DGP Submit ends: ରାଜ୍ୟରେ ଚାଲିଥିବା ତିନିଦିନିଆ ପୁଲିସ ମହା ନିର୍ଦ୍ଦେଶକ ଏବଂ ମହା ନିରୀକ୍ଷକଙ୍କ ସମ୍ମିଳନୀ ଶେଷ ହୋଇଯାଇଛି। ପ୍ରଥମ ଦିନ ଏହାକୁ ଗୃହମନ୍ତ୍ରୀ ଉଦ୍‍ଘାଟନ କରିଥିବା ବେଳେ ଅନ୍ୟ ଦୁଇଦିନ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଉପସ୍ଥିତ ରହି ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ସୀମା ସୁରକ୍ଷା ଲାଗି ଦୀର୍ଘ କାଳୀନ ନୀତି ପ୍ରସ୍ତୁତ କରିଥିଲେ। ପ୍ରଥମଥର ଲାଗି ଏହି ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହୋଇଥିଲା। ଟେକ୍ନୋଲୋଜିର ଗୁରୁତ୍ୱ, ନାଗରିକ ଆଇନ ଅନୁସାରେ ନ୍ୟାୟ ପ୍ରଦାନକୁ ଗୁରୁତ୍ୱ ଏବଂ ଲୋକଙ୍କ ବିଶ୍ୱାସ ଜିତିବା ଲାଗି ପ୍ରଧାନମନ୍ତ୍ରୀ ମନ୍ତ୍ର ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

Potato Crisis: ରାଜ୍ୟରେ ପୁଣିଥରେ ଆଲୁ ସଙ୍କଟ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ପରିବହନ ନେଇ କଟକଣା ଜାରି ହେବା ପରେ ରାଜ୍ୟ ସରକାର ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ବ୍ୟବସାୟୀଙ୍କୁ କହିଥିଲେ। ଏହାପରେ ଉତ୍ତରପ୍ରଦେଶରୁ ୩୦୦ ଟ୍ରକ ଆଳୁ ଆସିବ ବୋଲି ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି। ଅପରପକ୍ଷେ ପଶ୍ଚିମବଙ୍ଗ ବ୍ୟବସାୟୀମାନେ ସେଠାକାର ସରକାରଙ୍କ କଟକଣାକୁ ନିନ୍ଦା କରି ଆନ୍ଦୋଳନ ଧମକ ଦେଇଛନ୍ତି।


Cruelty on Stage: ଗଞ୍ଜାମର ହିଞ୍ଜିଳିକାଟୁଠାରେ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ପ୍ରଦର୍ଶିତ ହେଉଥିବା ନାଟକକୁ ଜୀବନ୍ତ କରିବା ଲାଗି ରାକ୍ଷାସ ଭୂମିକାରେ ଅଭିନୟ କରିଥିବା କଳାକାରମାନେ ମଞ୍ଚ ଉପରେ ଜୀଅନ୍ତା ଜୀବଯନ୍ତୁଙ୍କୁ କଞ୍ଚା ଖାଇଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ଏ ଦୃଶ୍ୟ ବ୍ୟାପକ ହେଲାକ୍ଷଣି ପୁଲିସ ଘଟଣା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


New Kansa Maharaj: ବରଗଡ଼ ଧନୁଯାତ୍ରାରେ ଏଥର ନୂଆ କଳାକାରଙ୍କୁ କଂସ ଭୂମିକାରେ ଦେଖିବାକୁ ମିଳିବ। ଚୟନ କମିଟି ଭୁବନେଶ୍ୱର ପ୍ରଧାନଙ୍କୁ କଂସ ପାଇଁ ଚୟନ କରିଛନ୍ତି। ଏହି ଯାତ୍ରା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବାକୁ ଯାାଉଛି। ବିଶ୍ୱର ସବୁଠାରୁ ବଡ଼ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ଏହି ଯାତ୍ରା ଦୁଇଟି ଗାଁକୁ ନିଜର ମଞ୍ଚ ଭାବେ ଗ୍ରହଣ କରିଥାଏ।


