Luxury Cruises to sail on Bhitarkanika Waterways: ଭିତରକନିକା ଜଳପଥରେ ଯାତ୍ରା କରିବ ବିଳାସପୂର୍ଣ୍ଣ ଜାହାଜ। ସ୍ଥାନୀୟ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲ ମଧ୍ୟରେ ବିଳାସପୂର୍ଣ୍ଣ ଜାହାଜ ସେବାର ଅନୁଭବ ପର୍ଯ୍ୟଟକଙ୍କୁ ମିଳିବ। ଯେଉଁଠି ସେମାନେ ବିଳାସପୂର୍ଣ୍ଣ ଜାହାଜରେ ରାତ୍ରୀ ରହଣିର ସୁବିଧା ପାଇପାରିବେ। ସମନ୍ୱିତ ଉପକୂଳ ଜୋନ୍ ପରିଚାଳନା ପ୍ରକଳ୍ପ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଚାରୋଟି କାଟାମରାନ୍ କ୍ରୁଜ୍ ସେବା ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ପାଇଁ ଆରମ୍ଭ ହେବ। ଯେଉଁଠି ଭିତରକନିକା ଜାତୀୟ ଉଦ୍ୟାନ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ମିଳିବ। ଭିତରକନିକା ଜଳପଥରେ ଆରମ୍ଭ ହେବାକୁ ଯାଉଥିବା ବିଳାସପୂର୍ଣ୍ଣ ଜାହାଜ ସେବା ଆରମ୍ଭ ହେଉଥିବା ନେଇ ଜଣାଇଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।


COMMERCIAL BREAK
SCROLL TO CONTINUE READING

ଭିତରକନିକା ଜଳପଥରେ ବିଳାସପୂର୍ଣ୍ଣ ଜାହାଜ ସେବା (Luxury Cruises Service in Bhitarkanika Waterways) ଆରମ୍ଭ କରିବା ପାଇଁ ପ୍ରାୟ ୮ ବର୍ଷ ପୂର୍ବେ ୬ କୋଟି ଟଙ୍କା ବ୍ୟୟରେ କାଟାମରାନ୍ କ୍ରୁଜ୍ (Catamaran Cruises) କ୍ରୟ କରାଯାଇଥିଲା। ହେଲେ ତଥାପି ବିଳାସ ପୂର୍ଣ୍ଣ ଜାହାଜ ସେବା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ପର୍ଯ୍ୟଟନ ଉଦ୍ଦେଶ୍ୟରେ କ୍ରୁଜ୍ ବ୍ୟବହାର କରିବାକୁ ପର୍ଯ୍ୟଟନ ବିଭାଗ (Tourism Department Odisha) ନିଷ୍ପତ୍ତି ନେଇଛି। ଦିଲ୍ଲୀ ସ୍ଥିତ ଏକ ସଂସ୍ଥାକୁ ୨୦ ମାସ ପୂର୍ବରୁ କ୍ରୁଜ୍ ସେବା ପରିଚାଳନା କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଗୁପ୍ତି (Gupti Area Rajnagar) ଠାରେ ଦୁଇଟି କାଟାମରାନ୍ କ୍ରୁଜ୍ ଡକ୍ ହୋଇଥିବାବେଳେ ଅନ୍ୟ ଦୁଇଟି ଶୀଘ୍ର ଆସିବା ନେଇ ଜଣାଇଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ (Rajnagar DFO Sudarshan Gopinath Yadav)।


ଏନେଇ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଦିଲ୍ଲୀ ସ୍ଥିତ ହେରିଟେଜ୍ ନଦୀ ଯାତ୍ରା ପ୍ରାଇଭେଟ ଲିମିଟେଡ୍ (Heritage River Journeys Pvt Ltd) ପର୍ଯ୍ୟଟନ ବିଭାଗକୁ ବାର୍ଷିକ ୫.୨୦ ଲକ୍ଷ ଟଙ୍କା ଦେବ। କମ୍ପାନୀ କର୍ମଚାରୀଙ୍କୁ ନିଯୁକ୍ତି ଦେବ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିବ। ପ୍ରତ୍ୟେକ କ୍ରୁଜ୍ ଠାରେ ୪ ଜଣ ପର୍ଯ୍ୟଟଙ୍କୁ ରାତ୍ରୀ ରହଣୀର (Night Staying Facility for Tourist in Bhitarkanika) ସୁବିଧା ମିଳିବ।