Maharashtra Accident News: ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଆଖି ପିଛୁଳାକେ ଚାଲିଗଲା ୯ ଜୀବନ  । ଆଜି(ଗୁରୁବାର) ସକାଳ ସକାଳ ସମୟରେ ମୁମ୍ବାଇ ଗୋଆ ରାଜପଥରେ ଘଟିଛି ସଡକ ଦୁର୍ଘଟଣା । ଏ-ଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଜଣେ ଶିଶୁ ମଧ୍ୟ ଗୁରୁତର ହୋଇଛି । ତାକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ମୃତକଙ୍କ ମଧ୍ୟରେ ପାଞ୍ଚଜଣ ପୁରୁଷ ରହିଥିବା ବେଳେ ୪ ଜଣ ମହିଳା ରହିଛନ୍ତି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  


COMMERCIAL BREAK
SCROLL TO CONTINUE READING

ପୋଲିସର ସୂଚନା ଅନୁସାରେ, ଟ୍ରକଟି ମୁମ୍ବାଇ ମୁମ୍ବାଇ ଆଡକୁ ଯାଉଥିବା ବେଳେ କାରଟି ରତ୍ନଗିରି ଜିଲ୍ଲାର ଗୁହାର (Guhagar in Ratnagiri district) ଆଡକୁ ଯାଉଥିଲା । ଏହି ସମୟରେ ଦୁର୍ଘଟଣା ଘଟିଛି। ଏବଂ ଉଭୟ ଗାଡିର ବେଗ ମଧ୍ୟ ଅଧିକ ଥିଲା ବୋଲି ପୋଲିସ କହିଛି । ତେବେ, କାରରେ ୧୦ ଜଣ ସଦସ୍ୟ ରହିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ,ମୃତକଙ୍କ ପରିଚୟ ମିଳିନ ଥିବା ବେଳେ ଶିଶୁଟିକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ମୃତଦେହ ଗୁଡିକୁ ମଙ୍ଗୋନ୍ ଉପଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଅଛନ୍ତି। ସେପଟେ ସଡକ ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥ କିଛି ସମୟ ପାଇଁ ବନ୍ଦ ରହିଥିଲା । ଏବଂ ଗାଡି ଚଳାଚଳ ବାଧାପ୍ରାପ୍ତ ମଧ୍ୟ ହୋଇଥିଲା । ସେହିପରି ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର କାନକାଭାଲିରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଛି(Kankavali of Sindhudurg district) । ବସ୍ ଓଲଟି ଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 


Also Read: Health Tips: ଥଣ୍ତା ଓ କାଶ ପାଇଁ ଆପଣନ୍ତୁ ଏହି ସବୁ ଘରୋଇ ଉପଚାର,ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା!


ଚିନ୍ତା ବଢ଼ାଉଛି ସଡକ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟା। ଦେଶରେ ବାର୍ଷିକ ଦେଢ଼ ଲକ୍ଷରୁ ଅଧିକ ଜୀବନ ଅକାଳରେ କେବଳ ଦୁର୍ଘଟଣା ଯୋଗୁଁ ଯାଉଛି। ସଡକ ଦୁର୍ଘଟଣା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ମଧ୍ୟ ସଙ୍ଗିନ ରହିଛି। ଏହି ହାରକୁ ହ୍ରାସ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଜରୁରୀ। ଏଥିପାଇଁ ଜାନୁଆରୀ ୧୩ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ସଚେତନତା ସୃଷ୍ଟି କ୍ଷେତ୍ରରେ ମହିଳା ଓ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପରିବାରରେ ମା ଅଥବା ପିଲାଟିଏ ସଚେତନ ହେଲେ ସମାଜରେ ସଚେତନତାର ବାର୍ତ୍ତା ପହଞ୍ଚେଇବା ସହଜ। ଏଣୁ ଏହି ଅବସରରେ ରେଡ଼କ୍ରସ ପକ୍ଷରୁ ଭୁବନେଶ୍ୱରରେ ୬ଟି ସ୍କୁଲର ଜୁନିଅର ରେଡ଼କ୍ରସ ସ୍ବେଚ୍ଛାସେବୀଙ୍କୁ ଟ୍ରାଫିକ କଣ୍ଟ୍ରୋଲ ରୁମ ନିକଟରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନ କରାଯିବା ସହ ଅନ୍ୟମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା। ପରେ ଏଜି ଛକରୁ ରେଡ଼କ୍ରସ ଭବନ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ କରାଯାଇ ସଚେତନତାର ବାର୍ତ୍ତା ଦିଆଯାଇଥିଲା।