Viral News: ବିଜେପି ନେତାଙ୍କ ବିରୋଧରେ ନିଆଗଲା ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ୭ ସେକେଣ୍ଡରେ ଧୂଳିସାତ ହୋଇଗଲା ୪ ମହଲା ହୋଟେଲ
Madhya Pradesh Hotel Demolition: ବିଜେପି ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ସେପରି ଥିଲା ଯେପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାରଙ୍କ ଦ୍ୱାରା କରାଯାଉଛି। ଉତ୍ତର ପ୍ରଦେଶରେ ଅନେକ ଅପରାଧିକ ମାମଲାରେ ଅଭିଯୁକ୍ତ ହୋଇଥିବା ଅନେକ ଲୋକଙ୍କ ବେଆଇନ ନିର୍ମାଣକୁ ବୁଲଡୋଜର ସହିତ ଭାଙ୍ଗି ଦିଆଯାଇଛି।
Hotel Demolition in Madhya Pradesh: ଦଳର ଜଣେ ନେତାଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମଧ୍ୟ ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର। ରାଜ୍ୟର ସାଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏକ ହତ୍ୟାକାଣ୍ଡ ମାମଲାରେ ମଙ୍ଗଳବାର ଅଭିଯୁକ୍ତ ବିଜେପି ନେତାଙ୍କ ବେଆଇନ ହୋଟେଲ ଭାଙ୍ଗି ଦେଇଛି ପ୍ରଶାସନ। ହତ୍ୟା ଅଭିଯୁକ୍ତ ମିଶ୍ରିଚନ୍ଦ ଗୁପ୍ତାଙ୍କ ପରିବାରର ହୋଟେଲ ଭାଙ୍ଗିବା ଇନ୍ଦୋର ଠାରୁ ଆସିଥିବା ଦଳ ଦ୍ୱାରା କରାଯାଇଥିଲା।
ମଙ୍ଗଳବାର ହତ୍ୟା ଅଭିଯୁକ୍ତ ମିଶ୍ରିଚନ୍ଦ ଗୁପ୍ତାଙ୍କ ପରିବାରର ହୋଟେଲ ଭାଙ୍ଗିଥିଲା ପ୍ରଶାସନ। ଜିଲ୍ଲାପାଳ ଏବଂ ପୋଲିସ ଆରକ୍ଷୀ ଅଧୀକ୍ଷକ ସମେତ ଏକ ଭାରୀ ପୋଲିସ ବଳ ଉପସ୍ଥିତିରେ ଏହି ୪ ମହଲା ହୋଟେଲ ଭଙ୍ଗାଯାଇଥିଲା। ଏହି କାର୍ଯ୍ୟରେ ବାରୁଦ ବ୍ୟବହାର କରାଯାଇଥିଲା। ହେଲେ ଏନେଇ କରାଯାଇଥିବା ପ୍ରଥମ ପ୍ରୟାସ ବିଫଳ ହୋଇଥିଲା। ପରେ ବିଶେଷଜ୍ଞ ଦଳ ମଧ୍ୟାନ୍ନ ସମୟରେ ପୁନର୍ବାର ଯାଞ୍ଚ କରି ହୋଟେଲ ପରିସରରେ ବାରୁଦ ଖଞ୍ଜି ଥିଲା। ଏହା ପରେ ସନ୍ଧ୍ୟା ସମୟରେ ପୁନର୍ବାର ବିସ୍ଫୋରଣ ସହିତ ହୋଟେଲ ଭାଙ୍ଗିବା ପାଇଁ ପ୍ରସ୍ତୁତି ଜାରି ରହିଥିଲା। ଶେଷରେ ଗୋଟିଏ ବିସ୍ଫୋରଣରେ ଧୂଳିସାତ ହୋଇଯାଇଥିଲା ଏହି ୪ ମହଲା ହୋଟେଲ।
ପ୍ରାୟ ୬୦ ଡାଇନାମାଇଟ୍ ବ୍ୟବହାର କରି ଏହି ୪ ମହଲା ହୋଟେଲ ବିସ୍ଫୋରଣ ଦ୍ୱାରା ଭଙ୍ଗା ଯାଇଥିଲା। ହୋଟେଲ ଭାଙ୍ଗିବା ପାଇଁ ପ୍ରଶାସନ ଦଳ ସାଢେ ୧୩ ଘଣ୍ଟା ଯୋଜନା କରିଥିଲା। ସନ୍ଧ୍ୟାରେ ବିସ୍ଫୋରଣ କରି ହୋଟେଲ ଭାଙ୍ଗିବା କାର୍ଯ୍ୟ କରାଯାଇଥିଲା। ଏଭଳି କାର୍ଯ୍ୟାନୁଷ୍ଠାନ ସେପରି ଥିଲା ଯେପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାରଙ୍କ ଦ୍ୱାରା କରାଯାଉଛି। ଉତ୍ତର ପ୍ରଦେଶରେ ଅନେକ ଅପରାଧିକ ମାମଲାରେ ଅଭିଯୁକ୍ତ ହୋଇଥିବା ଅନେକ ଲୋକଙ୍କ ବେଆଇନ ନିର୍ମାଣକୁ ବୁଲଡୋଜର ସହିତ ଭାଙ୍ଗି ଦିଆଯାଇଛି।
ନିର୍ବାଚନରେ ଶତ୍ରୁତାକୁ ନେଇ ଗତ ୨୨ ଡିସେମ୍ବରରେ ଜଗଦୀଶ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ ସାଗର ଜିଲ୍ଲାର ମକରୋନିଆ ଠାରେ ଜିପ୍ ଚଢାଇ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହେଲେ ମୁଖ୍ୟ ଅଭିଯୁକ୍ତ ମିଶ୍ରିଚନ୍ଦ ଗୁପ୍ତାଙ୍କ ସମେତ ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ହତ୍ୟାକାଣ୍ଡ ଘଟଣାରେ ନାମ ଆସିବା ପରେ ଅଭିଯୁକ୍ତ ଦଳୀୟ ନେତାଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେପି।
ମକରୋନିଆ ଛକ ନିକଟରେ ମିଶ୍ରିଚନ୍ଦ ଗୁପ୍ତା ଏବଂ ତାଙ୍କ ପରିବାରର ହୋଟେଲ ଜୟରାମ ପ୍ୟାଲେସ୍ ଅବସ୍ଥିତ ରହିଛି। ଏହି ୪ ମହଲା ହୋଟେଲ ବେଆଇନ ଭାବେ ନିର୍ମାଣ କରାଯାଇଥିଲା। ମଙ୍ଗଳବାର ପୋଲିସ ଏବଂ ପ୍ରଶାସନ ହୋଟେଲ ଭାଙ୍ଗିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ଏହି ସମୟରେ ଜିଲ୍ଲାପାଳ ଦୀପକ ଆର୍ଯ୍ୟ, ଏସପି ତରୁଣ ନାୟକ, ଏସଡିଏମ ଏବଂ ତହସିଲଦାର ଉପସ୍ଥିତ ଥିଲେ। ସେମାନେ ହୋଟେଲ ଚାରିପାଖରେ ଥିବା ଲୋକଙ୍କୁ ହଟାଇଥିଲେ। ଏହା ପରେ ହୋଟେଲ ଭାଙ୍ଗିବା କାମ ଆରମ୍ଭ ହୋଇଥିଲା।