Love Story: ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା (Mathura)କୁ ବୁଲିବାକୁ ଆସିଥାନ୍ତି । ମଥୁରାରେ ଥିବା ମନ୍ଦିର ଗୁଡିକ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ (Spiritual environment)ରେ ନିଜକୁ ହଜାଇଦିଅନ୍ତି ଶ୍ରଦ୍ଧାଳୁ । କେବଳ ଦେଶ ଭିତରୁ କୃଷ୍ଣଭକ୍ତ ଆସନ୍ତି ତାହା ନୁହେଁ । ମଥୁରାରର ଭକ୍ତିର ବାତାବରଣ ବିଦେଶରେ ଥିବା ଲୋକଙ୍କୁ ମଧ୍ୟ ଖୁବ ଆକର୍ଷିତ କରିଥାଏ । କିଛିଦିନ ତଳେ ଜଣେ ୩୬ ବର୍ଷିୟ ଋଷିୟ ଯୁବତୀ ମଥୁରା ବୁଲିବାକୁ ଆସିଥିଲେ । ମଥୁରା ଭ୍ରମଣ ସମୟରେ ୟୁନାଙ୍କୁ ଏହି ସ୍ଥାନଟି ଖୁବ ପସନ୍ଦ ଆସିଥିଲା । ୟୁନାଙ୍କ ସହିତ ମଥୁରାରେ ଏପରି କିଛି ଘଟିଥିଲା ଯେ, ସେ ଆଉ ମଥୁରାରୁ ଫେରିବାକୁ ଇଚ୍ଛା କରିନଥିଲେ । କାରଣ ୟୁନା ମଥୁରାରେ ଥିବା ଜଣେ ଗୋପାଳକଙ୍କ ପ୍ରେମ (Love)ରେ ପଡିଯାଇଥିଲେ ।


COMMERCIAL BREAK
SCROLL TO CONTINUE READING

ମଥୁରାରେ ଥିବା ଶ୍ରୀକୃଷ୍ଣଙ୍କ ମନ୍ଦିର ହେଉଛି କୋଟି କୋଟି ଶ୍ରଦ୍ଧାଳୁ ଲୋକଙ୍କ ବିଶ୍ୱାସର ପ୍ରତୀକ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ କୋଟି କୋଟି ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ସେମଧ୍ୟରୁ କିଛି ଶ୍ରଦ୍ଧାଳୁଙ୍କୁ ମଥୁରାର ପରିବେଶ ଖୁବ ଭଲ ଲାଗିଥାଏ । ଋଷର ୟୁନାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ଋଷିୟ ମହିଳା ଜଣେ ଗୋପାଳକଙ୍କ ପ୍ରେମରେ ପଡ଼ିଯାଇଥିଲେ । ପରେ ସେ ମଥୁରାରେ ରହିବାକୁ ସ୍ଥିର କରିଥିଲେ।


ମଥୁରାର ୩୫ ବର୍ଷିୟ ଗୋପାଳକ ରାଜକରନ୍ ଏବଂ ୩୬ ବର୍ଷିୟ ୟୁନାଙ୍କ ପ୍ରେମ କାହାଣୀ ବେଶ୍ ନିଆରା । ସୂଚନା ମୁତାବକ ଗୋପାଳକ ରାଜକରନ୍ ଦୀର୍ଘ ୨୦ ବର୍ଷ ଧରି ମଥୁରା ଅଞ୍ଚଳରେ ଥିବା ମନ୍ଦିରରେ ରହୁଥିଲେ। ରାଜକରଣ ନିଜ ଗୁରୁଙ୍କ ଆଦେଶ ମାନି ଗୋମାତାଙ୍କର ସେବା କରୁଛନ୍ତି। ଆଉ ଏବେ ରାଜକରନଙ୍କୁ ସହଯୋଗ କରିବାକୁ ତାଙ୍କ ସାଥୀ ହୋଇଯାଇଛନ୍ତି ଋଷିୟ ମହିଳା । ବର୍ତ୍ତମାନ ୟୁନା ମଧ୍ୟ ଗୋମାତାଙ୍କ ସେବାରେ ମନଯୋଗ ଦେଇଛନ୍ତି । ଦୁହେଁ ପରସ୍ପରକୁ ଖୁବ ଭଲ ପାଆନ୍ତି ।


