Madras High Court Judgement: ଅଦାଲତରେ ଫଟୋ ରଖିବାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ। ଏନେଇ ହାଇକୋର୍ଟ କହିଛନ୍ତି ଯେ ତାମିଲନାଡୁ ଏବଂ ପୁଦୁଚେରୀ କୋର୍ଟ କେବଳ ମହାତ୍ମା ଗାନ୍ଧୀ ଏବଂ ତାମିଲ କବି-ସାଧୁ ଥିରୁଭାଲୁଭାରଙ୍କ ଫଟୋ ପ୍ରଦର୍ଶନ କରିପାରିବେ। ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲା ଅଦାଲତ ଉଦ୍ଦେଶ୍ୟରେ ଜାରି ହୋଇଥିବା ଆଦେଶରେ ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲ୍ କାଞ୍ଚିପୁରମ୍ ଜିଲ୍ଲା ମୁଖ୍ୟ ଜଜ୍ ଙ୍କ ଉଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି ନୂତନ ଭାବରେ ନିର୍ମିତ ମିଳିତ କୋର୍ଟ ପ୍ରବେଶ ହଲ୍ ମଧ୍ୟରୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଫଟୋ ହଟାଯାଉ। ଏହି ଆଦେଶ ଆଲାଣ୍ଡୁର ସ୍ଥିତ ବାର୍ ଆସୋସିଏସନ ଉଦ୍ଦେଶ୍ୟରେ ମଧ୍ୟ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଏହି ପ୍ରସଙ୍ଗ ଡକ୍ଟର ଭୀମରାଓ ଆମ୍ବେଦକର (Dr Bhimrao Ambedkar) ଏବଂ ଆଲାଣ୍ଡୁର ବାର୍ ଆସୋସିଏସନ (Alandur Bar Association) ସହ ଜଡ଼ିତ ବରିଷ୍ଠ ଆଇନଜୀବୀଙ୍କ ଫଟୋ ଉନ୍ମୋଚନ ପାଇଁ ଅନୁମତି ମାଗୁଥିବା ବିଭିନ୍ନ ଆଡଭୋକେଟ ଆସୋସିଏସନ (Advocate Association of Tamil Nadu) ପାଖରୁ ପ୍ରାପ୍ତ ପ୍ରତିନିଧିତ୍ୱ ସହିତ ଜଡିତ। 


ଏନେଇ ଗତ ଅପ୍ରେଲ ୧୧ ତାରିଖରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ମାଡ୍ରାସ ହାଇକୋର୍ଟ ସମ୍ପୂର୍ଣ୍ଣ ବେଞ୍ଚ (Madras High Court Full Bench) ଏ ସମ୍ପର୍କରେ ଦାଖଲ ହୋଇଥିବା ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଏହି ପରିପ୍ରେକ୍ଷୀରେ ପୂର୍ଣ୍ଣ ଅଦାଲତ ବୈଠକ ଦ୍ୱାରା ପାରିତ ହୋଇଥିବା ବିଭିନ୍ନ ନିଷ୍ପତ୍ତିକୁ ତାଲିକାଭୁକ୍ତ କରି ଜାରି ହୋଇଥିବା ସର୍କୁଲାର ମାଧ୍ୟମରେ ଦର୍ଶାଯାଇଛି। ଗତ ୨୦୧୦ ମାର୍ଚ୍ଚ ୧୧ ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ଦର୍ଶାଯାଇଛି ଯେ ଜାତୀୟ ସ୍ତରର କିଛି ନେତାଙ୍କ ଫଟୋ ରଖିବାକୁ ନେଇ ବିବାଦ ଉପୁଜିଛି। ଯାହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି।


ସେହିପରି ୨୦୧୩ ଅପ୍ରେଲ ୨୭ ତାରିଖରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଫଟୋ (Dr Bhimrao Ambedkar Portrait) ହଟାଇବା ପାଇଁ ଆଲାଣ୍ଡୁର କୋର୍ଟ ଓକିଲ ସଂଘକୁ (Alandur Court Lawyers Association) ମନାଇବା ପାଇଁ ପୂର୍ଣ୍ଣ ଅଦାଲତ କାଞ୍ଚିପୁରମ ଜିଲ୍ଲା ମୁଖ୍ୟ ଜଜ୍ (Kancheepuram Principal District Judge) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ନୂତନ ଭାବେ ଗଠିତ ସ୍ୱତନ୍ତ୍ର ଅଦାଲତରେ ଡକ୍ଟର ବିଆଇ ଆମ୍ବେଦକରଙ୍କ ଫଟୋ ଅଦାଲତରେ ଲଗାଇବାକୁ ନେଇ କୁଡାଲୋର ବାର ଆସୋସିଏସନ (Cuddalore Bar Association) ପକ୍ଷରୁ କରାଯାଉଥିବା ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଥିବା ସର୍କୁଲାର ମାଧ୍ୟମରେ କୁହାଯାଇଛି।


ଗତ ଅପ୍ରେଲ୍ ୧୧ ତାରିଖରେ ପୂର୍ଣ୍ଣ ଅଦାଲତ ସମାନ ଅନୁରୋଧକୁ ବିଚାର କରିଥିଲେ ଏବଂ ପୂର୍ବର ସମସ୍ତ ନିଷ୍ପତ୍ତିକୁ ଦୋହରାଇଥିଲେ। ସର୍ବସମ୍ମତି କ୍ରମେ ମହତ୍ମାଗାନ୍ଧୀ ଗାନ୍ଧୀ (Mahatma Gandhi) ଏବଂ ତାମିଲ କବି-ସାଧୁ ଥିରୁଭାଲୁଭାରଙ୍କ (Tamil Poet Saint Tiruvalluvar) ପ୍ରତିମୂର୍ତ୍ତି ବ୍ୟତୀତ ଅନ୍ୟ କୌଣସି ଫଟୋ କୋର୍ଟ ପରିସରରେ ପ୍ରଦର୍ଶିତ ହେବ ନାହିଁ ବୋଲି ସର୍କୁଲାର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ମାଡ୍ରାସ ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲ୍ (Madras High Court Registrar General) ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଏହାକୁ ନେଇ କୌଣସି ବିବାଦ ଉପୁଜେ ତାହେଲେ ତାମିଲନାଡୁ ବାର୍ କାଉନସିଲ୍ (Tamil Nadu Bar Council) ଏବଂ ପୁଡୁଚେରୀ (Puducherry Bar Council) ଉଦ୍ଦେଶ୍ୟରେ ଉପଯୁକ୍ତ ଅଭିଯୋଗ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।