BJP Leader BS Yediyurappa: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି କେବେ କର୍ଣ୍ଣାଟକ ଲାଗି ପ୍ରାର୍ଥୀ ଘୋଷଣା କରିବ ସେ ନେଇ ଜବାବ ରଖିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପା। ଏନେଇ ପ୍ରତିକ୍ରିୟା ରଖି ବିଜେପି ନେତା ବିଏସ ୟେଦିୟୁରପ୍ପା ଶନିବାର କହିଥିଲେ ଯେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକା ରବିବାର ପର୍ଯ୍ୟନ୍ତ ଶେଷ ହେବ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ୧୯୫ ଜଣ ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଏହି ତାଲିକାରେ କର୍ଣ୍ଣାଟକ ଲାଗି କୌଣସି ପ୍ରାର୍ଥୀ ଘୋଷଣା ହୋଇନାହିଁ।


COMMERCIAL BREAK
SCROLL TO CONTINUE READING

ଦଳୀୟ ପ୍ରାର୍ଥୀ ଘୋଷଣାକୁ ନେଇ କ'ଣ କହିଲେ ବିଜେପି ନେତା ବିଏସ୍ ୟେଦିୟୁରପ୍ପା?
ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ରବିବାର ଦିଲ୍ଲୀ ଆସୁଥିବା କଥା କହିଥିଲେ। ସେହି ଦିନ ସନ୍ଧ୍ୟାରେ ନିର୍ବାଚନ ସମିତି ବୈଠକ ଆୟୋଜିତ ହେବାର ରହିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳୀୟ ପ୍ରାର୍ଥୀ ଚୟନ କରିବାକୁ ନେଇ ଗୋଟିଏ ପର୍ଯ୍ୟାୟ ଆଲୋଚନା ହୋଇସାରିଛି। ଖୁବ ଶୀଘ୍ର ଦଳୀୟ ପ୍ରାର୍ଥୀ ଚୟନ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହୋଇଯିବ।


୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟରେ ସାମିଲ ହୋଇସାରିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡ଼ାଙ୍କ ନେତୃତ୍ୱାଧିନ ଜନତା ଦଳ ସେକ୍ୟୁଲାର (ଜେଡ଼ିଏସ)। ଏହି ନିର୍ବାଚନରେ ବିଜେପି-ଜେଡିଏସ ମେଣ୍ଟ କରି ନିର୍ବାଚନ ଲଢିବାକୁ ଯାଉଛନ୍ତି। ସହଯୋଗୀ ଜେଡିଏସ୍ ଆସନ ବୁଝାମଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ୟେଦିୟୁରାପ୍ପା। ଏନେଇ ସେ କହିଛନ୍ତି ଯେ ଜେଡିଏସ ଲାଗି ଦଳ କେଉଁ ଆସନ ଛାଡ଼ିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ୨୦୨୪ ଲୋକସଭା ନିର୍ବାଚନ ଲାଗି ଦଳ ପାଇଁ ମାହୋଲ ଅନୁକୂଳ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟର ମୋଟ ୨୮ ଲୋକସଭା ଆସନ ମଧ୍ୟରୁ ବିଜେପି ପ୍ରାୟ ୨୪-୨୫ ଆସନ ଜିତିବା ଉପରେ ଲକ୍ଷ୍ୟ ରଖିଛି। ଆମେ ସେହି ଦିଗରେ ଚେଷ୍ଟା ଜାରି ରଖୁଛୁ।


ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ  ବିଜେପି-ଜେଡିଏସ ମେଣ୍ଟ କରି ନିର୍ବାଚନ ଲଢିବେ। ହେଲେ ରାଜ୍ୟର ମୋଟ ୨୮ ଆସନ ମଧ୍ୟରୁ କେତେ ସିଟ୍ ମେଣ୍ଟ ସହଯୋଗୀ ଜେଡିଏସ ଲାଗି ଛାଡ଼ିବ ଏବଂ ଦଳ କେତେ ଆସନରେ ନିର୍ବାଚନ ଲଢିବ ସେ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।