ନୂଆଦିଲ୍ଲୀ: ଲୋକସଭା ସାଂସଦ ଦାନିଶ ଅଲ୍ଲୀଙ୍କୁ ଉପରେ କଡା ଆକ୍ସନ । ଦାନିଶଙ୍କୁ ଦଳରୁ ନିଲମ୍ୱନ କରିଛି ବହୁଜନ ସମାଜବାଦୀ ପାର୍ଟି (BSP) । ମିଳିଥିବା ସୂଚନା ଅନୁଯାୟୀ ଦଳ ବିରୋଧୀ କାର୍ଯ୍ୟ କରୁଥିବା କାରଣରୁ ତାଙ୍କୁ ନିଲମ୍ୱନ କରାଯାଇଛି । ଏନେଇ ଦାନିଶଙ୍କୁ ଦଳ ଏକ ଚିଠି ପଠାଇଛି । ସେଥିରେ ତାଙ୍କୁ ନିଲମ୍ୱନର କାରଣ ସମ୍ପର୍କରେ ଲେଖାଯାଇଛି ।


COMMERCIAL BREAK
SCROLL TO CONTINUE READING

ଚିଠିରେ ଉଲ୍ଲେଖ ରହିଛି ଯେ, ଦଳର ନୀତି ଆଦର୍ଶକୁ ମାନି ଚଳିବା ଆପଣଙ୍କର ଦାୟିତ୍ୱ । କିନ୍ତୁ ଆପଣ ଦଳର ବିଚାରଧାରା ଓ ଆଦର୍ଶକୁ ନମାନି ଦଳ ବିରୁଦ୍ଧରେ ବୟାନ ଦେବାର ଅଭିଯୋଗ ବାରମ୍ୱାର ଆସୁଛି । ଆପଣ ଦଳକୁ ଦେଇଥିବା ପ୍ରତିଶୃତିକୁ ସଠିକ ଭାବରେ ପାଳନ କରୁନାହାନ୍ତି ବୋଲି ଦାନିଶଙ୍କୁ କୁହାଯାଇଛି ।


ଖବର ମୁତାବକ, ସଂସଦ ଭବନରେ କଂଗ୍ରେସକୁ ସପୋର୍ଟ କରିବା ଅଭିଯୋଗ କାରଣରୁ ଦାନିଶ ନିଲମ୍ୱନ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କୁହାଯାଉଛି ଯେ, କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଦାନିଶଙ୍କୁ ସମର୍ଥନ କରାଯାଉଛି । ପୂର୍ବରୁ ଦଳ ବିରୋଧରେ ଅନେକ କଥା କହି ଦାନିଶ ଚର୍ଚ୍ଚାକୁ ବାରମ୍ୱାର ଆସିଛନ୍ତି ।


Also Read- CM Revanth reddy: ଦାୟିତ୍ୱ ବାଣ୍ଟିଲେ ରେଭନ୍ଥ


Also Read- OAS ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହେଲେ ଚିତ୍ତରଞ୍ଜନ ପାତ୍ର