Bihar NDA Seat Sharing: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିହାରରେ କ୍ଷମତାସୀନ ଶାସକ ଏନଡ଼ିଏ ମେଣ୍ଟର ଅଂଶୀଦାର ଦଳଙ୍କ ମଧ୍ୟରେ ହୋଇଛି ଆସନ ବୁଝାମଣା। ରାଜ୍ୟର ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ବିଜେପି ସର୍ବାଧିକ ୧୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ସେହିପରି ଜେଡିୟୁ ୧୬ ଆସନରେ ନିର୍ବାଚନ ଲଢିବ। ଅନ୍ୟପକ୍ଷରେ ଚିରାଗ ପାଶ୍ୱାନଙ୍କ ଏଲଜେପି ୫ ଆସନ ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଭାଗରେ ୧ ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଭାଗରେ ୧ ଆସନରେ ଆସିଛି। 


COMMERCIAL BREAK
SCROLL TO CONTINUE READING

ଏଥର ହାଜିପୁର ଆସନ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ଭାଗରେ ପଡ଼ିଛି। ସେହିପରି ବିଜେପି ଏହାର ପାରମ୍ପରିକ ଆସନ ଶିବହର ସହଯୋଗୀ ଜେଡିୟୁ ଲାଗି ଛାଡ଼ିଦେଇଛି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ଔରଙ୍ଗାବାଦ, ମଧୁବନୀ, ଅରରିଆ, ଦରଭଙ୍ଗା, ମୁଜାଫରପୁର, ମହାରାଜଗଞ୍ଜ, ସାରନ, ଉଜିଆରପୁର, ବେଗୁସରାୟ, ନାୱାଦା, ପାଟନା ସାହିବ, ପାଟଳୀପୁତ୍ର, ଆରା, ବକ୍ସର, ଏବଂ ସାସରାମ ଆସନରେ ପ୍ରତିଦ୍ୱନ୍ଦ୍ୱିବ କରିବ।


ଅନ୍ୟପକ୍ଷରେ ଜେଡି଼ୟୁ ବାଲିକ୍ମୀ ନଗର, ସୀତାମଢି, ଝଞ୍ଝରପୁର, ସୁପୌଲ, କିଶାନଗଞ୍ଜ, କଟିହାର, ପୂର୍ଣ୍ଣିଆ, ମାଧେପୁରା, ଗୋପାଳଗଞ୍ଜ, ସିୱାନ, ଭାଗଲପୁର, ବାଙ୍କା, ମୁଙ୍ଗେର, ନାଳନ୍ଦା, ଜହାନାବାଦ, ଶିବହାର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅନ୍ୟପକ୍ଷରେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ବୈଶାଳୀ, ହାଜୀପୁର, ସମସ୍ତିପୁର, ଖଗଡ଼ିଆ, ଜମୁଇ ଆସନରେ ନିର୍ବାାଚନ ଲଢିବ। ସେହିପରି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା କାରକଟ ଏବଂ  ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଗୟା ଆସନରେ ପ୍ରତିଦ୍ୱନ୍ଦ୍ୱିବ କରିବ।  


ବିହାରରେ କ୍ଷମତାସୀନ ଶାସକ ଏନଡ଼ିଏ ମେଣ୍ଟରେ ବିଜେପି, ଜେଡିୟୁ, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆରଏଲଏମ), ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା (ହାମ) ଆଦି ସାମିଲ ଅଛନ୍ତି। ସେହିପରି ଶାସକ ମେଣ୍ଟରେ ସାମିଲ ରହିଥିବା ଅନ୍ୟତମ ଦଳ ହେଉଛି ଚିରାଗ ପାଶ୍ୱାନଙ୍କ ଚାଚା ପଶୁପତି ପାରସଙ୍କ ନେତୃତ୍ୱାଧିନ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି। ହେଲେ ଏହି ଦଳକୁ ବିହାରର ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ଗୋଟିଏ ହେଲେ ସିଟ୍ ମିଳିନାହିଁ।  


ଆସନ ବୁଝାମଣାକୁ ନେଇ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଜେପି ପକ୍ଷରୁ ବିନୋଦ ତାୱଡ଼େ ଏବଂ ସମ୍ରାଟ ଚୌଧୁରୀ, ଜେଡିୟୁ ପକ୍ଷରୁ ​​ସଞ୍ଜୟ ଝା, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ପକ୍ଷରୁ ରାଜୁ ତିୱାରୀ, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଯୋଗ ଦେଇଥିଲେ। 
 
ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜେଡିୟୁ ସାଧାରଣ ସମ୍ପାଦକ ସଞ୍ଜୟ ଝା କହିଛନ୍ତି ଯେ ମୁଁ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଉଛି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛି। ବିହାରରେ ଏନଡିଏ ମେଣ୍ଟରେ ଆସନ ବୁଝାମଣା ହୋଇସାରିଛି। ମୁଁ ଭାବୁନାହୁଁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମହାମେଣ୍ଟରେ କୌଣସି ଆସନ ଭାଗବଣ୍ଟା ହୋଇଛି। ଗତ ନିର୍ବାଚନରେ ଏପରି ​​କୌଣସି ଆସନ ନଥିଲା ଯେଉଁଠାରେ ୨ ଲକ୍ଷରୁ ଅଧିକ ବିଜୟ ବ୍ୟବଧାନ ନଥିଲା। ଏଥର ମଧ୍ୟ ସମାନ ସ୍ଥିତ ହେବ। ବିହାରରେ କରାଯାଇଥିବା କାର୍ଯ୍ୟ ଲୋକଙ୍କ ଆକାଂକ୍ଷାକୁ ବଢାଇ ଦେଇଛି।  ଏହା ସହିତ ରାଜ୍ୟର ସମସ୍ତ ୪୦ ସିଟ୍ ​​ଏନଡିଏ ଖାତାକୁ ଆସିବ।


ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ କହିଛନ୍ତି ଯେ ଏଥର ଆମେ ଗତଥର ଅପେକ୍ଷା ଏକ ବଡ଼ ମେଣ୍ଟ କରିଛୁ। ମୁଁ କହିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ସମସ୍ତ ଦଳର ନେତାଙ୍କ ସହଯୋଗରେ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଏବଂ ଚିରାଗ ପାସୱାନ, ଜିତନ ରାମ ମାଞ୍ଝି ଏବଂ ଉପେନ୍ଦ୍ର କୁଶୱାହାଙ୍କ ସହଯୋଗରେ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଛି। 


ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ କହିଛନ୍ତି ଯେ ବିହାରରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ଏନଡିଏ ରାଜ୍ୟର ସମସ୍ତ ୪୦ ଆସନରେ ପୂର୍ଣ୍ଣ ଶକ୍ତି ସହ ​ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ସମସ୍ତ ସିଟ୍ ଜିତିବେ। ବିଜେପି ୧୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ସେହିପରି ଜେଡିୟୁ ୧୬, ଏଲଜେପି ୫, ହାମ ୧ ଏବଂ ଆରଏଲଏମ ଗୋଟିଏ ଆସନରେ ନିର୍ବାଚନ ଲଢିବେ। ଆମେ ଏପରି ସିଟ୍ ବଣ୍ଟନ କରିଛୁ।