Man barks at govt officer, କୋଲକାତା: ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓ ନିଆଁ ଭଳି ବ୍ୟାପିବାରେ ଲାଗିଛି। ୪୫ ମିନିଟର ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି। ଭିଡିଓରେ ଗାଡି ଭିତରେ ବସିଥିବା ସରକାରୀ ଅଫିସରଙ୍କ ଉପରେ ଜଣେ ବ୍ୟକ୍ତି, କୁକୁର ଭଳି ବାରମ୍ୱାର ଭୁକୁଥିବା ଦେଖିବାକୁ ମିଳୁଛି। ତେବେ ରାସନ କାର୍ଡରେ ନିଜ ନାମର ସଂଜ୍ଞା ଭୁଲ ଲେଖା ହୋଇଥିବାରୁ ସେ ଏପରି ପ୍ରତିବାଦ କରିଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

କୁକୁର ଭଳି ମଣିଷ ଭୁକିବାର ଭାଇରାଲ ଭିଡିଓଟି ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲାର ବୋଲି ସ୍ପଷ୍ଟ ହୋଇଛି। ଭିଡିଓରେ ଦେଖାଯାଉଛି ଯେ, ଗାଡି ଭିତରେ ବାଙ୍କୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଡିଓ ଅଛନ୍ତି। ଆଉ ତାଙ୍କ ନିକଟରେ ଜଣେ ବ୍ୟକ୍ତି କୁକୁର ଭଳି ବ୍ୟବହାର କରୁଛନ୍ତି। ୪୫ ସେକେଣ୍ଡର ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ, ସେହି ବ୍ୟକ୍ତି ଜଣକ କୁକୁର ପରି ଭୁକୁଛନ୍ତି, କାରଣ ସେ ତାଙ୍କର ସରକାରୀ ଦସ୍ତାବିଜରେ ନାମ ଭୁଲ ଲେଖାଯାଇଛି। ଯାହାର ପ୍ରତିବାଦ କରି ବ୍ୟକ୍ତି ଜଣକ ବିଡିଓଙ୍କ କାରର ଝରକା ପାଖରେ ଠିଆ ହୋଇ ଭୁକୁଥିଲେ।


Also Read: World Toilet Day 2022: ଦିନରେ ଥରେ ନା ଦୁଇଥର? ଆପଣଙ୍କୁ କେତେଥର ଯିବା ଉଚିତ୍ ଟଏଲେଟ୍?


ସୂଚନାନୁସାରେ, ଅଭିନବ ଉପାୟରେ ପ୍ରତିବାଦ କରୁଥିବା ବ୍ୟକ୍ତିଙ୍କ ନାମ ଶ୍ରୀକାନ୍ତ ଦତ୍ତା। ରେସନ କାର୍ଡରେ ତାଙ୍କ ସଂଜ୍ଞା ବା ଉପନାମ 'ଦତ୍ତା' ପରିବର୍ତ୍ତେ 'କୁତ୍ତା' ଲେଖାଯାଇଛି। ଯାହାପରେ ରେସନ କାର୍ଡରେ ତାଙ୍କ ପୂରା ନାମ  ଶ୍ରୀକାନ୍ତ କୁତ୍ତା ଲେଖାଯୋଇଛି। ଶ୍ରୀକାନ୍ତ କହିଛନ୍ତି ଯେ, ସେ ରାସନ କାର୍ଡରେ ତାଙ୍କ ଉପନାମ ସଂଶୋଧନ ପାଇଁ ଆବେଦନ କରିଛନ୍ତି। ତୃତୀୟ ଥର ପାଇଁ ସେ ତାଙ୍କ ନାମକୁ ଶ୍ରୀକାନ୍ତ ଦତ୍ତଙ୍କ ବଦଳରେ ଶ୍ରୀକାନ୍ତ କୁତ୍ତା ଭାବରେ ଲେଖାଗଲା। ଏହା ଦ୍ୱାରା ସେ ମାନସିକ ସ୍ତରରେ ବିବ୍ରତ ହୋଇଥିଲେ। ଶୁକ୍ରବାର ସେ ପୁନର୍ବାର ନାମ ସଂଶୋଧନ ପାଇଁ ଆବେଦନ କରିବାକୁ ଯାଇଥିଲେ। କିନ୍ତୁ ଏଥର କିଛି ନ କହି ସେ କୁକୁର ଭଳି ଅଭିନୟ କରିଥିଲେ।


 



ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟତଃ ପ୍ରତ୍ୟେକ ସରକାରୀ କାଗଜପତ୍ରରେ ହିତାଧିକାରୀଙ୍କ ନାମରେ ତ୍ରୁଟି ରହୁଛି। କେତେବେଳେ ଭୋଟର କାର୍ଡ, କେତେବେଳେ ଆଧାର ତ କେତେବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆଡ଼ମିଟ କାର୍ଡରେ ନାମରେ ତ୍ରୁଟି ଦେଖିବାକୁ ମିଳୁଛି। ଏପରିକି ଅନେକ ସମୟରେ ଫଟୋ ମଧ୍ୟ ପରିବର୍ତ୍ତନ ହେଉଥିବା ନଜିର ରହିଛି। ଯାହାଫଳରେ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶ୍ରୀକାନ୍ତ କହିଛନ୍ତି, 'ଆମ ଭଳି ସାଧାରଣ ଲୋକମାନେ କେତେଥର କାମ ଛାଡ଼ି ସଂଶୋଧନ ପାଇଁ ଆବେଦନ କରିବାକୁ ଯିବେ?'