ହିନ୍ଦୁ ରୀତିନୀତିର ବିବାହ
ସୂଚନା ମୁତାବକ ରାଜକରନ ଓ ୟୁନା ଚଳିତ ବର୍ଷ ହିନ୍ଦୁ ରୀତିନୀତି ଅନୁସାରେ ବିବାହ (Marriage) ବନ୍ଧନରେ ବାନ୍ଧି ହୋଇଛନ୍ତି । ହୋମ ନିଆଁ ଚାରିପଟେ ୭ ଘେରା ବୁଲି ପରସ୍ପର ସାତ ଜନ୍ମର ସାଥୀ ହୋଇଛନ୍ତି । ନବ ଦମ୍ପତ୍ତି ବିବାହ ପରେ ମଧ୍ୟ ମିଳିମିଶି ଗୋମାତାଙ୍କ ସେବା କରୁଛନ୍ତି । ସନ୍ଧ୍ୟା ସମୟରେ ଇସକନ ମନ୍ଦିର ନିକଟରେ ଦୂରରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଧାର୍ମିକ ପୁସ୍ତକ ବାଣ୍ଟିଥାନ୍ତି । କିନ୍ତୁ ଆଶ୍ଟର୍ଯ୍ୟର କଥା ଏହା ଯେ, ଋଷିୟ ଯୁବତୀ ରାଜକରନଙ୍କର ଭାଷା ବୁଝିପାରନ୍ତି ନାହିଁ ଏବଂ ରାଜକରନ ମଧ୍ୟ ୟୁନାଙ୍କ ଭାଷା ବୁଝିପାରନ୍ତି ନାହିଁ । କିନ୍ତୁ ତଥାପି ପରସ୍ପର ମଧ୍ୟରେ ଠରା ଠରିରେ ଯେଉଁ ପ୍ରେମ ସମ୍ପର୍କ ଗଢିଉଠି ସଫଳ ହେଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆଲୋଚନା ଲାଗି ରହିଛି । ପ୍ରକୃତରେ ପ୍ରେମ ବୟସ ସ୍ଥାନ, କାଳ, ପାତ୍ର କିମ୍ୱା ଭେଦଭାବ ଦେଖେନାହିଁ ବୋଲି ପ୍ରମାଣିତ ହୋଇଛି । ବାହାଘର ପରେ ଋଷିୟ ଯୁବତୀ ୟୁନା ଭାରତୀୟ ପରମ୍ପରାକୁ ମାନି ଚଳୁଛନ୍ତି । ଦେହରେ ଶାଢୀ, ବେକରେ ମଙ୍ଗଳସୁତ୍ର, ମଥାରେ ସିନ୍ଦୁର ଏବଂ ବିନ୍ଦି ପିନ୍ଧି ସେ ହିନ୍ଦୁ ଘରର ବୋହୂ ହେବା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତିଭାବରେ ନିଜକୁ ସମର୍ପି ଦେଇଛନ୍ତି । 


ଅନ୍ୟପଟେ ବିବାହ ପରେ ନବ ଦମ୍ପତ୍ତିଙ୍କୁ ସ୍ଥାନୀୟ ଜନସାଧାରଣ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଉଭୟଙ୍କର ଦାମ୍ପତ୍ୟ ଜୀବନରେ ପ୍ରଭୁ ଶ୍ରୀକୃଷ୍ଣ ସବୁ ବାଧା ବିଘ୍ନ ଦୂର କରିଦିଅନ୍ତୁ ବୋଲି ଅନେକ କୃଷ୍ଣଭକ୍ତ ଉଭୟଙ୍କୁ ଆଶୀର୍ବାଦ ଦେଇଛନ୍ତି ।


Also Read- Onion Price: ଟମାଟୋ ପରେ ପିଆଜ ଦରରେ ଲାଗିବ ନିଆଁ ! ଦାମ ହେଇପାରେ ଏତିକି