Navy Show in Puri: ଆସନ୍ତା ୪ ତାରିଖରେ ପୁରୀରେ ପ୍ରଦର୍ଶିତ ହେବ ଭାରତୀୟ ନୌସେନାର କଳା କୌଶଳ। ଏଥିନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ୧୫ଟି ଯୁଦ୍ଧ ଯାହାଜ, ୪୦ଟି ଉଡ଼ା ଜାହାଜ କିପରି ଯୁଦ୍ଧରେ ମୁକାବିଲା କରନ୍ତି ତାହା ପଅ୍ରଦରା୍ଶନ କରିବେ। ଏଥିଲାଗି ପୁରୀରେ ହାଇ ଆଲର୍ଟ ଜାରି କରାଯାଇଛି। ରାଷ୍ଟ୍ରପତି ଏହି ଉତ୍ସବର ମୁଖ୍ୟ ଅତିଥି ଥିବାରୁ ସୁରକ୍ଷାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ଅପରାହ୍ଣ ୪ଟାରୁ ଏହି ଉତ୍ସବ ଆରମ୍ଭ ହେବ।


Another Low Pressure: ଗୋଟିଏ ବାତ୍ୟା ଯିବା ପରେ ଆଉ ଗୋଟିଏ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୫ ତାରିଖରେ ସୁମାତ୍ରା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସହ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ମୁହାଁଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।ଗତକାଲିବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫେଙ୍ଗଲ୍‌’ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିଛି। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ସ୍ଥଳ ଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ସହ ତୁହାକୁ ତୁହା ବର୍ଷା ଲାଗିରହିବାରୁ ଜନଜୀବନ ପ୍ରଭାବିତ ହୋଇଛି।


GST Collection: ନଭେମ୍ବର ମାସରେ ଓଡ଼ିଶାରେ ୪୭୦୪ କୋଟି ଟଙ୍କାର ଜିଏସ୍‌ଟି( ‌ସାମଗ୍ରୀ ଓ ସେବା ଟିକସ) ଆଦାୟ ହୋଇଛି। ଗତବର୍ଷ ନଭେମ୍ବରରେ ଏହି ରାଶି ୪୨୯୫ କୋଟି ଟଙ୍କା ରହିଥିଲା। ତେଣୁ ଗତବର୍ଷ ନଭେମ୍ବର ତୁଳନାରେ ଚଳିତବର୍ଷ ନଭେମ୍ବରରେ ରାଜ୍ୟର ଜିଏସ୍‌ଟି ଆଦାୟ ରାଶିରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ନଭେମ୍ବର ମାସରେ ଦେଶରେ ଜିଏସ୍‌ଟି ଆଦାୟ ରାଶି ୮.୫ ପ୍ରତିଶତ ବୃଦ୍ଧି ଘଟି ୧.୮୨ ଲକ୍ଷ କୋଟି ଟଙ୍କା ରହିଛି। ଗତବର୍ଷ ନଭେମ୍ବରରେ ଦେଶର ଜିଏସ୍‌ଟି ଆଦାୟ ରାଶି ୧.୬୮ ଲକ୍ଷ କୋଟି ଟଙ୍କା ରହିଥିଲା।


New Health Card Soon: ରାଜ୍ୟର ସାଢ଼େ ତିନି କୋଟି ଲୋକଙ୍କୁ ନୂଆ ସ୍ୱାସ୍ଥ୍ୟ କାର୍ଡ ମିଳିବ।  ଚଳିତ ଆର୍ଥିକ ବର୍ଷରେ ହିଁ ଏହି କାର୍ଡ ପ୍ରଦାନ ଲାଗି ସରକାର ବ୍ୟବସ୍ଥା କରିଛନ୍ତି। ଏଥିନେଇ ଆୟୁଷ୍ମାନ ଭାରତ ସହ ଓଡ଼ିଶା ସରକାର ବୁଝାମଣା ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗମ୍‍ କହିଛନ୍ତି। ଏହାଦ୍ୱାରା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ଘଟିବ ବୋଲି ସେ କହିଛନ୍ତି।


New District Formed: ଜାନୁୟାରୀ ମାସରେ ଆୟୋଜନ ହେବାକୁ ଯାଉଥିବା ବିଶ୍ୱପ୍ରସିଦ୍ଧ କୁମ୍ଭ ମେଳାକୁ ଅଧିକ ଶୃଙ୍ଖଳିତ କରିବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ୟମ କରିଛନ୍ତି। ଏହିକ୍ରମରେ କୁମ୍ଭମେଳା ଆୟୋଜନ ହେଉଥିବା ଅଞ୍ଚଳକୁ ଏକ ନୂଆ ଜିଲ୍ଲା ଭାବେ ଘୋଷଣା କରିଛନଦ୍ତି ଉତ୍ରପ୍ରଦେଶ ସରକାର। ଏନେଇ ରବିବାରଦିନ ସରକାରୀ ଘୋଷଣାପତ୍ର ପ୍ରକାଶ କରାଯାଇଛି। ଏବେ ଏହି ଅଞ୍ଚଳ ପ୍ରୟାଗରାଜ ଜିଲ୍ଲାରେ ଅବସ୍ଥିତ ରହିଛି।


Trump Appoints Daughters Father in Law as Advisor:  ସମୁଦିଙ୍କୁ ସରକାରଙ୍କ ଉପଦେଷ୍ଟା ଭାବେ ଚୟନ କରିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହିକ୍ରମରେ ତାଙ୍କ ଝିଅ ଇଭାନୀଙ୍କ ଶ୍ବଶୂର ମସୂଦ ବୋଲସ୍‍ଙ୍କୁ ମଧ୍ୟପ୍ରାଚ୍ୟ ବ୍ୟାପାରରେ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି।
-----------
ନୂଆଦିଲ୍ଲୀ: ଦୀର୍ଘ ଏକ ସପ୍ତାହ ହେଲା ହୋ’ ହଲ୍ଲା, ବିଶୃଙ୍ଖଳା, ବିରୋଧ ପ୍ରଦା୍ଣନ ଭିତରେ ବାଧାପ୍ରାପ୍ତ ହୋଇଥିବା ସଂସଦରେ ଆଜି ଦିନଟି କିପରି ରହିବ? ଆଲୋଚନା ହେବ ନା ପୂର୍ବଭଳି ମୁଲତବୀ ରହିବ? ଲୋକଙ୍କ ପ୍ରସଙ୍ଗକୁ ଆଲୋଚନା କରିବାକୁ ସାଂସଦମାନେ ଏକସ୍ୱର ହୋଇପାରିବେ କି? ବିରୋଧୀଙ୍କ କବଳରୁ ଗୃହକୁ ମୁକ୍ତି କରିବାରେ ଶାସକ ଦଳ ସକ୍ଷମ ହୋଇପାରିବେ କି?


ଏମିତି ଅନେକ ପ୍ରଶ୍ନ ଆଜି ଉଙ୍କି ମାରିବା ସ୍ୱଭାବିକ। କାରଣ ଗୃହରେ ସଂଖ୍ୟା ଗରିଷ୍ଠ ଥାଇ ବି ଶାସକ ଦଳ ବିରୋଧୀଙ୍କ ଯୁକ୍ତିକୁ କାଟ ଖୁଆଇବାରେ ସମ୍ଭବ ହୋଇପାରୁ ନାହିଁ। ଫଳରେ ଗୃହ ବାରମ୍ବାର ମୁଲତବୀ ରହିଛି। ୪ଟି କାର୍ଯ୍ୟ ଦିବସରେ ପ୍ରଶ୍ନୋତ୍ତର କାଳ ବି ଚାଲିପାରି ନାହିଁ। କେବଳ ଦିବଂଗତ ସାଂସଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଦେବା ସହ ଅଳ୍ପ କିଛି ସାମ୍ବିଧାନିକ ଦସ୍ତାବିଜକୁ ଗୃହରେ ଉପସ୍ଥାପନ କରିପାରିଛନ୍ତି। ହେଲେ ଗୃହ କାର୍ଯ୍ୟକୁ ଶୃଙ୍ଖଳିତ କରିପାରି ନାହାନ୍ତି।


