LPG Price Today 1st November 2022: ଆଜି (ମଙ୍ଗଳବାର) ଅର୍ଥାତ ନଭେମ୍ୱର ୧ରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଦେଇଛନ୍ତି ।  ଆଜିଠାରୁ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୫ ଟଙ୍କା ହ୍ରାସ କରାଯାଇଛି । ଏହି ହ୍ରାସ ସାରା ଦେଶରେ ଦେଖାଦେଇଛି । ଏହି ରିହାତି ବ୍ୟବସାୟିକ ସିଲିଣ୍ଡର (Commercial Cylinders) ବ୍ୟବହାରକାରୀଙ୍କୁ ମିଳିଛି । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଅର୍ଥାତ୍ ନଭେମ୍ୱର ୧ରେ ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୧୧୫.୫୦ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫୦ ଟଙ୍କା ଏବଂ ଚେନ୍ନାଇରେ ୧୧୬.୫୦ ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ ଦିଲ୍ଲୀରୁ ପାଟନା, ଜୟପୁରରୁ ଡିସପୁର, ଲଦାଖରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଘଟିଛି । ଏହାପୂର୍ବରୁ ଅକ୍ଟୋବର ୧ରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ହ୍ରାସ କରାଯାଇଥିଲା । ଅନ୍ୟପଟେ ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର ପୁରୁଣା ମୂଲ୍ୟରେ ମିଳିବ ।


COMMERCIAL BREAK
SCROLL TO CONTINUE READING

୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଆପଣଙ୍କୁ କହିରଖୁଛୁ ଯେ, ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର (19 kg Commercial Cylinders) ଦିଲ୍ଲୀରେ ୧୯୫୯.୫୦ ଟଙ୍କା ବଦଳରେ ୧୭୪୪ ଟଙ୍କାରେ ମିଳିବ । ଏଥି ସହିତ, ଏହା ପୂର୍ବରୁ କୋଲକାତାରେ ୧୯୯୫.୫୦ ଟଙ୍କାରେ ମିଳୁଥିଲା, କିନ୍ତୁ ନଭେମ୍ୱର ୧ରୁ ଏହି ସିଲିଣ୍ଡର ୧୮୪୬ ଟଙ୍କାରେ ଉପଲବ୍ଧ ହେବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୪୬ ଟଙ୍କାରେ ମିଳିବ । ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୮୪୪ ଟଙ୍କା ପରିବର୍ତ୍ତେ ୧୬୯୬ ଟଙ୍କାରେ ମିଳିବ ଓ ଚେନ୍ନାଇରେ ୧୮୯୩ ଟଙ୍କାକୁ ଖସି ଆସିଛି ।


ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଏହି ମୂଲ୍ୟ ହ୍ରାସରୁ  ସେମାନଙ୍କୁ ଏକ ବଡ଼ ରିହାତି ପ୍ରଦାନ କରିବ । କ୍ରମାଗତ ଷଷ୍ଠ ମାସ ହେଉଛି ବ୍ୟବସାୟିକ ଗ୍ୟାସର ମୂଲ୍ୟ ହ୍ରାସ ପାଇଛି ।


ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି, କିନ୍ତୁ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା କିମ୍ବା ଶସ୍ତା ହୋଇନାହିଁ । ଆଜି ମଧ୍ୟ ୬ ଜୁଲାଇ ଦରରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମିଳୁଛି । ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ଟ୍ୱିଟର ୟୁଜର୍ସଙ୍କୁ ଝଟକା ଦେଲେ ଏଲୋନ୍ ମସ୍କ! ମାଗଣାରେ ମିଳିବନି ବ୍ଲୁ ଟିକ୍, ପ୍ରତି ମାସରେ ଦେବାକୁ ହେବ ଏତେ ହଜାର ଟଙ୍କା


ଅଧିକ ପଢ଼ନ୍ତୁ:-ଜିମ୍ବାୱେ କ୍ରିକେଟର ଅବସ୍ଥା ଅତ୍ୟନ୍ତ ଖରାପ, ଖେଳାଳିଙ୍କୁ ମିଳିଥାଏ କେବଳ ଏତିକି ଟଙ୍କା! ଜାଣି ଆପଣ ବି ହେବେ ଚକିତ


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଅଭିଶାପ ଦେଲେ ପାକିସ୍ତାନ ଅଭିନେତ୍ରୀ, ମୁହଁତୋଡ଼ ଜବାବ ଦେଲେ ଆଫଗାନ ସୁନ୍ଦରୀ; କହିଲେ-ବିଶ୍ୱକପ ତ ଭାରତ ହିଁ ଜିତିବ


ଆଜି ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା, କୋଲକାତାରେ ୧୦୭୯ ଟଙ୍କା ଏବଂ ଚେନ୍ନାଇରେ ୧୦୬୮.୫୦ ଟଙ୍କାରେ ମିଳୁଛି । ଜୁଲାଇ ୧ରେ ମଧ୍ୟ LPG ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା । ବ୍ୟବସାୟିକ ସିଲିଣ୍ଡର ଶସ୍ତା ହୋଇଥିବାବେଳେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।