112 killed in massive wildfire in Chile: ଜଙ୍ଗଲ ନିଆଁରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ଲାଟିନ ଆମେରିକୀୟ ଦେଶ ଚିଲି। ବିଗତ ୩ ଦିନ ମଧ୍ୟରେ ଦେଶର ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ କାରଣରୁ ୧୧୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ କାରଣରୁ ପ୍ରଭାବିତ ହୋଇଥିବା ଅନେକ ସହରରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗଯାଇଛି। କେନ୍ଦ୍ରୀୟ ଚିଲି ଅଞ୍ଚଳର ଅବସ୍ଥିତ ଜଙ୍ଗଲରେ ୨ ଦିନ ପୂର୍ବେ ହୋଇଥିବା ଅଗ୍ନିକାଣ୍ଡତକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ବହୁ ସଂଘର୍ଷ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ କାରଣରୁ ୧୬୦୦ ବାସଚ୍ୟୁତ
ବିନା ଡେଲ ମାର୍ ସହର ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ କାରଣରୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ସହରରେ ଅବସ୍ଥିତ ଏକ ପ୍ରସିଦ୍ଧ ବଗିଚା ଯାହା ଗତ ୧୯୩୧ ମସିହାରେ ସ୍ଥାପିତ ହୋଇଥିଲା ତାହା ଅଗ୍ନକାଣ୍ଡରେ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ କାରଣରୁ ଅତିକମରେ ୧୬୦୦ ଲୋକ ବାସଚ୍ୟୁତ ହୋଇଛନ୍ତି। ବିୟା ଡେଲ ମାର ସହରର ପୂର୍ବ ଭାଗରେ ଅବସ୍ଥିତ ଅନେକ ଅଞ୍ଚଳ ନିଆଁ ଏବଂ ଧୂଆଁ ଦ୍ୱାରା କବଳିତ ହୋଇ ରହିଥିଲା।  ସେଠାରେ କିଛି ଲୋକ ନିଜ ଘରେ ଫସି ରହିଥିବାର କୁହାଯାଉଛି।


ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ 
କେନ୍ଦ୍ରୀୟ ଚିଲି ଅଞ୍ଚଳର ଅବସ୍ଥିତ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ କାରଣରୁ ଦେଶର ବିନା ଡେଲ ମାର୍ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୨୦୦ ଲୋକ ନିଖୋଜ ହୋଇଥିବାର କୁହାଯାଉଛି। ବିଗତ ୩ ଦିନ ମଧ୍ୟରେ ଅଗ୍ନିକାଣ୍ଡ କାରଣରୁ ୧୧୨ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବିନା ଡେଲ ମାର୍ ସହର ଏକ ଲୋକପ୍ରିୟ ବେଳାଭୂମି ରିସର୍ଟ ଭାବରେ ଜମାଶୁଣା। ଦକ୍ଷିଣ ଗୋଲାର୍ଦ୍ଧ ଅବସ୍ଥିତ ଏହି ସହରରେ ଗ୍ରୀଷ୍ମ ଋତୁରେ ଏକ ପ୍ରସିଦ୍ଧ ସଂଗୀତ ମହୋତ୍ସବ ଆୟୋଜିତ ହୋଇଥାଏ।


ଦେଶରେ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡକୁ ନେଇ କ'ଣ କହିଲେ ଚିଲି ରାଷ୍ଟ୍ରପତି
ଦେଶରେ ଜଙ୍ଗଲରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍। ଏନେଇ ରାଷ୍ଟ୍ରପତି କହିଛନ୍ତି ଯେ ଭାଲପାରାଏସୋ ଅଞ୍ଚଳରେ ଚାରୋଟି ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି।  ଅଗ୍ନିଶମ କର୍ମଚାରୀ ବିପଦପୂର୍ଣ୍ଣ ଅଞ୍ଚଳରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା ରହିଛି। ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଯଦି ଆପଣଙ୍କୁ ଅଗ୍ନିକାଣ୍ଡ ଅଞ୍ଚଳ ଖାଲି କରିବାକୁ କୁହାଯାଏ, ତାହେଲେ କୁଣ୍ଠାବୋଧ କରନ୍ତୁ ନାହିଁ। ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଜଳବାୟୁ ପରିସ୍ଥିତି କାରଣରୁ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି। ଅଧିକ ତାପମାତ୍ରା, ପ୍ରବଳ ପବନ ଏବଂ ଆର୍ଦ୍ରତା କମ୍ ହୋଇଥିବାର ଅଗ୍ନିକାଣ୍ଡରୁ ନିୟମନ୍ତ୍ରଣ କରିବା ସହଜ ହୋଇନାହିଁ। 


ନିଆଁ କବଳରେ ଦେଶର ୯୨% ଜଙ୍ଗଲ
ଚିଲି ଗୃହ ମନ୍ତ୍ରୀ କାରୋଲିନା ତୋହା ଗତ ଶନିବାର କହିଥିଲେ ଯେ ଦେଶର ମଧ୍ୟ ଭାଗରେ ଏବଂ ଦକ୍ଷିଣରେ ୯୨ ଜଙ୍ଗଲରେ ଅଗ୍ନିକାଣ୍ଡ ହୋଇଛି। ଯେଉଁଠି ଚଳିତ ସପ୍ତାହରେ ତାପମାତ୍ରା ଅସ୍ୱାଭାବିକ ରହିଥିଲା। ଭାଲପାରାଏସୋ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ହେତୁ ସ୍ଥାନୀୟ ପ୍ରଶାସନ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ଅନୁରୋଧ କରିଥିଲା। ଭାଲପାରାଏସୋ ଅଞ୍ଚଳରେ ତିନୋଟି ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି। ଉଦ୍ଧାରକାରୀ ଦଳ ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି।