି ସିଂଦେଓ ଉତ୍ତର ରଖିଛନ୍ତି ।

     

  • Odisha News Live Updates: ୫୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଖୋର୍ଦ୍ଧା ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି ଧରାପଡ଼ିଲେ। ଭୁବନେଶ୍ୱର ଖଣ୍ଡଗିରି ଘରୁ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ। ବିଲ୍ ପାସ୍ କରିବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ।

     

  • Odisha News Live Updates:  ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ତେବେ ପ୍ରତିବର୍ଷ ପରି ଚଳିତବର୍ଷ ମେ' ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। 

     

  • Odisha News Live Updates: ଇସ୍ରାଏଲର ଆକ୍ରମଣରେ ହମାସ ମୁଖ୍ୟ ଇସ୍କାଇଲ ହାନିୟା ମୃତ। ୭ ଅକ୍ଟୋବର ଆତଙ୍କୀ ହମଲାର ବଦଲା ନେଲା ଇସ୍ରାଏଲ। ତେହରାନରେ ଥିବା ଇସ୍ମାଇଲର ଘର ଉଡ଼ାଇଲା ଇସ୍ରାଏଲ। ବିସ୍ଫୋରଣରେ ଇସ୍ମାଇଲ ହାନିୟାଙ୍କ ବଡିଗାର୍ଡ ମଧ୍ୟ ମୃତ ସୂଚନା। 

  • Odisha News Live Updates:  ରାଜ୍ୟରେ ଆଜିଠାରୁ ଡ୍ରାଇଭିଂ ଲାଇସେନ୍ସ ତନଖି କଡ଼ାକଡ଼ି କରାଯିବ। ବିଶେଷକରି ସ୍କୁଲ୍‍ ପଢ଼ୁଥିବା ପିଲା ତଥା ୧୬ ବର୍ଷରୁ କମ୍‍ ପିଲାଙ୍କ ପାଇଁ ଏହା ଅତ୍ୟନ୍ତ କଡ଼ାକଡ଼ି କରାଯିବ। ଯେଉଁମାନେ ଏପରି ପିଲାଙ୍କୁ ଗାଡ଼ି ଚଳାଇବା ଲାଗି ଦେଇଥିବେ ସେମାନଙ୍କ ଗାଡ଼ିର ପଞ୍ଜିକରଣ ବାତିଲ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। 

  • Odisha News Live Updates:  ରାଜ୍ୟରେ ଦ୍ରୁତଗାମୀ ଟ୍ରେନ ଚଳାଚଳକୁ ସୁରକ୍ଷିତ ରଖିବା ଲାଗି ରେଳଲାଇନ୍‍ କଡ଼ରେ ବାଡ଼ ଦିଆଯିବ। ଏଥିଲାଗି ପ୍ରଥମେ ଖୋର୍ଦ୍ଧାରୋଡ୍‍-ପୁରୀ ଏବଂ ଭଦ୍ରକ-ପଲାସା ଖଣ୍ତଡର ସମସ୍ତ ରେଳ ଲାଇନରେ ନିରାପତ୍ତା ବାଡ଼ ଦେବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ୨୭୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ପୂର୍ବତଟ ରେଳବାଇ ସୂଚନା ଦେଇଛି। ଏହି ସମ୍ପନ୍ନ ହେଲେ ଏହିସବୁ ରାସ୍ତାରେ ୧୩୦ କିଲୋମିଟର ବେଗରେ ଟ୍ରେନ ଚାଲିଲେ ମଧ୍ୟ ଦୁର୍ଘଟଣା ଆଶଙ୍କା କମ୍‍ ରହିବ। 

  • Odisha News Live Updates: ପ୍ରତି ବର୍ଷ କେନ୍ଦ୍ର ସରକାରଙ୍କ ଶିକ୍ଷା ବଜେଟ୍‍ ଅଂଶ କମିବାରେ ଲାଗିଛି। ବିଗତ ବର୍ଷଗୁଡ଼ିକୁ ତୁଳନା କଲେ ଏହା ୨୦ ବର୍ଷରେ ସର୍ବନିମ୍ନ ହୋଇଛି। ବିଭିନ୍ନ ସ୍ତରରେ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ସବୁଠାରୁ ପ୍ରମୁଖ ପ୍ରସଙ୍ଗ ସାମ୍ନାକୁ ଆସୁଛି କେନ୍ଦ୍ର ସରକାର ନୂଆ ଶିଧକ୍ଷାନୀତି  ଲାଗୁ କରିବେ କିପରି? ପୁଣି ଯେଉଁ ଦେଶରେ  ବର୍ଷକୁ ବର୍ଷ ଉଚ୍ଚ ଶିକ୍ଷା ପାଇଁ ମେଧାବୀ ଛାତ୍ର ବିଦେଶ ଯାଉଛନ୍ତି ତାହାକୁ ରୋକିବେ କିପିରି? ଲୋକସଭାରେ ପ୍ରଶ୍ନୋତ୍ତର କାଳ ହେଉ ବା ବଜେଟ୍‍ ଆଲୋଚନା, ସବୁ ସମୟରେ କେନ୍ଦ୍ର ସରକାରଙ୍କ ଏପରି ବଜେଟ୍‍ କମାଇବା ପ୍ରସଙ୍ଗକୁ ନେଇ  ବିରୋଧୀ ଦଳ  ସରକାରଙ୍କୁ ଘେରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ପାଇଁ ସମୁଦାୟ ବଜେଟ୍‍ର ୨.୫ ପ୍ରତିଶତ ଆବଣ୍ଟନ କରାଯାଇଛି। ଯଦି ଏହାକୁ ପୂର୍ବ ବର୍ଷଗୁଡ଼ିକ ସହ ତୁଳନା କରିବା ତେବେ ଜଣାଯାଏ ଯେ, ୨୦୧୧-୧୨ ଆର୍ଥିକ ବଜେଟରେ ଏହା ସର୍ବାଧିକ ୫.୦୪ ପ୍ରତିଶତ ଥିଲା। ପୁଣି ଗତ ୨୦ ବର୍ଷର ହିସାବକୁ ଦେଖିଲେ, ୨୦୦୯-୧୦ ଆର୍ଥିକ ବର୍ଷରେ ଏହି ବଜେଟ୍‍ ଅଂଶ ସମୁଦାୟ ବଜେଟର ୪.୩୬ ପ୍ରତିଶତ ଥିବାବେଳେ ୨୦୧୦-୧୧ରେ ୪.୫%, ୨୦୧୨-୧୩ରେ ୪.୯୭%, ୨୦୧୩-୧୪ରେ ୪.୭୭ ପ୍ରତିଶତ ଥିଲା।

