Manipur Violence: ଗୁରୁବାର ବିଳମ୍ବିତ ରାତିରେ ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଆରମ୍ଭ ହୋଇଛି।ସେଠାକାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଗୁରୁବାର ରାତିରେ ଚୁରାଚାନ୍ଦପୁରରେ ଏସପି ଏବଂ ଡିସି କାର୍ଯ୍ୟାଳୟ ଉପରେ ପ୍ରାୟ ୪୦୦ ଲୋକ ଆକ୍ରମଣ କରିଛନ୍ତି। ଏହି ସମୟରେ ମାଓବାଦୀମାନେ ସରକାରୀ କାର୍ଯ୍ୟାଳୟ ପରିସରରେ ପ୍ରବେଶ କରି ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଏହି ଅଗ୍ନିକାଣ୍ଡରେ ଶହ ଶହ ଲୋକ ଅଫିସ୍ ଭିତରେ ପ୍ରବେଶ କରି ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମଣିପୁର(Manipur)ରେ ଚାଲିଥିବା ହିଂସା ଯୋଗୁଁ ସେଠାରେ ପରିସ୍ଥିତି ଗୁରୁତର ରହିଛି। ଗୁରୁବାର ଦିନ ରାଜ୍ୟରେ ପୁଣି ଥରେ ହିଂସା ରାଜ୍ୟବାସୀଙ୍କ ମନରୋ କୋକୁଆ ଭୟ ସୃଷ୍ଟି କରିଛି। ଏହି ହିଂସାକାଣ୍ଡର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁକି ସମ୍ପ୍ରଦାୟର ଲୋକମାନେ ଏଭଳି ହିଂସାକାଣ୍ଡ ଭିଆଉଥିବା ଅଭିଯୋଗ ହୋଇଛି। ପୁରା ରାଜ୍ୟରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।




ଆନ୍ଦୋଳନକାରୀମାନେ ସୁରକ୍ଷା ବାହିନୀ ବ୍ୟବହାର କରୁଥିବା ଅନେକ ବସ୍ ଏବଂ ଟ୍ରକ୍ ପୋଡି ପାଉଁଶ କରି ଦେଇଛନ୍ତି। ଏଥିରେ ଶହ ଶହ ଲୋକ ଅଫିସ୍ ରୁମରେ ପ୍ରବେଶ କରି ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ ଗୁଳି ଚଳାଇଥିବା ସେ କହିଛନ୍ତି। ଏଥି ସହ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସୁରକ୍ଷା ବାହିନୀଙ୍କ ସହ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।