Mamita Meher Murder Case News In Odia: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ତ ଘଟଣା (Mamita Meher Murder Case)। ଏନେଇ ହତ୍ୟାକାଣ୍ତକୁ ନେଇ ଏକ ବଡ଼ ଅପଡେଟ ବର୍ତ୍ତମାନ ସାମ୍ନାକୁ ଆସିଛି । ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା । ପୀଡିତା ସହାୟତା ରାଶି ବାବଦରେ ୧୦ ଲକ୍ଷ ଟଙ୍କା(financial assistance ) ମିଳିବ ବୋଲି ଜଣାପଡିଛି ।(Balangir District Legal Services Authority) ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ । ସହାୟତା ରାଶି ଦେବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ । ମୃତ ମମିତା ମେହେର ମହାଲିଙ୍ଗ କଲେଜର ଅଧ୍ୟକ୍ଷା ଥିଲେ ମମିତା ମେହେର(Mahalinga College Principal) । ମମିତା ମେହେର ହତ୍ୟା ଘଟଣାର (Mamita Meher Murder Case) ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତ କିଛି ଦିନ ତଳେ ଆତ୍ମହତ୍ୟା କରିଛି। 


COMMERCIAL BREAK
SCROLL TO CONTINUE READING

କ'ଣ ଥିଲା ପୁରା ଘଟଣାକ୍ରମ:


୨୦୨୧ ମସିହା,ଅକ୍ଟୋବର ୮ରେ ମମିତାଙ୍କୁ ଏକ କାରରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଏହା ପରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍‌ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା । ପୂର୍ବରୁ ଖୋଳାଯାଇଥିବା ଗାତରେ ମମିତାଙ୍କ ମୃତଦେହକୁ ପ୍ଲାଏ କାଠ ଏବଂ ଟାୟାର ସାହାଯ୍ୟରେ ପୋଡି ଦିଆଯାଇଥିଲା । ଭଲରେ ପୋଡିବା ପାଇଁ ପ୍ଲାଏ ଉପରେ ଟାୟାର ରଖି ଜଳାଇ ଦେଇଥିଲା । ଏହା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବ ସେନେଇ ମଧ୍ୟ ଯଥେଷ୍ଟ ପରିମାଣରେ ଲୁଣ ପକାଯାଇଥିଲା । ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । 


Also Read: Bargarh News: ଓଡ଼ିଶା ପାଲଟିଛି କି ରକ୍ଷା କବଚ ? ପୁରୀ ପରେ ଏବେ ବରଗଡ଼ରେ ଲୁଚିଛି ଅତିକ୍ ର ସହଯୋଗୀ ଗୁଡ୍ଡୁ ମୁସଲିମ୍!


Also Read: Akshaya Tritiya 2023: ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ ,ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଖୋଲିଯିବ ଆପଣଙ୍କ ଭାଗ୍ୟ


ଜେସିବି ଡ୍ରାଇଭରକୁ ପୋଲିସ ପଚାରା ଉଚରା ପେରେ ସେ ସତ ସ୍ୱୀକାର କରିଥିଲା । ପରେ ଏହି ମମିତାଙ୍କୁ ହତ୍ୟା କରିବା ଘଟଣାରେ  ଗୋବିନ୍ଦ ସାହୁଙ୍କ ନାଁ ଆସିଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା ।  ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ (Govind Sahu) କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ପରେ ତାଙ୍କୁ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ଅଭିଯୁକ୍ତ ଗୋବିନ୍ଦକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜେଲରେ ସଜା କାଟୁଥିଲେ ଅଭିଯୁକ୍ତ ଗୋବିନ୍ଦ। ଜେରା ବେଳେ ପୋଲିସ୍‌ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ତେବେ, ମମିତା ମେହେର ହତ୍ୟାଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଚର୍ଚ୍ଚା ହେଉଥିଲା। 


ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି। କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ସମସ୍ତ ତଥ୍ୟକୁ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି।  ପୋଷକରୁ ମିଳିଥିବା ଲଫାପା ପୋଲିସ ପାଖରେ ଅଛି। ଗୋବିନ୍ଦଙ୍କ ହାତଲେଖା ଚିଠିକୁ ପାଇବାକୁ ହେଲେ ତାଙ୍କ ପରିବାର ଲୋକ କୋର୍ଟରେ ଆଶ୍ରୟ ନେଇ ପାରିବେ। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି ରହିଛି। ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବିଭିନ୍ନ ଦିଗ ଉପରେ ଫୋକସ ରହିଛି।