Matric Results 2024: ପ୍ରକାଶ ପାଇଛି ମ୍ୟାଟ୍ରିକ ରେଜଲ୍ଟ, ଚଳିତଥର ମୋଟ ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ସମୟରେ କୌଣସି ସ୍କୁଲରେ ୦ ପ୍ରତିଶତ ରେଜଲ୍ଟ ହୋଇନାହିଁ । ଅନ୍ୟପଟେ ଏଥର ପାସହାରରେ ରେକର୍ଡ କରିଛି ଖୋର୍ଦ୍ଧା । ୯୭.୯୮ ପ୍ରତିଶତ ରେଜଲ୍ଟ କରି ଆଗରେ ରହିଛି ଜିଲ୍ଲା ।


COMMERCIAL BREAK
SCROLL TO CONTINUE READING

ସେହିପରି କଟକ ଜିଲ୍ଲାରେ ପାସ୍ ହାର ୯୭.୫୮ ପ୍ରତିଶତ ରହିଛି । ବରଗଡ଼ ୯୭.୬୪%, ଜଗତସିଂହପୁର ୯୭.୬%, ସୁବର୍ଣ୍ଣପୁର ୯୭.୧୧%, ସୁନ୍ଦରଗଡ଼ ୯୭.୨୪%, ଝାରସୁଗୁଡ଼ା ୯୭.୨୮%, ଅନୁଗୋଳ ୯୬.୬୩%, ପୁରୀ ୯୬.୭୬ %, ସମ୍ବଲପୁର ୯୬.୭୩%, ଦେବଗଡ଼ ୯୬.୭୧%, କେନ୍ଦ୍ରାପଡ଼ା ୯୫.୭୭ %, ଯାଜପୁର ୯୫.୯୨ %, ଢେଙ୍କାନାଳ ୯୫.୧୨%, , ନୟାଗଡ଼ ୯୬.୨୩%, ବାଲେଶ୍ୱର ୯୬.୧%, ଭଦ୍ରକ ୯୬.୭୩%, କେନ୍ଦୁଝର ୯୪.୮%, ମୟୂରଭଞ୍ଜ ୯୫.୭%, ଗଜପତି ୯୭.୦୮%, ଗଞ୍ଜାମ ୯୭.୦୬%, ବୌଦ୍ଧ ୯୫.୪୯%, କନ୍ଧମାଳ ୯୬.୬%, କଳାହାଣ୍ଡି ୯୫.୮୬%, ନୂଆପଡ଼ା ୯୩.୯୧%, ବଲାଙ୍ଗିର ୯୪.୩୯%,  ମାଲକାନଗିରିରେ ୯୫.୦୪%, ନବରଙ୍ଗପୁର ୯୪.୮୮%, ରାୟଗଡ଼ା ୯୬.୧୬% ଏବଂ କୋରାପୁଟରେ ୯୪.୮୨% ରେଜଲ୍ଟ ହୋଇଥିବା ନେଇ ସୂଚନା ଦିଆଯାଇଛି । 


ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାର, ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ଓ  ପୁଅଙ୍କ ପାସ୍‌ ହାର ୯୬.୩୯% ରହିଛି। ଚଳିତ ବର୍ଷ, ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି ।  ତେବେ ରେଜଲ୍ଟ ବାହାରିବାର ଘଣ୍ଟାଏ ପରେ ଅର୍ଥାତ ସାଢେ ୧୧ ଟାରୁ ବୋର୍ଡ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେବ । ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣି ପାରିବେ । ସେଥିଲାଗି OR10 ସ୍ପେସ୍ ନିଜ ରୋଲ ନମ୍ବର ଲେଖି 5676750କୁ ସେଣ୍ଡ କରିବାକୁ ପଡିବ । 


ଅପରାହ୍ଣ ୪ଟାରୁ କୃତି ଛାତ୍ରଛାତ୍ରୀ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ। ହ୍ବାର୍ଟସଆପ୍ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ପାଇବାକୁ 7710058192କୁ BSE/ Hi ଲେଖି ପଠାଇବାକୁ ପଡିବ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଚଳିତ ବର୍ଷ, ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। ଏଥର ପରୀକ୍ଷା ଦେଇଥିଲେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ । ପରୀକ୍ଷା ଫଳକୁ ନେଇ ଯଦି କୌଣସି ଦ୍ବନ୍ଦ୍ବ ରୁହେ ତେବେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ରେ ଚେକିଂ ପାଇଁ ଅବେଦନ କରାଯାଇପାରିବ। କେବଳ ଅନ୍ଲାଇନ୍ ଜରିଆରେ ହିଁ ରିଚେକିଂ ପାଇଁ ଆବେଦନ କରାଯାଇପାରିବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି।


Also Read- Ghee benefits for skin: ତ୍ୱଚାରେ ଚମକ ଆଣେ ଦେଶି ଘିଅ, ଏପରି କରନ୍ତୁ ବ୍ୟବହାର