Manipur News: ସିଆରପିଏଫ ଡିଜି ଅନିଶ ଦିନଲ ସିଂ ରବିବାର ମଣିପୁରରେ ପହଞ୍ଚିଛନ୍ତି । ନଭେମ୍ବର ୧୬ ରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଇମ୍ଫାଲ ଉପତ୍ୟକାରେ ବହୁ ବିଧାୟକ ଏବଂ ମନ୍ତ୍ରୀଙ୍କ ବାସଭବନ ଉପରେ ଆକ୍ରମଣ କରିବା ପରେ ରାଜ୍ୟକୁ ସିଆରପିଏଫ ଡିଜି ଗସ୍ତ କରିଛନ୍ତି । କ୍ରୋଧିତ ଲୋକେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଭଙ୍ଗାରୁଜା ସହ ପୋଡାଜଳା ଘଟଣାରେ ମଣିପୁର ପୋଲିସ ୨୩ ଜଣଙ୍କୁ ଗିରଫ କରିଛି। ମିଥ୍ୟା ଖବର ପ୍ରସାରକୁ ରୋକିବା ପାଇଁ ଇମ୍ଫାଲ ଭ୍ୟାଲିରେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି । ଏଥିସହ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଲାଗୁ କରାଯାଇଛି। ବଢୁଥିବା ହିଂସା କାଣ୍ଡକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଜନ ପ୍ରତିନିଧୀଙ୍କ ଘରକୁ ଟାର୍ଗେଟ କରୁଥିବା ଲୋକଙ୍କୁ ସାବାଡ କରିବା ସମୟରେ ଆଠ ଜଣ ଆହତ ହୋଇଛନ୍ତି।


ମଣିପୁର ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଆଇନ ଶୃଙ୍ଖଳାକୁ ସୁଧାରିବା ପାଇଁ ସେନା, CRPF ଏବଂ ଆସାମ ରାଇଫଲ୍ସ କର୍ମଚାରୀଙ୍କୁ ବ୍ୟାପକ ଆକାରରେ ନିୟୋଜିତ କରାଯାଇଛି। ନଭେମ୍ବର ୧୧ ରେ ମଣିପୁରର ଜିରିବାମ ଜିଲ୍ଲାର ବୋରୋବ୍ରେକା ପୋଲିସ ଷ୍ଟେସନକୁ ସଶସ୍ତ୍ର ଉଗ୍ରବାଦୀମାନେ ଟାର୍ଗେଟ କରିଥିଲେ। CRPF ଏହି ପୋଲିସ୍ ଷ୍ଟେସନରେ ଏହାର କ୍ୟାମ୍ପ ସ୍ଥାପନ କରିଛି ।


ସୂଚନା ମୁତାବକ CRPF ପକ୍ଷରୁ କରାଯାଇଥିବା ଏନକାଉଣ୍ଟରରେ ୧୧ ଉଗ୍ରବାଦୀ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହେବା ପରେ ଉଗ୍ରବାଦୀ ବୋରୋବ୍ରେକା ରିଲିଫ କ୍ୟାମ୍ପରୁ ୬ ଜଣଙ୍କୁ ଅପହରଣ କରି ନେଇଥିଲେ। ନଭେମ୍ବର ୧୫ ରେ ମଣିପୁର-ଆସାମ ସୀମାରେ ଜିରୀ ଏବଂ ବାରକ ନଦୀ ସମୂହ ନିକଟରୁ ଜିରିବାମ ଜିଲ୍ଲାରୁ ନିଖୋଜ ଥିବା ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ମୃତଦେହ ମିଳିଥିଲା। ତିନୋଟି ମୃତଦେହ ମିଳିବା ପରେ ଇମ୍ଫାଲ ଉପତ୍ୟକାର ମେଟାଇ ସମ୍ପ୍ରଦାୟ ଏହାର ପ୍ରତିବାଦ କରିଥିଲେ । 24 ଘଣ୍ଟା ମଧ୍ୟରେ ଏହି ଅପହରଣ ଓ ହତ୍ୟା ପାଇଁ ଦାୟୀ ଉଗ୍ରବାଦୀଙ୍କୁ ଗିରଫ କରିବା ପାଇଁ ସରକାରଙ୍କୁ ଅଲ୍ଟିମାଟମ୍ ଦେଇଥିଲା।


ରବିବାର ସକାଳ ସମୟରେ ମଣିପୁରର ଜିରିବାମରୁ ସଶସ୍ତ୍ର ଉଗ୍ରବାଦୀଙ୍କ ଦ୍ୱାରା ଅପହରଣ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଜଣେ ୬୧ ବର୍ଷର ମହିଳାଙ୍କ ମୃତଦେହ ଜିରାମ ସୀମାରେ ଥିବା ଆସାମର କାଚର ଜିଲ୍ଲାର ବାରକ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଇମ୍ଫାଲ ଭ୍ୟାଲିରେ ଉତ୍ତେଜନା ଆହୁରି ବଢିଥିଲା ।


Also Read- Weekly Family Horoscope: ନୂଆ ସପ୍ତାହରେ ୬ ରାଶିର ବ୍ୟକ୍ତି ପାଇବେ ପାରିବାରିକ ଶାନ୍ତି


Also Read- ବ୍ୟାସକବିଙ୍କ ନାମରେ ଏମିତି କହିଦେଲେ ଅଭିନେତା ମନୋଜ ମିଶ୍ର