ଆଜି ବାଚସ୍ପତି ଏ ଦିଗରେ ନିଶ୍ଚିତ ଧ୍ୟାନ ଦେଇପାରନ୍ତି। ଗୃହକୁ ପୁଣିଥରେ ସ୍ୱଭାବିକ କରିବା ଲାଗି କିଛି ବୁଝାମଣା ରାସ୍ତା କାଢ଼ିପାରନ୍ତି।


ଆଜିର କାର୍ଯ୍ୟସୂଚନା ଅନୁସାରେ ପ୍ରଶ୍ନୋତ୍ତର କାଳ ପରେ ସଂସ୍କୃତି ମନ୍ତ୍ରି ଗଜେନ୍ଦ୍ର ସିଂହ ଶେଖାଓ୍ୱତ, ଶିକ୍ଷାରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଗପଙ୍କଜ ଚୌଧରୀ, ପରିବେଶ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତିବର୍ଦ୍ଧନ ସିଂହ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, କର୍ପୋରେଟ ବ୍ୟାପାର ମନ୍ତ୍ରୀ ହର୍ଷ ମଲହୋତ୍ରା ପ୍ରମୁଖ ବିଭାଗୀୟ ଦସ୍ତାବିଜ୍‍କୁ ଗୃହରେ ଉପସ୍ଥାପନ କରିବେ। ଏହାପରେ କାନି ମୋଝି, ଆଣ୍ଟୋ ଆଣ୍ଟୋନୀ ଖାଦ୍ୟ ଓ ଗ୍ରହକ ବ୍ୟାପାର ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ଉପସ୍ଥାପନ କରିବେ।


ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଭାବେ ଭାରତ-ଚୀନ ସମ୍ପର୍କକକୁ ନେଇ ଆଜି ଏକ ମନ୍ତବ୍ୟକୁ ଗୃହରେ ବର୍ହିବ୍ୟାପାର ମନ୍ତ୍ରୀ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ଶିକ୍ଷା ଓ ଦକ୍ଷତା ମନ୍ତ୍ରଣାଳୟ ପକ୍ଷରୁ ଜୟନ୍ତ ଚୌଧରୀ ଆଜି ସଂକଳ୍ପ ପ୍ରକଳ୍ପ ବାବଦରେ ମଧ୍ୟ ପତ୍ର ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ନାଇଜର୍‍ ଏବଂ ଆଇଆଇଟି ପାଇଁ ପାଇଁ ଦୁଇଜଣ ଲେଖାଏଁ ସଦସ୍ୟଙ୍କୁ ମନୋନୟନ କରିବା ଉଦ୍ଦେଶ୍ୟରେ ଆଜି ଏକ ପ୍ରସ୍ତାବ ଆଗତ କରିବେ।  


ଏହାପରେ ବିଧେୟକ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ତିନୋଟି ବିଧେୟକକୁ ଏଥିପାଇଁ ନିର୍ଦ୍ଧାରଣ କରାଯାଇଚି। ଗୋଟିଏ ବିଧେୟକ ହେଉଛି ଉପକୂଳ ଅଞ୍ଚଳରେ ଯାହାଜା ଚଳାଚଳ ବିଧେୟକ। ବିଶେଷକରି ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ଓ ଜାହାଜ ଚଳାଚଳକୁ ଏଥିରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି। ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କିଙ୍ଗ୍ ନିୟମ ସଂଶୋଧନ ବିଧାୟକ, ଏବଂ ରେଳ ମନ୍ତ୍ରୀ ରେଳବାଇ ସଂଶୋଧନ ବିଧେୟକକୁ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି।


ସବୁଠାରୁ ବଡ଼କଥା ହେଲା ଏଥିନେଇ ପ୍ରଥମରେ ଗୃହ ସ୍ୱଭାବିକ ରହିବା ଆବଶ୍ୟକ। ଗ୍ୟହକୁ ସ୍ୱଭାବିକ କରିବା ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟରେ ବାଚସ୍ପତି ପରିବର୍ତ୍ତନ ଆଣିପାରନ୍ତି। ଏପରିକି ବିରୋଧୀ ଦଳର ଦାବି ଅନୁସାରେ ଆଜି ଗୃହରେ ସମ୍ବିଧାନ ଯାତ୍ରା ଉପରେ ମଧ୍ୟ ଆଲୋଚନା ହୋଇପାରେ।