DGCA Air Traffic Report December 2023: ଗତ ଡିସେମ୍ବର ମାସରେ ଘରୋଇ ବିମାନ କମ୍ପାନୀ ମୋଟ ୭୧୨ ଯାତ୍ରୀ ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ କରିଛନ୍ତି। ଯାହା ମଧ୍ୟରୁ ଅଧିକାଂଶ ବିମାନ ସମସ୍ୟା ଏବଂ ଫେରସ୍ତ ସମସ୍ୟା ସହ ଜଡ଼ିତ ରହିଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁଯାୟୀ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଜାନୁଆରୀ ୧୫ ତାରିଖ ସୋମବାର ଡିଜିସିଏ ପକ୍ଷରୁ ୨୦୨୩ ଡିସେମ୍ବର ପାଇଁ ଏୟାର ଟ୍ରାଫିକ୍ ରିପୋର୍ଟ ପ୍ରକାଶ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଯେଉଁଥିରେ କୁହାଯାଇଛି ଯେ ଗତ ବର୍ଷ ଡିସେମ୍ବର ମାସରେ ପ୍ରତିସ ୧୦ ହଜାର ଯାତ୍ରୀଙ୍କ ପିଛା ଅଭିଯୋଗ ସଂଖ୍ୟା ପ୍ରାୟ ୦.୫୨ ରହିଥିଲା। ବିମାନ କମ୍ପାନୀ ପକ୍ଷରୁ ଗ୍ରହଣ କରିଥିବା ୭୨୧ ଅଭିଯୋଗ ମଧ୍ୟରୁ ପ୍ରାୟ ୭୦୫ (୯୯ ପ୍ରତିଶତ) ଅଭିଯୋଗର ସମାଧାନ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) ରିପୋର୍ଟ ଅନୁଯାୟୀ ମୋଟ ୬୧.୮ ପ୍ରତିଶତ ଅଭିଯୋଗ ବିମାନ ସମ୍ବନ୍ଧୀୟ ସମସ୍ୟା ହୋଇଥିବାବେଳେ ୧୨.୮ ପ୍ରତିଶତ ଅଭିଯୋଗ ଫେରସ୍ତ ମାମଲା ସହ ଜଡିତ ରହିଥିଲା। ଲଗେଜ୍ ସମ୍ବନ୍ଧୀୟ ସମସ୍ୟା ମାତ୍ର ୧୧.୯ ପ୍ରତିଶତ ରହିଥିଲା।


ହ୍ରାସ ପାଇଛି ଫେରସ୍ତ ସହିତ ଜଡିତ ଅଭିଯୋଗ 
ଡିଜିସିଏ ରିପୋର୍ଟ ଅନୁଯାୟୀ ( DGCA Air Traffic Report December 2023) ବିଗତ ୩ ମାସ ମଧ୍ୟରେ ଫେରସ୍ତ ସମ୍ବନ୍ଧୀୟ ଅଭିଯୋଗରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ହେଲେ ଡିସେମ୍ବର ମାସରେ ବିମାନ ସମସ୍ୟା ସହ ଜଡିତ ଅଭିଯୋଗ ୩୯.୪ ପ୍ରତିଶତରୁ ୬୧.୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ନଭେମ୍ବର ମାସରେ ଫେରସ୍ତ ସହିତ ଜଡିତ ୧୪.୮ ପ୍ରତିଶତ ଅଭିଯୋଗ ରହିଥିଲା। ଯାହା ୧୨.୮ ପ୍ରତିଶତକୁ ଖସି ଆସିଥିଲା। ସେହିଭଳି କର୍ମଚାରୀଙ୍କ ଆଚରଣ ସହ ଜଡିତ ଅଭିଯୋଗ ନଭେମ୍ବର ମାସରେ ୩ ପ୍ରତିଶତରୁ ୩.୪ ପ୍ରତିଶତକୁ ବୃଦ୍ଧି ପାଇଛି।


କେଉଁ ବିମାନ ସେବା ପ୍ରଦାନକାରୀ ସଂସ୍ଥା ବିରୋଧରେ ଆସିଛି ସର୍ବାଧିକ ଅଭିଯୋଗ? 
ଡିଜିସିଏ ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ ସର୍ବାଧିକ ସଂଖ୍ୟକ ଅଭିଯୋଗ ସ୍ପାଇସଜେଟ୍ (SpiceJet) ବିରୋଧରେ ଆସିଛି। ଏହି ଏୟାରଲାଇନ୍ସ ବିରୋଧରେ ୪୨୨ ଅଭିଯୋଗ ହୋଇଥିବାର ଜଣାପଡ଼ିଛି। ସେହିପରି ପରେ ଏୟାର ଇଣ୍ଡିଆ (Air India) ବିରୋଧରେ ୬୮ ଏବଂ ଇଣ୍ଡିଗୋ (Indigo) ବିରୋଧରେ ୬୫ ଅଭିଯୋଗ ଆସିଛି। ଗ୍ରହଣ କରାଯାଇଥିବା ମୋଟ ୩୪୭ ଅଭିଯୋଗ ମଧ୍ୟରୁ ୩୪୦ ଅଭିଯୋଗର ସମାଧାନ କରାଯାଇଛି। ସେହିପରି ୭ ଅଭିଯୋଗ ବିଚରାଧିନ ରହିଛି। ଷ୍ଟାର୍ ଏୟାର (Star Air) ବିରୋଧରେ ୩, ଆଲାଇନ୍ସ ଏୟାର (Alliance Air) ବିରୋଧରେ ୩, ଏୟାର ଇଣ୍ଡିଆର ଗୋଟିଏ ଅଭିଯୋଗ ବିଚାରାଧିନ ରହିଛି।