  • Odisha News Live Updates:  ବିଜୁ ଜନତା ଦଳ କେବଳ ଭୋଟ ବ୍ୟାଙ୍କ ରାଜନୀତି କରୁଥିଲେ। ବିନା ଅର୍ଥ ଆବଣ୍ଟନରେ ଅନେକ ଯୋଜନା ଘୋଷଣା କରିଥିଲେ। ଏହା କେବଳ ନିର୍ବାଚନକୁ ଆଖିଆଗରେ ରଖି କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି। ବିଧାନସଭାରେ ବିରୋଧୀ ଦଳର ନେତାମାନଙ୍କ ଦ୍ୱାରା ରଖାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଛି ବିଜେଡି। 

  • Odisha Daily News Live: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍ । ଏବେ ୧୮ ଟି ଗେଟ ଦେଇ ହୀରାକୁଦ ଜଳଭଣ୍ଡାର ର ଜଳ ନିଷ୍କାସନ କରାଯାଉଛି । ବାମ ପଟର ୧୨ ଟି ଗେଟ ଖୋଲା ରହିଥିବା ବେଳେ ଡାହାଣ ପଟ ର ୬ ଟି ଗେଟ ଖୋଲା ରହିଛି । ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରୁ ୧ ଲକ୍ଷ ୫୭ ହଜାର ୨୭୨ କିଉସେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡ ରୁ ୩ ଲକ୍ଷ ୯ ହଜାର ୭୪୦ କିଉସେକ ଜଳ ନିଷ୍କାସନ କରାଯାଉଛି । ଆଜି ସକାଳ ୬ ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ର ଜଳ ସ୍ତର ୬୧୧. ୮୫ ଫୁଟ ରହିଛି ।

     

  • Odisha News Live Updates: ରାଜ୍ୟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଦ୍ୱାରା ପରିଚାଳିତ ସଂଯୁକ୍ତ ସ୍ନାତ୍ତକ ନିଯୁକ୍ତି ପରୀକ୍ଷା ( ସିଜିଏଲ୍‍ଆରଇ) ୨୦୨୩ରେ ମୁଖ୍ୟ ଲିଖିତ ପରୀକ୍ଷା ଶେଷ ହେବା ପରେ ଗଣିତ ଏବଂ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଦେବାକୁ ଯୋଗ୍ୟ ହେବେ। ସେମାନଙ୍କୁ ଏହି ପରୀକ୍ଷା ଦ୍ୱୟର ଫଳାଫଳ ଅନୁସାରେ ପଦବୀ ନିଯୁକ୍ତି ଲାଗି ପସନ୍ଦ ଦେବା ଲାଗି ଯୋଗ୍ୟ ବିବେଚିତ କରାଯିବ। କମିଶନଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରି ଏହା କୁହାଯାଇଛି। 

  • Odisha News Live Updates: ପ୍ରକୃତିର ତାଣ୍ତବ। କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଶହେ ପାର୍ କରିସାରିଛି। ତେବେ, ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେରଳର ଭୂସ୍ଖଳନରେ ନିଖୋଜଙ୍କ ମଧ୍ୟରେ ଅଛନ୍ତି କଟକର ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରା। ନିଜ ପତ୍ନୀ ପ୍ରିୟଦର୍ଶିନିଙ୍କ ପଲ୍ ଙ୍କ ସହ ସେ କେରଳ ବୁଲିବାକୁ ଯାଇଥିଲେ।  ଭୂସ୍ଖଳନରୁ  ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ କେରଳର ଉଇମସ୍ ହସପିଟାଲର ସର୍ଜରୀ ଓ୍ବାର୍ଡ଼ରେ ଚିକିତ୍ସିତ ହେଉଥିବା  ବେଳେ ଡାକ୍ତର ନିଖୋଜ ଅଛନ୍ତି।

  • Odisha Daily News Live: ଆଜି ସକାଳେ ଝାଡ଼ଖଣ୍ତ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଅଗଷ୍ଟ ୧ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇ ୨ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ତ ଉପରେ ଏବଂ ୩ ତାରିଖରେ ମଧ୍ୟପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି। ଏଥିସହ ମୌସୁମୀ ଟ୍ରଫ୍‌ ଲାଇନ୍‌ ସକ୍ରିୟ ରହି ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। 

     

  • Horoscope Today 31 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୩୧ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବା ସହ ଶୁଭ ଖବର ପାଇବେ ଏହିସବୁ ରାଶି!

     

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link